Cricket / ବିଶ୍ଵକପ୍ରେ ଭାରତର ବିଜୟଧାରା ଜାରି; ୭ ୱିକେଟ୍ରେ ହାରିଲା ନ୍ୟୁଜିଲାଣ୍ଡ
·4 months ago·2 min read

Key Points
ଭାରତ, ନ୍ୟୁଜିଲାଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରିଛି । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ବୁଲାୱାୟୋର କ୍ଵିନ୍ସ ସ୍ପୋର୍ଟ୍ସ କ୍ଲବ୍ରେ ଖେଳା ଯାଛି ।
ମୁମ୍ବାଇ: ଆଇସିସି ପୁରୁଷ ୧୯ ବର୍ଷରୁ କମ୍ ବିଶ୍ଵକପ୍ ୨୦୨୬ରେ ଭାରତ, ନ୍ୟୁଜିଲାଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରିଛି । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ବୁଲାୱାୟୋର କ୍ଵିନ୍ସ ସ୍ପୋର୍ଟ୍ସ କ୍ଲବ୍ରେ ଖେଳା ଯାଛି । ବର୍ଷା ପ୍ରଭାବିତ ମ୍ୟାଚ୍ରେ ଭାରତୀୟ ଦଳକୁ ଡିଏଲଏସ୍ ନିୟମରେ ୩୭ ଓଭରରେ ୧୩୦ ରନ୍ର ଟାର୍ଗେଟ୍ ମିଳିଥିଲା ।
ବର୍ଷା ଫଳରେ ୩୭ ଓଭର ମ୍ୟାଚ୍ ଖେଳା ଯାଇଛି । ୧୩୦ ରନ୍ର ଟାର୍ଗେଟ୍କୁ ଭାରତ ୧୪ ଓଭର୍ରେ ହାସଲ କରି ବିଶ୍ଵକପ୍ରେ ଲଗାତାର ତୃତୀୟ ବିଜୟ ହାସଲ କରିଛି । ଏହା ପୂର୍ବରୁ ଆମେରିକା ଓ ବାଂଲାଦେଶକୁ ହରାଇଥିଲା ୧୯ ବର୍ଷରୁ କମ୍ ଭାରତୀୟ ଦଳ ।
ଏଥିସହ ପଢ଼ନ୍ତୁ: T20 ବିଶ୍ଵକପ୍ରୁ ବାଂଲାଦେଶ ବିଦା ପରେ ବିଚଳିତ ପାକିସ୍ତାନ; ICCକୁ ଧମକ ଦେଲେ ନକ୍ଭୀ
ଦିନିକିଆ ବିଶ୍ଵକପ୍ର ପ୍ରଥମ ମ୍ୟାଚରେ ଭାରତ, ଆମେରିକାକୁ ଡିଏଲଏସ୍ ନିୟମରେ ୬ ୱିକେଟ୍ରେ ହରାଇତିଲା । ଦ୍ଵିତୀୟ ମ୍ୟାଚ୍ରେ ଡିଏଲଏସ୍ ନିୟମରେ ବାଂଲାଦେଶ ଠାରୁ ୧୮ ରନ୍ରେ ଜିତିଥିଲା ଭାରତ । ଶନିବାର ତୃତୀୟ ମ୍ୟାଚ୍ରେ ମଧ୍ୟ ଭାରତର ବିଜୟଧାରା ଜାରି ରହିଛି । ଏବେ ପଏଣ୍ଟ ଟେବୁଲ୍ରେ ଭାରତୀୟ ଦଳ ଗ୍ରୁପ୍ ବିରେ ୬ ପଏଣ୍ଟ ସହ ଶୀର୍ଷରେ ରହିଛି ।
୧୩୦ ରନ୍ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଭାରତର ଆରମ୍ଭ ଭଲ ନଥିଲା । ବୈଭବ ସୂର୍ଯ୍ୟବଂଶୀ ଓ ଏରାନ ଜଜ ଓପନିଂ କରିଥିଲେ । କିନ୍ତୁ ଦ୍ଵିତୀୟ ଓଭରରେ ଏରାନ୍ ଆଉଚ୍ ହୋଇଥିଲେ । ଏହାପରେ ଆୟୁଷଙ୍କ ସହ ବୈଭବ ପାଳି ସମ୍ଭାଳିଥିଲେ ।
ଏଥିସହ ପଢ଼ନ୍ତୁ: ଘର ବାହାରେ ଛୁଆ ଏକାକୀ ଖେଳୁଥିଲେ ସାବଧାନ, ଛୁରି ଦେଖାଇ ନେଇ ଯାଉଛନ୍ତି...
ଏହାପରେ ଦଳୀୟ ସ୍କୋର୍ ୮୭ ହୋଇଥିବା ବେଳେ ବୈଭବ ଆଉଟ୍ ହୋଇଥିଲେ । ୨୩ ବଲ୍ରେ ୪୦ ରନ୍ କରିଥିଲେ ବୈଭବ । ୩ଟି ଛକା ଓ ୨ଟି ଚଉକା ମାରିଛନ୍ତି ବୈଭବ । ସେହିଭଳି ଆୟୁଷ ଅର୍ଦ୍ଧଶତକ କରିଛନ୍ତି ।
୬ଟି ଛକା ସହାୟତାରେ ଆୟୁଷ ୨୭ ବଲ୍ରେ ୫୩ ରନ୍ କରିଛନ୍ତି । ଦୀଳୟ ସ୍କୋର୍ ୧୦୧ ରନ୍ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ଆୟୁଷ । ଏଙା ପରେ ବିହାନ ମଲହୋତ୍ରା ଓ ବେଦାନ୍ତ ପାଳି ସମ୍ଭାଳି ଦଳକୁ ବିଜୟୀ କରାଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories