Team India Collapse / ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ, ମାତ୍ର ୫ ରନ୍ରେ ହରାଇଲା ଶେଷ ୫ ଓ୍ବିକେଟ୍
·9 months ago·2 min read

Key Points
ଦ୍ବିତୀୟ ଟି-୨୦ରେ ଭାରତର ଶୋଚନୀୟ ପରାଜୟ
ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ
ମାତ୍ର ୫ ରନ୍ରେ ୫ ୱିକେଟ୍
ଟିମ୍ ଇଣ୍ଡିଆର ଲଜ୍ଜାଜନକ ରେକର୍ଡ
ମାତ୍ର ୫ ରନ୍ରେ ୫ ୱିକେଟ୍
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟ ଜାରି ରହିଛି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ଏହି ସିରିଜ୍ର ପ୍ରଥମ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜ ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୫୧ ରନ୍ରେ ଶୋଚନୀୟ ପରାଜୟ ବରଣ କରିଥିଲା ।
ଦ୍ବିତୀୟ ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ଭାରତ ପାଇଁ ଭୁଲ୍ ପ୍ରମାଣିତ ହୋଇଛି । କାହିଁକି ନା ପ୍ରଥମେ ବୋଲିଂ କରି ଭାରତୀୟ ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ଏହା ପରେ ବ୍ୟାଟ୍ସମ୍ୟାନ୍ ମଧ୍ୟ ବିଫଳ ହୋଇଥିଲେ । ଆଶା ଥିଲା ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଶୁବମନ ଗିଲ୍ ଭଲ ଆରମ୍ଭ କରିବେ । କିନ୍ତୁ ଏହାର ବିପରୀତ ହୋଇଥିଲା । ପ୍ରଥମେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ହାର ମାନିଥିଲେ । ଆଉ ତା'ପରେ ଶେଷ ପାଞ୍ଚଟି ଓ୍ବିକେଟ୍ ମାତ୍ର ୯ ବଲରେ ହରାଇଥିଲା ଟିମ୍ ଇଣ୍ଡିଆ ।
୯ ବଲରେ ଆଉଟ୍ ହେଲେ ୫ ଖେଳାଳି
ଦକ୍ଷିଣ ଆଫ୍ରିକାର ୨୧୪ ରନର ଲକ୍ଷ୍ୟ ପିଛା କରୁଥିବା ଭାରତ ଲଗାତର ବ୍ୟବଧାନରେ ଓ୍ବିକେଟ୍ ହରାଇ ବ୍ୟାକଫୁଟ୍ରେ ରହିଥିଲା । ଶେଷ ଦୁଇ ଓଭରର ସୁଦ୍ଧା ଏହା ପ୍ରାୟ ନିଶ୍ଚିତ ହୋଇସାରିଥିଲା ଭାରତ ଦ୍ବିତୀୟ ମ୍ୟାଚ୍ରେ ପରାଜୟ ବରଣ କରିବ । କିନ୍ତୁ ମ୍ୟାଚ୍ ଶେଷ ଓଭର ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଥିଲା । କିନ୍ତୁ ବାସ୍ତବରେ ଏହାର ବିପରୀତ ଘଟିଥିଲା ।

ଅଧିକ ପଢ଼ନ୍ତୁ: ପୁଣି ଫେଲ୍ ହେଲେ ଗିଲ୍-ସୂର୍ଯ୍ୟକୁମାର, ଦଳରୁ ବିଦା କରିବାକୁ ଉଠିଲା ଦାବି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜିତେଶ ୧୮ତମ ଓଭରର ପଞ୍ଚମ ବଲ୍ରେ ଆଉଟ୍ ହୋଇଥିଲେ ଏହା ପରେ, ଟିମ୍ ଇଣ୍ଡିଆ ଗୋଟିଏ ଝଟକାରେ ଭାଙ୍ଗି ପଡ଼ିଥିଲା । ୧୯ତମ ଓଭରର ଶିବମ ଦୁବେ, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ ଆଉଟ ହୋଇଥିଲେ । ଶେଷ ଓଭରର ପ୍ରଥମ ବଲ୍ରେ ତିଲକ ବର୍ମାଙ୍କ ଓ୍ବିକେଟ୍ ସହ ଭାରତ ୧୬୨ ରନ୍ ଅଲଆଉଟ୍ ହୋଇଥିଲା । ଭାରତ ଶେଷ ପାଞ୍ଚ ଓ୍ବିକେଟ୍ ମାତ୍ର ୫ ରନ୍ କରିପାରିଥିଲା ।
ଟିମ୍ ଇଣ୍ଡିଆ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଇନିଂସର ସମସ୍ତ ବ୍ୟାଟ୍ସମ୍ୟାନ୍ ଦ୍ରୁତ ବୋଲରଙ୍କ ଦ୍ବାରା ଆଉଟ୍ ହୋଇଥିଲେ । ଏହା ସହ ଭାରତ ଏକ ଅଲୋଡା ରେକର୍ଡ ସୃଷ୍ଟି କରିଛି । ଏହା ପ୍ରଥମ ଥର ଯେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ୍ ଦ୍ରୁତ ବୋଲରଙ୍କ ଦ୍ୱାରା ଆଉଟ୍ ହୋଇଛନ୍ତି। ଏହି ଫର୍ମାଟରେ ଦକ୍ଷିଣ ଆଫ୍ରିକା ପାଇଁ ଏହା ମଧ୍ୟ ପ୍ରଥମ ଥର ଯେ ସେମାନଙ୍କର ଦ୍ରୁତ ବୋଲରମାନେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ଦଶ ୱିକେଟ୍ ନେଇଛନ୍ତି।
ଦକ୍ଷିଣ ଆଫ୍ରିକା ସର୍ବାଧିକ ବିଜୟ ହାସଲ କରିଛି
ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆ ବିପକ୍ଷରେ ୧୩ତମ ଟି-୨୦ ବିଜୟ ହାସଲ କରିଛି। ଏହା ସହିତ, ଦକ୍ଷିଣ ଆଫ୍ରିକା ଦଳ ଏହି ଫର୍ମାଟରେ ଭାରତ ବିପକ୍ଷରେ ସର୍ବାଧିକ ବିଜୟର ରେକର୍ଡ ରଖିଛି। ସେମାନେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡକୁ ପଛରେ ପକାଇ ଦେଇଛନ୍ତି, ଯେଉଁମାନେ ପ୍ରତ୍ୟେକେ ୧୨ଟି ବିଜୟ ହାସଲ କରିଛନ୍ତି।

Related Topics
Explore more stories