Cricket News / ଭାରତ ବନାମ ଦକ୍ଷିଣଆଫ୍ରିକା: ରାଞ୍ଚିରେ ଦିନିକିଆ ଲଢ଼େଇ ଆଜିଠାରୁ
·9 months ago·3 min read

Key Points
ଟେଷ୍ଟ୍ କ୍ରିକେଟ୍ରେ ଭାରତୀୟ ଟିମ ଲଜ୍ଜାଜନକ ପରାସ୍ତ ହେବାପରେ ଏବେ ଦଳକୁ ପ୍ରମାଣିତ କରିବାକୁ ଆଜିଠୁ ରାଞ୍ଚିରେ ଦିନିକିଆ ମ୍ୟାଚ ଆରମ୍ଭ ହେବ।
ଟେଷ୍ଟ୍ କ୍ରିକେଟ୍ରେ ଭାରତୀୟ ଟିମ ଲଜ୍ଜାଜନକ ପରାସ୍ତ ହେବାପରେ ଏବେ ଦଳକୁ ପ୍ରମାଣିତ କରିବାକୁ ଆଜିଠୁ ରାଞ୍ଚିରେ ଦିନିକିଆ ମ୍ୟାଚ ଆରମ୍ଭ ହେବ। ରବିବାରଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ। ଧଳାବଲ୍ କ୍ରିକେଟ୍ରେ ଭାରତର ପ୍ରାଧାନ୍ୟ ରହିଥିଲେ ମଧ୍ୟ ଉତ୍ସାହିତ ଦକ୍ଷିଣ ଆଫ୍ରିକାକୁ ହେୟ ମନେକରିବା ଭୁଲ ହେବ। ଏହି ଶୃଙ୍ଖଳା ମଧ୍ୟ ସାମ୍ପ୍ରତିକ ସମୟରେ ପୂର୍ବଭଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଚର୍ଚ୍ଚାରେ ରହିବ। ଅଷ୍ଟ୍ରେଲିଆ ବିପକ୍ଷ ଗତ ଶୃଙ୍ଖଳାରେ ଉଭୟ ଭଲ ଖେଳିଥିବାରୁ ପ୍ରଶଂସକମାନେ ବି ଏମାନଙ୍କଠାରୁ ଘରୋଇ ମାଟିରେ ବି ଚମକ ଦେଖିବାକୁ ପସନ୍ଦ କରିବେ। ଭାରତ ମଧ୍ୟ କ୍ରମାଗତ ୩ଟି ଅନ୍ତର୍ଜାତୀୟ ମ୍ୟାଚ୍ରେ ତିନି ଜଣ ଅଲଗା ଅଧିନାୟକଙ୍କ ଅଧୀନରେ ଖେଳିବାକୁ ଯାଉଛି। କୋଲକାତା ଟେଷ୍ଟ୍ରେ ଗିଲ୍ ଆହତ ହୋଇ ପ୍ରଥମ ଦିନଠାରୁ ବାଦ୍ ପଡ଼ିବା ପରେ ଗୁଆହାଟୀ ଟେଷ୍ଟ୍ରେ ରିଷଭ ପନ୍ତ୍ ନେତୃତ୍ବ ନେଇ ଶୃଙ୍ଖଳା ପରାଜୟର ଅପଯଶ ମୁଣ୍ଡାଇଥିଲେ। ଏବେ ରବିବାର କେଏଲ ରାହୁଲଙ୍କ ଅଧୀନରେ ଦିନିକିଆ ଶୃଙ୍ଖଳା ଖେଳିବାକୁ ଯାଉଛି ଭାରତ।
ଏହାସହ ପଢ଼ନ୍ତୁ : ୨୦୨୭ ବିଶ୍ବକପ୍ ଖେଳିବେ ରୋହିତ-କୋହଲି ? ଦିନିକିଆ ସିରିଜ୍ ପରେ ବିସିସିଆଇ ନେବ ବଡ଼ ନିଷ୍ପତ୍ତି
ଭାରତୀୟ ଦଳର ଚୂଡାନ୍ତ ଏକାଦଶ କଥା ଆସିବାବେଳେ ଉପଅଧିନାୟକ ଶ୍ରେୟସ ଆୟରଙ୍କ ଫିଟ୍ନେସ୍ ଚର୍ଚ୍ଚା ବଢ଼ିଛି। ଅଷ୍ଟ୍ରେଲିଆ ଗସ୍ତରେ ସେ କ୍ଷେତ୍ରରକ୍ଷଣ ବେଳେ ପଞ୍ଜରା ହାଡ଼ରେ ଆଘାତ ପାଇ ଫେରିଥିଲେ। ଏବେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଛନ୍ତି କି ନା ସ୍ପଷ୍ଟ କରାଯାଇନାହିଁ। ଅର୍ଥାତ୍ ଭାରତୀୟ ଦଳର ଅଧିନାୟକ ଓ ଉପ ଅଧିନାୟକ ଫିଟ୍ନେସ୍ ସମସ୍ୟାରେ ରହିବା ମଧ୍ୟ ବିରଳ ସଂଯୋଗ ହୋଇଛି। ଚାମ୍ପିଅନ୍ସ ଟ୍ରଫି, ଏସିଆ କପ୍ ବିଜୟ ସହିତ ଭାରତୀୟ ଦଳ ସାମ୍ପ୍ରତିକ ସମୟରେ ଅପ୍ରତିଦ୍ବନ୍ଦ୍ବୀ ରହିଛି। ୨୦୨୩ ଦିନିକିଆ ବିଶ୍ବକପ୍ ହାରିବା ପରଠାରୁ ଭାରତ ଏହି ଫର୍ମାଟ୍ରେ ପ୍ରାଧାନ୍ୟ ବିସ୍ତାର କରିଛି। ୨୦୨୭ ବିଶ୍ବକପ୍ ପର୍ଯ୍ୟନ୍ତ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିପାରିବେ କି ନା ନିଶ୍ଚିତ ଏହି ଶୃଙ୍ଖଳା ସେମାନଙ୍କ ପାଇଁ ନିର୍ଣ୍ଣାୟକ ହେବ। ଏହି ଦୁହିଁଙ୍କ ଭଳି ଦକ୍ଷିଣ ଆଫ୍ରିକା ଦୃଷ୍ଟିକୋଣରୁ ମାଥ୍ୟୁ ବ୍ରିଜ୍କେଙ୍କ ଉପରେ ବି ନଜର ରହିଛି।
ରାଞ୍ଚି ନିଜର ଷଷ୍ଠ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି। ପୂର୍ବରୁ ଥରେ ମାତ୍ର ୩୦୦ରୁ ଊର୍ଧ୍ବ ସ୍କୋର୍ ହୋଇଛି। କିନ୍ତୁ ୨୭୦/୨୮୦ ରନ୍ ପଶ୍ଚାତ୍ଧାବନ ବି ଏଠାରେ ସେତେ ସହଜ ହୋଇନଥାଏ। ସାଧାରଣତଃ ଏଠାକାର ପିଚ୍ ମନ୍ଥର ରହିଥାଏ। ଶେଷ ୩ଟି ଦିନିକିଆରେ ୱାସିଂଟନ୍ ସୁନ୍ଦର ଭାରତର ବୋଲିଂ ଓପନ୍ କରିଛନ୍ତି। ରାଞ୍ଚିରେ ପାଗ ଭଲ ରହିଛି କ୍ରିକେଟ୍ ଖେଳ ପାଇଁ, କିନ୍ତୁ କାକର ଭୂମିକା ନିର୍ଣ୍ଣାୟକ ହୋଇପାରେ। ଟସ୍ ଜିତିଲେ ପ୍ରଥମେ ବ୍ୟାଟିଂ କରିବା କିଛି ମନ୍ଦ ପସନ୍ଦ ବି ହେବ ନାହିଁ। ୨୦୦୬ ମସିହାର ପରଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ୧୦ଟି ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିଛନ୍ତି। ସ୍କୋର୍ଲାଇନ୍ ଏବେ ୫-୫ରେ ରହିଛି। ତେମ୍ବା ବଭୂମା ଆଉ ୫୯ ରନ୍ କଲେ, ଦକ୍ଷିଣ ଆଫ୍ରିକାର ୨୨ତମ ଖେଳାଳି ଭାବେ ଦିନିକିଆରେ ୨୦୦୦ ରନ୍ ପୂରଣ କରିବେ।
ଅଧିକ ପଢ଼ନ୍ତୁ: ମ୍ୟାଚ୍ ନ ଖେଳି ନମ୍ବର-୧ ହେଲେ ରୋହିତ ଶର୍ମା, ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ପକାଇଲେ ପଛରେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ଦଳ (ସମ୍ଭାବ୍ୟ): ଯଶସ୍ବୀ ଜୟସ୍ବାଲ, ରୋହିତ ଶର୍ମା, ବିରାଟ କୋହଲି, ଋତୁରାଜ ଗାଏକ୍ବାଡ/ଋଷଭ ପନ୍ତ୍, କେଏଲ୍ ରାହୁଲ୍ (ଅଧିନାୟକ, ୱିକେଟ୍ରକ୍ଷକ), ୱାସିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡ଼େଜା, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ।
ଦକ୍ଷିଣ ଆଫ୍ରିକା ଦଳ (ସମ୍ଭାବ୍ୟ): ଐଦେନ୍ ମାର୍କରାମ, କ୍ବିଣ୍ଟନ୍ ଡି’କକ୍ (ୱିକେଟ୍ରକ୍ଷକ), ତେମ୍ବା ବଭୂମା (ଅଧିନାୟକ), ମାଥ୍ୟୁ ବ୍ରିଜ୍କେ, ଦିୱାଲ୍ଡ ବ୍ରେଭିସ୍, ରୁବିନ୍ ହର୍ମାନ୍, ମାର୍କୋ ୟାନ୍ସେନ୍, କର୍ବିନ ବଶ୍ଚ୍, କେଶବ ମହାରାଜ, ନାନ୍ଦ୍ରେ ବର୍ଜର, ଲୁଙ୍ଗି ଏନ୍ଗିଡ଼ି।

Related Topics
Explore more stories