India Vs South Africa / ପଶ୍ଚିମାଝଡ଼ ସୁହାଇବ ନା କାକର ଯୋଗୁଁ ପ୍ରଭାବିତ ହେବ ଭାରତ-ଦକ୍ଷିଣ ଆଫ୍ରିକା T20
·3 months ago·2 min read

Key Points
ଡିସେମ୍ବରର ଶୀତରେ ବାରବାଟୀରେ ଟି-ଟ୍ଵେଣ୍ଟି ମ୍ୟାଚ୍ ଖେଳା ଯାଉଥିବାରୁ ସମସ୍ତଙ୍କ ମନରେ ପ୍ରଶ୍ନ ରହିବ କି କାକରର ପ୍ରଭାବ । କାକର ପାଇଁ ପଡ଼ିଆ ଓଦା ରହିବନି ତ ?
ଭୁବନେଶ୍ଵର: ଆଉ କିଛି ସମୟର ଅପେକ୍ଷା । ବାରବାଟୀରେ ଆରମ୍ଭ ହେବ ଲଢ଼େଇ । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଦର୍ଶକଙ୍କ ପାଇଁ ବାରବାଟୀ ଷ୍ଟାଡିୟମ୍ର ଗେଟ୍ ଖୋଲି ସାରିଥିବା ବେଳେ କଟକ ମୁହାଁ ଖେଳାଳିଙ୍କ ବସ୍ ।
ଡିସେମ୍ବରର ଶୀତରେ ବାରବାଟୀରେ ଟି-ଟ୍ଵେଣ୍ଟି ମ୍ୟାଚ୍ ଖେଳା ଯାଉଥିବାରୁ ସମସ୍ତଙ୍କ ମନରେ ପ୍ରଶ୍ନ ରହିବ କି କାକରର ପ୍ରଭାବ । କାକର ପାଇଁ ପଡ଼ିଆ ଓଦା ରହିବନି ତ ? ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ଅନୁସାରେ, ବାରବାଟୀକୁ ସୁହାଇବ ପଶ୍ଚିମାଝଡ଼ । ବିଳମ୍ବରେ ତଥା କମ କାକର ପଡ଼ିବାର ସମ୍ଭାବନା ରହିଛି ।
ଏଥିସହ ପଢ଼ନ୍ତୁ: କଳା ଏବଂ ନାଲି: କେଉଁ ପିଚ୍ରେ ହୁଏ ଭଲ ସ୍କୋର ?
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ଅନୁସାରେ, "ପଶ୍ଚିମାଝଡ଼ ପ୍ରଭାବରେ ଉପକୂଳ ଓଡ଼ିଶାରେ ବାୟୁମଣ୍ଡଳର ଉପରି ଭାଗରେ ହାଲୁକା ମେଘ ସମୂହ ହେତୁ କାକରର ପ୍ରଭାବ କମ ରହିବ । ବିଳମ୍ବରେ କାକର ପ୍ରଭାବ ପଡ଼ୁଥିବାରୁ ମ୍ୟାଚ କମ ପ୍ରଭାବିତ ହେବା ସମ୍ଭାବନା ରହିଛି ।
ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-ଟ୍ଵେଣ୍ଟି ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ସାଢ଼େ ୬ଟାରେ ପଡ଼ିବ ଟସ୍ । ଭାରତରେ ଶୀତ ଦିନେ ଖେଳା ଯାଉଥିବା ଦିବରାତ୍ର କ୍ରିକେଟ୍ ମ୍ୟାଚ୍ ଗୁଡ଼ିକର ଫଳାଫଳ ଅନେକ ସମୟରେ କୁହୁଡ଼ି ଉପରେ ନିର୍ଭର କରିଥାଏ ।
ସବୁ ପରେ ବି ଟସ୍ କେଉଁ ଦଳ ଜିତୁଛି ତାହା ଗୁରୁତ୍ଵପୂର୍ଣ୍ଣ । କାରଣ ଟସ୍ ଜିତୁଥିବା ଅଧିକାଂଶ ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ଚାହାନ୍ତି । କାରଣ ସୂର୍ଯ୍ୟାସ୍ତ ପରେ ଆଉଟ୍ ଫିଲ୍ଟରେ କାକର ସୁହାଇଥାଏ । ବଲ୍ ଓଦା ହୋଇଯିବା ସହ ବୋଲରଙ୍କ କୌଶଳ କାମ କରେନି । ଫଳରେ ବଡ଼ ସ୍କୋରିଂର ସମ୍ଭାବନା ବଢ଼ିଯାଏ ।
ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ଵେଣ୍ଟି ମ୍ଯାଚ୍ରେ କାକରକୁ ରୋକିବା ପାଇଁ ଓସିଏ (OCA) ସ୍ଵତନ୍ତ୍ର ବ୍ୟବସ୍ଥା କରିଛି । ଓସିଏ ପକ୍ଷରୁ ଏକ କେମିକାଲ୍ ବିଦେଶରୁ ଅଣା ଯାଇଛି । ଯାହାକୁ ରବିବାର ଠାରୁ ପିଚ୍ ବାହାରେ ସ୍ପ୍ରେ କରାଯାଇଛି । ଫଳରେ କାକରର ପ୍ରଭାବ କମ୍ ରହିବ ।
ଏଥିସହ ପଢ଼ନ୍ତୁ: ଆଜି ବାରବାଟୀରେ ବିଗ ଫାଇଟ, ଭାରତ ଭାଙ୍ଗିବ ପରାଜୟର ରେକର୍ଡ !
ଓସିଏର ମୁଖ୍ୟ ପିଚ୍ କ୍ଯୁରେଟର ଡ. ଅଞ୍ଜନ କୁମାର ଖୁଣ୍ଟିଆଙ୍କ ଅନୁସାରେ, ସିଞ୍ଚନ କରାଯାଇଥିବା କେମିକାଲ୍ କାକର ପ୍ରଭାବକୁ କମ୍ କରିବ । ତେଣୁ ଆମେ ଶୁଖିଲା ଘାସରେ ଫିଲ୍ଡିଂ ଆଶା କରିବା । ଏଥିସହ ଇନିଂସ ବ୍ରେକ୍ ସମୟରେ ଓସିଏ ସୁପର୍ ସପର୍ସର ପ୍ରୟୋଗ କରାଯିବ ।
ଦକ୍ଷିଣ ଆଫ୍ରିକା ଦଳ ଅପରାହ୍ଣ ୪ଟା ୪୫ରେ କଟକ ଅଭିମୁଖେ ବାହାରିବା । ତା ପରେ ପରେ ୪ଟା ୫୦ରେ ବାହାରିବ ଭାରତୀୟ ଦଳ । ୨୮ କିଲୋମିଟରର ରାସ୍ତାରେ ଖେଳାଳିଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଉଭୟ ଦଳ ଭୁବନେଶ୍ଵର ପହଞ୍ଚିବା ପରେ ମେଫେୟାର ହୋଟେଲ୍ରେ ରହୁଛନ୍ତି ।

ବାରବାଟୀ କୁ ସୁହାଇବ ପଶ୍ଚିମାଝଡ଼
— usd (@usd0705) December 9, 2025
ବିଳମ୍ବରେ ତଥା କମ କାକର ସମ୍ଭାବନା
ପଶ୍ଚିମାଝଡ଼ ପ୍ରଭାବରେ ଉପକୂଳ ଓଡ଼ିଶାରେ ବାୟୁମଣ୍ଡଳର ଉପରି ଭାଗରେ ହାଲୁକା ମେଘ ସମୂହ ହେତୁ କାକର ର ପ୍ରଭାବ କମ ରହିବା ସହ ବିଳମ୍ବରେ କାକର ପ୍ରଭାବ ପଡିବା ସମ୍ଭାବନା ହେତୁ ମ୍ୟାଚ କମ ପ୍ରଭାବିତ ହେବା ସମ୍ଭାବନା pic.twitter.com/h8IFZy6CfA
ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-ଟ୍ଵେଣ୍ଟି ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ସାଢ଼େ ୬ଟାରେ ପଡ଼ିବ ଟସ୍ । ଭାରତରେ ଶୀତ ଦିନେ ଖେଳା ଯାଉଥିବା ଦିବରାତ୍ର କ୍ରିକେଟ୍ ମ୍ୟାଚ୍ ଗୁଡ଼ିକର ଫଳାଫଳ ଅନେକ ସମୟରେ କୁହୁଡ଼ି ଉପରେ ନିର୍ଭର କରିଥାଏ ।
ସବୁ ପରେ ବି ଟସ୍ କେଉଁ ଦଳ ଜିତୁଛି ତାହା ଗୁରୁତ୍ଵପୂର୍ଣ୍ଣ । କାରଣ ଟସ୍ ଜିତୁଥିବା ଅଧିକାଂଶ ଅଧିନାୟକ ପ୍ରଥମେ ବୋଲିଂ କରିବାକୁ ଚାହାନ୍ତି । କାରଣ ସୂର୍ଯ୍ୟାସ୍ତ ପରେ ଆଉଟ୍ ଫିଲ୍ଟରେ କାକର ସୁହାଇଥାଏ । ବଲ୍ ଓଦା ହୋଇଯିବା ସହ ବୋଲରଙ୍କ କୌଶଳ କାମ କରେନି । ଫଳରେ ବଡ଼ ସ୍କୋରିଂର ସମ୍ଭାବନା ବଢ଼ିଯାଏ ।
ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ଵେଣ୍ଟି ମ୍ଯାଚ୍ରେ କାକରକୁ ରୋକିବା ପାଇଁ ଓସିଏ (OCA) ସ୍ଵତନ୍ତ୍ର ବ୍ୟବସ୍ଥା କରିଛି । ଓସିଏ ପକ୍ଷରୁ ଏକ କେମିକାଲ୍ ବିଦେଶରୁ ଅଣା ଯାଇଛି । ଯାହାକୁ ରବିବାର ଠାରୁ ପିଚ୍ ବାହାରେ ସ୍ପ୍ରେ କରାଯାଇଛି । ଫଳରେ କାକରର ପ୍ରଭାବ କମ୍ ରହିବ ।
ଏଥିସହ ପଢ଼ନ୍ତୁ: ଆଜି ବାରବାଟୀରେ ବିଗ ଫାଇଟ, ଭାରତ ଭାଙ୍ଗିବ ପରାଜୟର ରେକର୍ଡ !
ଓସିଏର ମୁଖ୍ୟ ପିଚ୍ କ୍ଯୁରେଟର ଡ. ଅଞ୍ଜନ କୁମାର ଖୁଣ୍ଟିଆଙ୍କ ଅନୁସାରେ, ସିଞ୍ଚନ କରାଯାଇଥିବା କେମିକାଲ୍ କାକର ପ୍ରଭାବକୁ କମ୍ କରିବ । ତେଣୁ ଆମେ ଶୁଖିଲା ଘାସରେ ଫିଲ୍ଡିଂ ଆଶା କରିବା । ଏଥିସହ ଇନିଂସ ବ୍ରେକ୍ ସମୟରେ ଓସିଏ ସୁପର୍ ସପର୍ସର ପ୍ରୟୋଗ କରାଯିବ ।
ଦକ୍ଷିଣ ଆଫ୍ରିକା ଦଳ ଅପରାହ୍ଣ ୪ଟା ୪୫ରେ କଟକ ଅଭିମୁଖେ ବାହାରିବା । ତା ପରେ ପରେ ୪ଟା ୫୦ରେ ବାହାରିବ ଭାରତୀୟ ଦଳ । ୨୮ କିଲୋମିଟରର ରାସ୍ତାରେ ଖେଳାଳିଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଉଭୟ ଦଳ ଭୁବନେଶ୍ଵର ପହଞ୍ଚିବା ପରେ ମେଫେୟାର ହୋଟେଲ୍ରେ ରହୁଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories