Hardik Explosive Batting / ଅହମ୍ମଦାବାଦରେ ଭାରତର ବିସ୍ଫୋରକ ବ୍ୟାଟିଂ, ଯିଏ ଆସିଲା...ସିଏ ମାରିଲା ଚୌକା-ଛକା
·6 months ago·2 min read

Key Points
ପଞ୍ଚମ ଟି-୨୦ରେ ଭାରତର ବିସ୍ଫୋରକ ବ୍ୟାଟିଂ
SA ସାମ୍ନାରେ ୨୩୧ ଟାର୍ଗେଟ୍
ହାର୍ଦ୍ଦିକ ଝଡ଼ରେ ଘାଇଲା SA ବୋଲିଂ
SA ସାମ୍ନାରେ ୨୩୧ ଟାର୍ଗେଟ୍
ହାର୍ଦ୍ଦିକ ଝଡ଼ରେ ଘାଇଲା SA ବୋଲିଂ
ଅହମ୍ମଦାବାଦରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ଦକ୍ଷିଣ ଆଫ୍ରିକା । ଆଉ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୩୧ ରନ୍ କରିଥିଲା ।
Innings Break!
— BCCI (@BCCI) December 19, 2025
7⃣3⃣ from Tilak Varma
6⃣3⃣ from Hardik Pandya
Impressive show with the bat help #TeamIndia set a target of 2⃣3⃣2⃣ 🎯
Scorecard ▶️ https://t.co/kw4LKLNSl3#INDvSA | @TilakV9 | @hardikpandya7 | @IDFCFIRSTBank pic.twitter.com/b6hdKxXs4x
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆରମ୍ଭରୁ ଦମଦାର ଖେଳିଥିଲା । ଦୁଇ ଓପନର ସଞ୍ଜୁ ସାମସନ୍ ଓ ଅଭିଷେକ ଶର୍ମା ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ୍ ପାଇଁ ୬୩ ରନ୍ର ପାର୍ଟନରସିପ୍ କରିଥିଲେ । ଅଭିଷେକ ଶର୍ମା ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ତିଲକ ବର୍ମା । ଆସୁ ଆସୁ ଚୌକା ମାରି ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ ସେ ।
𝙒𝙃𝘼𝙏. 𝘼. 𝙆𝙉𝙊𝘾𝙆!
— BCCI (@BCCI) December 19, 2025
Hardik Pandya is on an absolute roll here in Ahmedabad! 🙌
A 16-ball half-century - Second fastest T20I fifty for #TeamIndia cricketer (in Men's cricket) 🔥
Updates ▶️ https://t.co/kw4LKLNSl3#INDvSA | @hardikpandya7 | @IDFCFIRSTBank pic.twitter.com/RqjfXwVsJX
ସଞ୍ଜୁଙ୍କ ଓ୍ବିକେଟ୍ ଯିବା ପରେ ସୂର୍ଯ୍ୟକୁମାର ଆସିଥିଲେ । କିନ୍ତୁ ସେ ଏହି ମ୍ୟାଚ୍ କିଛି ଖାସ୍ କରିପାରିନଥିଲେ । ଅଧିନାୟକ ଆଉଟ୍ ହେବା ପରେ ପାଳି ସମ୍ଭାଳିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆଉ କ୍ରିଜ୍କୁ ଆସୁ ଆସୁ ଛକା ମାରି ପାଳି ଆରମ୍ଭ କରିଥିଲେ । ମାତ୍ର ୧୬ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ ହାର୍ଦ୍ଦିକ । ପାଣ୍ଡ୍ୟାଙ୍କ ଦମଦାର ୬୩ ରନ୍ ଫଳରେ ଭାରତ ୨୩୧ ରନ୍ କରିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୭୩ ରନ୍ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୬୩ ରନ୍ କରିଥିଲେ ।
ପୂର୍ବରୁ ଭାରତ ଏହି ସିରିଜ୍ରେ ୨-୧ରେ ଆଗୁଆ ରହିଛି । ଆଜିର ମ୍ୟାଚ୍କୁ ଜିତି ଏହି ସିରିଜ୍କୁ ୩-୧ରେ ଜିତିବାକୁ ଭାରତ ଚେଷ୍ଟା କରିବ । ସେହିପରି ଆଜିର ମ୍ୟାଚ୍କୁ ଜିତି ଦକ୍ଷିଣ ଆଫ୍ରିକା ସିରିଜ୍କୁ ୨-୨ରେ ବରାବର୍ କରିବାକୁ ଚେଷ୍ଟା କରିବ ।
ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍କୁ ଭାରତ ୧୦୧ ରନ୍ରେ ବଡ଼ ବିଜୟ ହାସଲ କରିଥିଲା । ଏହା ପରେ ଦ୍ବିତୀୟ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମୁଲାନପୁରରେ ଖେଳାଯାଇଥିଲା । ଏହି ମ୍ୟାଚ୍କୁ ଭାରତ ୫୧ ରନ୍ରେ ପରାସ୍ତ ହୋଇଥିଲା । ଏହା ପରେ ତୃତୀୟ ମ୍ୟାଚ୍ରେ ଭାରତ ଦମଦାର କମ୍ବ୍ୟାକ୍ କରି ବିଜୟ ଲାଭ କରିଥିଲା । ସେହିପରି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ମ୍ୟାଚ୍ ଘନ କୁହୁଡ଼ି ପାଇଁ ବାତିଲ ହୋଇଥିଲା । ତେଣୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ।
ଭାରତର ଚୁଡ଼ାନ୍ତ ଏକାଦଶ: ସଞ୍ଜୁ ସାମସନ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା(ଓ୍ବିକେଟ୍ କିପର), ଓ୍ବାଶିଂଟନ୍ ସୁନ୍ଦର, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories