Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India Win / ମହାଶିବରାତ୍ରିରେ ଭାରତର ଦମଦାର ବିଜୟ; ୬୧ ରନ୍‌ରେ ହାରିଲା ପାକିସ୍ତାନ

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
ମହାଶିବରାତ୍ରିରେ ଭାରତର ଦମଦାର ବିଜୟ; ୬୧ ରନ୍‌ରେ ହାରିଲା ପାକିସ୍ତାନ
India Win

Key Points

ଟି-୨୦ ବିଶ୍ଵକପ୍‌ରେ ପାକିସ୍ତାନର ଶୋଚନୀୟ ପରାଜୟ
କଲମ୍ବୋରେ କମାଲ କଲା ଭାରତ
୬୧ ରନ୍‌ରେ ହାରିଲା ପାକିସ୍ତାନ
ମହାଶିବରାତ୍ରିରେ ଭାରତର ଦମଦାର ବିଜୟ । କଲମ୍ଵୋରେ କମାଲ କଲା ଭାରତ । ମାଟି କାମୁଡିଲା ପାକିସ୍ତାନ । ୬୧ ରନ୍‌ରେ ଭାରତ ବଡ଼ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା । ଏହା ପରେ ଯେତେବେଳେ ପାକିସ୍ତାନୀ ଦଳ ପଡ଼ିଆକୁ ଓହ୍ଲାଇଥିଲା ସେତେବେଳେ ଲାଗୁଥିଲା ସେମାନେ ବିଜୟ ପାଇଁ ଖେଳୁଛନ୍ତି । କିନ୍ତୁ ପାକିସ୍ତାନ କେବଳ ୧୮ ଓଭରରେ ଆଉଟ୍ ହୋଇଯାଇଥିଲା । ମାତ୍ର ୧୧୪ ରନ୍ କରି କଲମ୍ବୋରେ ମାଟି କାମୁଡ଼ିଥିଲେ ମେନ୍ ଇନ୍ ଗ୍ରୀନ୍ । ଫଳରେ ଭାରତ ୬୧ ରନ୍‌ରେ ମ୍ୟାଚ୍ ଜିତିଯାଇଛି ।

  • ଖାତା ଖୋଲିପାରିଲେନି ଅଭିଷେକ
ଟିମ୍ ଇଣ୍ଡିଆର ବ୍ୟାଟିଂ ବିଷୟରେ କହିବାକୁ ଗଲେ, ଭାରତକୁ ପ୍ରଥମ ଝଟକା ଲାଗିଥିଲା ​​ଯେତେବେଳେ ଓପନର ଅଭିଷେକ ଶର୍ମା ପ୍ରଥମ ଓଭରରେ ଜିରୋରେ ଆଉଟ ହୋଇଥିଲେ । ସେ ୪ଟି ବଲ୍ ସାମ୍ନା କରିଥିଲେ । ଏହା ପରେ ତିଲକ ବର୍ମା ଏବଂ ଇଶାନ କିଶାନଙ୍କ ମଧ୍ୟରେ ଏକ ଦୃଢ଼ ଭାଗୀଦାରି ହୋଇଥିଲା । ଇଶାନ କିଶାନ ୪୦ ବଲରୁ ୭୭ ରନ୍ କରିଥିଲେ, ଯେଉଁଥିରେ ସେ ୧୦ଟି ଚୌକା ଏବଂ ୩ଟି ଛକା ମାରିଥିଲେ । ତିଲକ ବର୍ମା ବହୁତ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ, କିନ୍ତୁ ତାଙ୍କୁ ଧୀରେ ବ୍ୟାଟିଂ କରୁଥିବାର ଦେଖାଯାଇଥିଲା । ତିଲକ ୨୪ ବଲରୁ ୨୫ ରନ୍ କରିଥିଲେ ।

ପଢନ୍ତୁ ଏହି ଖବର: ପାକିସ୍ତାନରେ ବ୍ୟାନ୍ ଥିଲା ଫିଲ୍ମ, ସେହି ଗୀତରୁ ଆରମ୍ଭ ହେଲା ମ୍ୟାଚ୍

  • ଶିବମ୍ ଦୁବେ ଏବଂ ରିଙ୍କୁ ସିଂହଙ୍କ ଆକ୍ରମଣାତ୍ମକ ବ୍ୟାଟିଂ
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏକ ଭଲ ଇନିଂସ ଖେଳିଥିଲେ । ସେ ୨୯ ବଲ୍‌ରୁ ୩୨ ରନ୍ କରିଥିଲେ । ସୂର୍ଯ୍ୟ ୩ଟି ଚୌକା ମାରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ବଲ୍‌ରେ ଆଉଟ୍ ହୋଇ ନିଜର ଖାତା ଖୋଲିପାରିନଥିଲେ । ତଥାପି, ଶେଷ ଓଭରଗୁଡ଼ିକରେ ଶିବମ୍ ଦୁବେ ୧୭ ବଲ୍‌ରୁ ଦ୍ରୁତ ଗତିରେ ୨୭ ରନ୍ କରି ଭାରତର ସ୍କୋରକୁ ଏହି ସ୍ତରକୁ ଆଣିଥିଲେ । ରିଙ୍କୁ ସିଂହ ମାତ୍ର ୪ ବଲ୍‌ରୁ ୧୧ ରନ୍ କରିଥିଲେ ।

  • ଟିମ୍ ଇଣ୍ଡିଆର ଚମତ୍କାର ବୋଲିଂ

ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରିତ ବୁମରାହ, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟେକେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । କୁଲଦୀପ ଯାଦବ ଏବଂ ତିଲକ ବର୍ମା ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ରିଙ୍କୁ ସିଂହ ମଧ୍ୟ ବୋଲିଂ କରିଥିଲେ କିନ୍ତୁ କୌଣସି ୱିକେଟ୍ ପାଇନଥିଲେ ।

ଅଧିକ କ୍ରୀଡା ସମ୍ବନ୍ଧୀୟ ଖବର ପଢନ୍ତୁ..
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ind vs pak t20 world cup india won match | Argus News