Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs SA / ବର୍ଷର ଶେଷ ମ୍ୟାଚ୍‌ରେ ଟସ୍‌ ହାରିଲା ଭାରତ, ଗିଲ୍‌ଙ୍କ ସ୍ଥାନରେ ସାମସନ୍‌ଙ୍କୁ ସୁଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ବର୍ଷର ଶେଷ ମ୍ୟାଚ୍‌ରେ ଟସ୍‌ ହାରିଲା ଭାରତ, ଗିଲ୍‌ଙ୍କ ସ୍ଥାନରେ ସାମସନ୍‌ଙ୍କୁ ସୁଯୋଗ
India vs SA

Key Points

ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦
ଟସ୍‌ ହାରିଲା ଟିମ୍‌ ଇଣ୍ଡିଆ
ଶେଷ T20ରେ ଖେଳିବେ ସଞ୍ଜୁ ସାମସନ୍
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟ ଜାରି ରହିଛି ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ । ଆଜି ଚଳିତ ଟି-୨୦ ସିରିଜ୍‌ର ଶେଷ ମ୍ୟାଚ୍‌ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଦକ୍ଷିଣ ଆଫ୍ରିକା । ଅର୍ଥାତ ସିରିଜ୍‌ର ଶେଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଭାରତୀୟ ଦଳରେ ୩ଟି ପରିବର୍ତ୍ତନ ହୋଇଛି । ସବୁଠୁ ବଡ଼ କଥା ହେଉଛି ଆଜିର ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ ସ୍ଥାନରେ ସଞ୍ଜୁ ସାମସନ୍‌ଙ୍କୁ ସୁଯୋଗ ମିଳିଛି ।

ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ ହୋଇଛି । ଶୁବମନ ଗିଲ୍‌, କୁଲଦୀପ ଯାଦବ ଓ ହର୍ଷିତ ରାଣାଙ୍କ ସ୍ଥାନରେ ସଞ୍ଜୁ ସାମସନ୍‌, ଓ୍ବାଶିଂଟନ୍‌ ସୁନ୍ଦର ଓ ଯଶପ୍ରୀତ ବୁମ୍ରାଙ୍କୁ ସୁଯୋଗ ମିଳିଛି ।


ପୂର୍ବରୁ ଭାରତ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି । ଆଜିର ମ୍ୟାଚ୍‌କୁ ଜିତି ଏହି ସିରିଜ୍‌କୁ ୩-୧ରେ ଜିତିବାକୁ ଭାରତ ଚେଷ୍ଟା କରିବ । ସେହିପରି ଆଜିର ମ୍ୟାଚ୍‌କୁ ଜିତି ଦକ୍ଷିଣ ଆଫ୍ରିକା ସିରିଜ୍‌କୁ ୨-୨ରେ ବରାବର୍‌ କରିବାକୁ ଚେଷ୍ଟା କରିବ ।

ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚ୍‌କୁ ଭାରତ ୧୦୧ ରନ୍‌ରେ ବଡ଼ ବିଜୟ ହାସଲ କରିଥିଲା । ଏହା ପରେ ଦ୍ବିତୀୟ ମ୍ୟାଚ୍‌ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମୁଲାନପୁରରେ ଖେଳାଯାଇଥିଲା । ଏହି ମ୍ୟାଚ୍‌କୁ ଭାରତ ୫୧ ରନ୍‌ରେ ପରାସ୍ତ ହୋଇଥିଲା । ଏହା ପରେ ତୃତୀୟ ମ୍ୟାଚ୍‌ରେ ଭାରତ ଦମଦାର କମ୍‌ବ୍ୟାକ୍‌ କରି ବିଜୟ ଲାଭ କରିଥିଲା । ସେହିପରି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ମ୍ୟାଚ୍‌ ଘନ କୁହୁଡ଼ି ପାଇଁ ବାତିଲ ହୋଇଥିଲା । ତେଣୁ ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ।

ଭାରତର ଚୁଡ଼ାନ୍ତ ଏକାଦଶ: ସଞ୍ଜୁ ସାମସନ୍‌, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା(ଓ୍ବିକେଟ୍‌ କିପର), ଓ୍ବାଶିଂଟନ୍‌ ସୁନ୍ଦର, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Lose Toss in Final T20I, Sanju Samson Replaces Shubman Gill | Argus News