IND vs PAK / ବିଶ୍ବକପରେ ପୁଣି ଅପମାନିତ ହେଲା ପାକିସ୍ତାନ, ହାତ ମିଳାଇଲେନି ଭାରତୀୟ ଅଧିନାୟକ

Key Points
ଏସିଆ କପ୍ ପରେ ବିଶ୍ବକପରେ ପୁଣି ଅପମାନିତ ହେଲା ପାକିସ୍ତାନ । ଟସ୍ ସମୟରେ ପୁଣି ହ୍ୟାଣ୍ଡସେକ୍ କଲେନି ଭାରତୀୟ ଅଧିନାୟକ ।
ପ୍ରଥମେ ଏସିଆ କପ୍-୨୦୨୫ । ଆଉ ଏବେ ଦିନିକିଆ ବିଶ୍ବକପ୍ । ନୋ ହ୍ୟାଣ୍ଡସେକ୍ ବିବାଦ ଜାରି ରହିଛି । ଆଜି ମହିଳା ଦିନିକିଆ ବିଶ୍ବକପରେ ଖେଳାଯାଉଛି ମହାମୁକାବିଲା । ଏହି ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ । କଲମ୍ବୋରେ ଖେଳାଯାଉଛି ଏହି ମ୍ୟାଚ୍ । ତେବେ ଏହି ମ୍ୟାଚରେ ମଧ୍ୟ ନୋ ହ୍ୟାଣ୍ଡସେକ୍ ବିବାଦ ଦେଖିବାକୁ ମିଳିଛି ।
ମ୍ୟାଚ୍ ଆରମ୍ଭ ପୂର୍ବରୁ ହୋଇଥିବା ଟସ୍ ସମୟରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର, ପାକିସ୍ତାନୀ ଅଧିନାୟକ ଫାତିମା ସାନାଙ୍କ ହାତ ମିଳାଇ ନାହାନ୍ତି । ଟସ୍ ଉପସ୍ଥାପକଙ୍କ ସହ କଥା ହେବା ପରେ ପାକିସ୍ତାନୀ ଅଧିନାୟକ ସିଧାସଳଖ ଡଗ୍ଆଉଟ୍ ଆଡ଼କୁ ଗଲେ। ଭାରତୀୟ ଅଧିନାୟକ ହରମନପ୍ରୀତ କୌର ମଧ୍ୟ ଫାତିମା ସାନାଙ୍କ ସହ ହାତ ମିଳାଇବାକୁ କୌଣସି ଆଗ୍ରହ ଦେଖାଇ ନଥିଲେ ।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଚିବ ଦେବଜିତ ସାଇକିଆ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ବୋର୍ଡ ଖେଳାଳିମାନଙ୍କୁ ପାକିସ୍ତାନ ଦଳ ସହିତ ହାତ ମିଳାଇବା ପାଇଁ କୌଣସି ନିର୍ଦ୍ଦେଶ ଦେଇନାହିଁ । ସେ କହିଥିଲେ, "ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଖେଳାଳିମାନଙ୍କୁ ହାତ ମିଳାଇବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ଆମର ଧ୍ୟାନ କେବଳ ଖେଳ ଉପରେ ।
It's time for some batting firepower 💥
Pakistan win the toss and #TeamIndia will bat first! 🏏
Catch the LIVE action ➡ https://t.co/CdmEhf3jle#CWC25 👉 #INDvPAK | LIVE NOW on Star Sports network & JioHotstar! pic.twitter.com/bqYyKrwFLt
📱 Get Argus News App
✨ପୁରୁଷ ଏସିଆ କପ୍ ସମୟରେ ଏହି ପ୍ରସଙ୍ଗ ପ୍ରଥମେ ସାମ୍ନାକୁ ଆସିଥିଲା । ଏସିଆ କପ୍-୨୦୨୫ ଭାରତ-ପାକିସ୍ତାନ ମଧ୍ୟରେ ତିନି ଥର ମୁହାଁମୁହିଁ ହୋଇଥିଲେ । ଆଉ ସେହି ସମୟରେ ଭାରତୀୟ ଦଳ ମ୍ୟାଚ୍ ପୂର୍ବରୁ ଏବଂ ପରେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ । ଖାଲି ଏତିକି ନୁହେଁ ଟିମ୍ ଇଣ୍ଡିଆ ଏସିଆ କପ୍ ଜିତିବା ପରେ ମଧ୍ୟ ମୋହସନ୍ ନକଭିଙ୍କଠାରୁ ଟ୍ରଫି ଆଣିବାକୁ ମନା କରିଦେଇଥିଲେ । ଯାହାପରେ ଏହାକୁ ନେଇ ବିବାଦ ଆହୁରି ବଢ଼ିଥିଲା ।
ଅଧିକ ପଢ଼ନ୍ତୁ: ଟ୍ରଫି ଚୋରଙ୍କୁ ପାକିସ୍ତାନରେ ସମ୍ମାନ ! ମୋହସିନ୍ ନକଭିଙ୍କୁ ମିଳିବ ଗୋଲ୍ଡ ମେଡାଲ
ସେପଟେ ଭାରତ ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ପାକିସ୍ତାନ ସହିତ କ୍ରୀଡା ସମ୍ପର୍କ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ କିମ୍ବା ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ । ଦୁଇ ଦେଶ ମଧ୍ୟରେ ଶେଷ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ୨୦୧୨-୧୩ରେ ଖେଳାଯାଇଥିଲା ।
ଭାରତୀୟ ଦଳର ଚୁଡ଼ାନ୍ତ ଏକାଦଶ: ପ୍ରତୀକ ରାୱଲ, ସ୍ମୃତି ମନ୍ଧନା, ହାରଲୀନ ଦେଓଲ, ହରମାନପ୍ରୀତ କୌର(ଅଧିନାୟକ), ଜେମିମା ରୋଡ୍ରିଗସ୍, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍ କିପର), ସ୍ନେହ ରାଣା, ରେଣୁକା ସିଂ ଠାକୁର, ନାଲାପୁରଡି ଚରଣୀ, କ୍ରାନ୍ତି ଗୁଡ
ପାକିସ୍ତାନ ଦଳର ଏକାଦଶ : ମୁନିବା ଅଲି, ସାଦାଫ ଶାମା, ସିଦ୍ଧ୍ରା ଆମିନ, ରମିନ ଶାମିମ, ଆଲିଆ ରିଆଜ, ସିଦ୍ଧ୍ରା ନୱାଜ (ୱିକେଟ୍ କିପର), ଫାତିମା ସାନା (ଅଧିନାୟକ), ନାତାଲିଆ ପରଭେଜ, ଡାଏନା ବାଗ, ସାଦିଆ ଇକବାଲ, ନାଶ୍ରା ସାନ୍ଧୁ
Related Topics
Explore more stories