Rishabh Pant captaincy / ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଗୌହାଟୀ ଟେଷ୍ଟରୁ ବାଦ୍ ପଡ଼ିଲେ ଗିଲ୍...ପନ୍ତ ନୂଆ କ୍ୟାପଟେନ୍
·4 months ago·2 min read

Key Points
ଗୌହାଟୀ ଟେଷ୍ଟରୁ ବାଦ୍ ପଡ଼ିଲେ ଶୁବମନ ଗିଲ୍
ବେକରେ ଆଘାତ କାରଣରୁ ବାଦ୍ ପଡ଼ିଲେ ଗିଲ୍
ଗିଲ୍ଙ୍କ ଅନୁପସ୍ଥିତିରେ ନେତୃତ୍ବ ନେବେ ରିଷଭ ପନ୍ତ
ବେକରେ ଆଘାତ କାରଣରୁ ବାଦ୍ ପଡ଼ିଲେ ଗିଲ୍
ଗିଲ୍ଙ୍କ ଅନୁପସ୍ଥିତିରେ ନେତୃତ୍ବ ନେବେ ରିଷଭ ପନ୍ତ
ଶନିବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଆସାମର ଗୌହାଟୀରେ ଏହି ମ୍ୟାଚ୍ ଖେଳାଯିବ । କିନ୍ତୁ ଏହି ବଡ଼ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଆଘାତ କାରଣରୁ ଦ୍ବିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ଟିମ୍ ଇଣ୍ଡିଆର ଅଧିନାୟକ ଶୁବମନ ଗିଲ୍ । ଗିଲ୍ଙ୍କ ଅନୁପସ୍ଥିତିରେ ଋଷଭ ବନ୍ତ ଦ୍ବିତୀୟ ମ୍ୟାଚ୍ରେ ଅଧିନାୟକ ଦାୟିତ୍ବ ତୁଲାଇବେ । ଏନେଇ ବିସିସିଆଇ ଶୁକ୍ରବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛି ।
ସୂଚନା ଅନୁସାରେ, କୋଲକାତ ଟେଷ୍ଟର ଦ୍ବିତୀୟ ଦିନରେ ବ୍ୟାଟିଂ କରୁଥିବା ସମୟରେ ଗିଲ୍ଙ୍କ ବେକରେ ଆଘାତ ଲାଗିଥିଲା । ଯାହାଫଳରେ ସେ ଆଉ ବ୍ୟାଟିଂ ନକରି ଫିଜିଓଙ୍କ ସହ ପ୍ୟାଭିଲିୟନ୍ ଫେରିଥିଲେ । ଆଉ ମ୍ୟାଚ୍ ଶେଷ ହେବା ପରେ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ରାତି ସାରା ତାଙ୍କୁ ଅବଜରଭେସନ୍ରେ ରଖାଯାଇଥିଲା । ଆଉ ଏହା ପର ଦିନ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।
ନଭେମ୍ବର ୨୨ରୁ ଆରମ୍ଭ ହେଉଥିବା ଗୌହାଟୀରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ଏବେ ଋଷଭ ପନ୍ତଙ୍କ ପାଇଁ ଐତିହାସିକ। ସେ ଏବେ ଟେଷ୍ଟ କ୍ରିକେଟରେ ଭାରତର ୩୮ତମ ଅଧିନାୟକ ହେବେ । ସୂଚନାଯୋଗ୍ୟ ଯେ ଶୁବମନ ଗିଲଙ୍କୁ ପ୍ରଥମେ ୨୪ ମେ, ୨୦୨୫ରେ ରୋହିତ ଶର୍ମାଙ୍କ ସ୍ଥାନରେ ଟେଷ୍ଟ ଅଧିନାୟକ ନିଯୁକ୍ତ କରାଯାଇଥିଲା । ସେ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଦଳର ଅଧିନାୟକତ୍ୱ କରିଥିଲେ । ଯେଉଁଠାରେ ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ସିରିଜକୁ ୨-୨ରେ ଡ୍ର' କରିଥିଲା ।
ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଚୁଡ଼ାନ୍ତ ଏକାଦଶ: କେଏଲ ରାହୁଲ, ଯଶସ୍ୱୀ ଜୟସ୍ବାଲ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ଋଷଭ ପନ୍ତ (ଅଧିନାୟକ ଏବଂ ୱିକେଟକିପର), ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରାହ‘

୧୯ ନଭେମ୍ବରରେ ଶୁବମନ ଗିଲ୍ ଭାରତୀୟ ଦଳ ସହ ଗୌହାଟୀ ଯାତ୍ରା କରିଥିଲେ । କିନ୍ତୁ ଫିଟ୍ ନଥିବାରୁ ତାଙ୍କୁ ଦ୍ବିତୀୟ ଟେଷ୍ଟରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ କ୍ୟାପଟେନ୍ସି ଦାୟିତ୍ବ ଦିଆଯାଇଛି । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମ୍ ଇଣ୍ଡିଆକୁ ପରାସ୍ତ କରି ସିରିଜରେ ୧-୦ରେ ଆଗୁଆ ହୋଇଛି । ଏବେ, ସିରିଜରେ କ୍ଲିନ୍ ସୁଇପ୍ ଏଡାଇବା ପାଇଁ ଭାରତୀୟ ଦଳକୁ ଯେକୌଣସି ମୂଲ୍ୟରେ ଦ୍ୱିତୀୟ ଟେଷ୍ଟ ଜିତିବାକୁ ପଡିବ।🚨 Update 🚨#TeamIndia captain Shubman Gill, who suffered a neck injury during the first Test against South Africa, has been ruled out of the second Test in Guwahati.
— BCCI (@BCCI) November 21, 2025
Rishabh Pant will lead the team in the 2nd Test in his absence.
Details 🔽 | #INDvSA | @IDFCFIRSTBank…
ନଭେମ୍ବର ୨୨ରୁ ଆରମ୍ଭ ହେଉଥିବା ଗୌହାଟୀରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ଏବେ ଋଷଭ ପନ୍ତଙ୍କ ପାଇଁ ଐତିହାସିକ। ସେ ଏବେ ଟେଷ୍ଟ କ୍ରିକେଟରେ ଭାରତର ୩୮ତମ ଅଧିନାୟକ ହେବେ । ସୂଚନାଯୋଗ୍ୟ ଯେ ଶୁବମନ ଗିଲଙ୍କୁ ପ୍ରଥମେ ୨୪ ମେ, ୨୦୨୫ରେ ରୋହିତ ଶର୍ମାଙ୍କ ସ୍ଥାନରେ ଟେଷ୍ଟ ଅଧିନାୟକ ନିଯୁକ୍ତ କରାଯାଇଥିଲା । ସେ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଦଳର ଅଧିନାୟକତ୍ୱ କରିଥିଲେ । ଯେଉଁଠାରେ ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ସିରିଜକୁ ୨-୨ରେ ଡ୍ର' କରିଥିଲା ।
ଦ୍ୱିତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଚୁଡ଼ାନ୍ତ ଏକାଦଶ: କେଏଲ ରାହୁଲ, ଯଶସ୍ୱୀ ଜୟସ୍ବାଲ, ସାଇ ସୁଦର୍ଶନ, ଧ୍ରୁବ ଜୁରେଲ, ଋଷଭ ପନ୍ତ (ଅଧିନାୟକ ଏବଂ ୱିକେଟକିପର), ନୀତିଶ କୁମାର ରେଡ୍ଡୀ, ରବିନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରାହ‘
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories