Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Abhishek Sharma Out / ଲଗାତାର ଦ୍ଵିତୀୟ ଥର ବିଶ୍ଵକପରେ ଖାତା ଖୋଲିପାରିଲେନି ଅଭିଷେକ; ଜିରୋରେ ଆଉଟ୍

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ଲଗାତାର ଦ୍ଵିତୀୟ ଥର ବିଶ୍ଵକପରେ ଖାତା ଖୋଲିପାରିଲେନି ଅଭିଷେକ; ଜିରୋରେ ଆଉଟ୍
Abhishek Sharma Out

Key Points

ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୬
ଆଜି ଭାରତ ବନାମ ପାକିସ୍ତାନ ମ୍ୟାଚ୍
ଜିରୋରେ ଆଉଟ୍ ହେଲେ ଅଭିଷେକ ଶର୍ମା
ଆଜି ଆଇସିସି ଟି-୨୦ ବିଶ୍ଵକପରେ ଭାରତ ଏବଂ ପାକିସ୍ତାନ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି । ଟସ୍ ଜିତିବା ପରେ ପାକିସ୍ତାନ ପ୍ରଥମେ ବୋଲିଂ କରିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ମ୍ୟାଚରେ ଭାରତୀୟ ପ୍ରଶଂସକମାନେ ଯୁବ ତାରକା ଅଭିଷେକ ଶର୍ମାଙ୍କ ଉପରେ ବହୁତ ଆଶା ରଖିଥିଲେ । ହେଲେ ଲଗାତାର ଦ୍ଵିତୀୟ ଥର ଲାଗି ବିଶ୍ଵକପରେ ଖାତା ଖୋଲିପାରିନାହାନ୍ତି ଅଭିଷେକ । ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗା ପ୍ରଥମ ଓଭରରେ ଅଭିଷେକ ଶର୍ମାଙ୍କୁ ଆଉଟ୍ କରିବା ପରେ ଭାଙ୍ଗିଛି ଭାରତୀୟଙ୍କ ହୃଦୟ ।

  • ଫେଲ୍ ମାରିଲେ ଅଭିଷେକ ଶର୍ମା
ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବ୍ୟାଟର ଇଶାନ କିଶାନ ପ୍ରଥମେ ଷ୍ଟ୍ରାଇକ୍ ନେଇଥିଲେ ଏବଂ ଦ୍ୱିତୀୟ ବଲ୍‌ରେ ଗୋଟିଏ ସିଙ୍ଗଲ୍ ନେଇଥିଲେ । ସେପଟେ ଅଭିଷେକ ଶର୍ମା ତା’ପରେ ଲଗାତାର ୩ଟି ଡଟ୍ ବଲ୍ ଖେଳିଥିଲେ । ଏହାପରେ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କ ଶେଷ ବଲ୍‌ରେ ଅଭିଷେକ ଏକ ବଡ଼ ସଟ୍ ଖେଳିବାକୁ ଯାଇ ନିଜ ୱିକେଟ୍ ହରାଇଥିଲେ । ଶାହିନ ଶାହ ଆଫ୍ରିଦି କ୍ୟାଚ୍ ଧରିଥିଲେ । ଅଭିଷେକ କୌଣସି ସ୍କୋର ନକରି ପାଭିଲିୟନ ଫେରିଥିଲେ । ପୂର୍ବରୁ ସେ ଆମେରିକା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ କୌଣସି ସ୍କୋର ନ କରି ପାଭିଲିୟନ ଫେରିଥିଲେ । ପ୍ରଥମ ବିଶ୍ୱକପ୍ ଖେଳୁଥିବା ଅଭିଷେକ ପ୍ରଥମ ଦୁଇଟି ଇନିଂସରେ ଜିରୋରେ ଆଉଟ୍ ହୋଇଛନ୍ତି । ଅସୁସ୍ଥତା ଯୋଗୁଁ ସେ ନାମିବିଆ ବିପକ୍ଷ ମ୍ୟାଚ୍ ଖେଳିନଥିଲେ ।

ପଢନ୍ତୁ ଏହି ଖବର: ପୁଣି ଦୁନିଆ ଆଗରେ ବେଜିତ୍ ହେଲା ପାକିସ୍ତାନ; ଭାରତ ଦେଖାଇଲା ଔକାତ୍

  • ଦମଦାର ବ୍ୟାଟିଂ କଲେ ଇଶାନ କିଶାନ
ଅଭିଷେକ ଶର୍ମା ହୁଏତ ଏହି ମ୍ୟାଚ୍‌ରେ ନିଜର ଖାତା ଖୋଲି ନଥିଲେ, କିନ୍ତୁ ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ଇଶାନ କିଶାନ ଏକ ବଡ଼ ପାଳି ଖେଳିଛନ୍ତି । ସେ ୪୦ ବଲରେ ୭୭ ରନ୍ ଯୋଡ଼ିଛନ୍ତି । ସେଥିରୁ ୧୦ଟି ଚୌକା ଓ ୩ଟି ଛକା ମାରିଛନ୍ତି । ଏହି ମ୍ୟାଚ୍‌ରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଥିଲା ୧୯୨.୫୦ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଶତକ ମାରିବାରୁ ବଞ୍ଚିତ ହୋଇଛନ୍ତି । କାରଣ ପାକିସ୍ତାନୀ ଅଲରାଉଣ୍ଡର ସାଇମ ଅୟୁବଙ୍କ ବଲ୍‌ରେ ସେ ବୋଲ୍ଡ ହୋଇଛନ୍ତି ।

ଅଧିକ ଖବର ପଢନ୍ତୁ..
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Cricketer Abhishek Sharma out two ducks in two matches | Argus News