India vs Australia / ବର୍ଷା ଧୋଇଦେଲା କାନବେରା ଟି-୨୦, ମାତ୍ର ୫୮ ବଲ୍ର ହୋଇପାରିଲା ଖେଳ
·8 months ago·2 min read

Key Points
ଭାରତ- ଅଷ୍ଟ୍ରେଲିଆ ପ୍ରଥମ T20 ବାତିଲ୍
ବର୍ଷାରେ ଧୋଇଗଲା ମାନୁକା ଓଭାଲର ମ୍ୟାଚ
ଭାରତ ୯୭/୧ ଥିବା ବେଳେ ବର୍ଷା ପାଇଁ ବନ୍ଦ ରହିଥିଲା ମ୍ୟାଚ
ବର୍ଷାରେ ଧୋଇଗଲା ମାନୁକା ଓଭାଲର ମ୍ୟାଚ
ଭାରତ ୯୭/୧ ଥିବା ବେଳେ ବର୍ଷା ପାଇଁ ବନ୍ଦ ରହିଥିଲା ମ୍ୟାଚ
ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହୋଇଛି । ଏହି ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ କାନବେରାରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ତେବେ ବର୍ଷା କାରଣରୁ ଏହି ମ୍ୟାଚ୍କୁ ବାତିଲ କରାଯାଇଛି ।
The first #AUSvIND T20I has been abandoned due to rain. 🌧️
— BCCI (@BCCI) October 29, 2025
Scorecard ▶️ https://t.co/VE4FvHBCbW#TeamIndia pic.twitter.com/biJYDFe9Ah
ଏହି ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ କରୁଥିଲା ଭାରତ । କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ଦୁଇଥର ବାଧାପ୍ରାପ୍ତ ହୋଇଥିଲା । ପ୍ରଥମେ ମ୍ୟାଚ୍ର ପଞ୍ଚମ ଓଭରରେ ବର୍ଷା ହେବାରୁ ମ୍ୟାଚ୍କୁ ରୋକିବାକୁ ପଡ଼ିଥିଲା । ଏହା ପରେ ମ୍ୟାଚ୍ର ଓଭର ସଂଖ୍ୟା ୨୦ ପରିବର୍ତ୍ତେ ୧୮କୁ ହ୍ରାସ କରାଯାଇଥିଲା । କିନ୍ତୁ ଦଶମ ଓଭରରେ ବର୍ଷା ପୁଣି ଥରେ ମ୍ୟାଚ୍ ବାଧାପ୍ରାପ୍ତ କରିଥିଲା । ଯାହା ଫଳରେ ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଅଧିକ ପଢ଼ନ୍ତୁ: ୩୮ ବର୍ଷରେ ଇତିହାସ ରଚିଲେ ରୋହିତ, ଗିଲ୍ଙ୍କୁ ପଛରେ ପକାଇ ହେଲେ ନମ୍ବର-୧ ବ୍ୟାଟ୍ସମ୍ୟାନ୍
ବର୍ଷା ପାଇଁ ଖେଳ ବାତିଲ ହେବା ସମୟରେ ଭାରତ ବ୍ୟାଟିଂ କରୁଥିଲା । ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲ୍ କ୍ରିଜ୍ରେ ଥିଲେ । ଭାରତର ସ୍କୋର ୯.୪ ଓଭରରେ ଏକ ଓ୍ବିକେଟ ବିନିମୟରେ ୯୭ ରନ୍ କରିଥିଲା । ଲଗାତାର ବର୍ଷା ଯୋଗୁଁ କାନବେରାରେ ଖେଳ ଜାରି ରଖିବା ସମ୍ଭବ ହୋଇନଥିଲା । ତେବେ ଏହି ସିରିଜ୍ର ପରବର୍ତ୍ତୀ ମ୍ୟାଚ୍ ଅକ୍ଟୋବର ୩୧ ତାରିଖରେ ମେଲବର୍ଣ୍ଣରେ ଖେଳାଯିବ ।
ଯଦି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେଡ୍ ଟୁ ହେଡ୍ ବିଷୟରେ କଥା ହେବା ପରେ ତାହାଲେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠୁ ଆଗରେ ଅଛି । ଏପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ୩୩ଟି ମ୍ୟାଚ୍ ମଧ୍ୟରୁ ଭାରତ ୨୦ଟି ମ୍ୟାଚ୍ରେ ବିଜୟ ଲାଭ କରିଥିବା ବେଳେ ଅଷ୍ଟ୍ରେଲିଆ କେବଳ ୧୧ଟିରେ ଜିତିଛି ।
୨୦୧୨ ପରଠାରୁ ଅଷ୍ଟ୍ରେଲିଆ ନିଜ ଦେଶରେ କୌଣସି ଟି-୨୦ ସିରିଜରେ ଭାରତକୁ ପରାସ୍ତ କରିନାହିଁ। ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲିଙ୍କ ପରେ ସୂର୍ଯ୍ୟକୁମାର ଯାଦବ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ତେବେ ଗତ ପାଞ୍ଚ ଟି-୨୦ ସିରିଜରେ ଭାରତ ଅଷ୍ଟ୍ରେଲିଆ ମାଟିରେ କେବଳ ଥରେ ୨୦୦୮ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି । ସେପଟେ ନୀତୀଶ କୁମାର ରେଡ୍ଡୀ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ତିନୋଟି ଟି-୨୦ ମ୍ୟାଚରୁ ବାଦ ପଡ଼ିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories