Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rohit Sharma ICC Ranking / ମ୍ୟାଚ୍‌ ନ ଖେଳି ନମ୍ବର-୧ ହେଲେ ରୋହିତ ଶର୍ମା, ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ପକାଇଲେ ପଛରେ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ମ୍ୟାଚ୍‌ ନ ଖେଳି ନମ୍ବର-୧ ହେଲେ ରୋହିତ ଶର୍ମା, ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ପକାଇଲେ ପଛରେ

Key Points

ବୁଧବାର ଆସିଲା ଆଇସିସି ରାଙ୍କିଂ ତାଲିକା । ପୁଣି ନମ୍ବର ଓ୍ବାନ୍‌ ହେଲେ ରୋହିତ । ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍‌ଙ୍କୁ ପକାଇଲେ ପଛରେ । 
ବୁଧବାର ଆଇସିସି ପୁଣି ଥରେ ରାଙ୍କିଂ ପ୍ରକାଶ କରିଛି । ଏହି ତାଲିକା ଅନୁସାରେ ପୁଣି ଥରେ ବିଶ୍ବର ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମା । ଦୀର୍ଘ ସମୟ ଅପେକ୍ଷା ପରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳକୁ ଫେରିଥିଲେ ରୋହିତ ଶର୍ମା । ଏହି ସିରିଜ୍‌ରେ ରୋହିତ ୩ଟି ମ୍ୟାଚ୍‌ରେ ୨୦୨ ରନ୍‌ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଥିଲା । ଏହି ଦମଦାର ପ୍ରଦର୍ଶନ ଫଳରେ ସେ ICC ODI ରାଙ୍କିଂରେ ଏକ ନମ୍ବର ସ୍ଥାନକୁ ରହିଥିଲେ । କିନ୍ତୁ ଆସନ୍ତା ସପ୍ତାହରେ ଆଇସିସି ଦ୍ବାରା ଜାରି କରାଯାଇଥିବା ତାଲିକାରେ ରୋହିତଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଡାରିଲ୍‌ ମିଚେଲ ଏକ ନମ୍ବର ହୋଇଥିଲେ । ଆଉ ଏବେ ରୋହିତ ଏହାରି ମଧ୍ୟରେ ଗୋଟିଏ ବି ମ୍ୟାଚ୍‌ ନ ଖେଳି ମିଚେଲ୍‌ଙ୍କୁ ପଛରେ ପକାଇ ପୁଣି ଥରେ ନମ୍ବର ଓ୍ବାନ୍‌ ସ୍ଥାନକୁ ଫେରିଛନ୍ତି ।

ରୋହିତ ଶର୍ମା ODIରେ ନମ୍ବର ୱାନ୍ ହୋଇଛନ୍ତି

ବୁଧବାର ଜାରି କରାଯାଇଥିବା ICC ରାଙ୍କିଂରେ ଦ୍ୱିତୀୟ ସ୍ଥାନରେ ଥିବା ରୋହିତ ଶର୍ମା ଏବେ ଏକ ନମ୍ବରରେ ପହଞ୍ଚିଛନ୍ତି। ଆଘାତ ଯୋଗୁଁ ମିଚେଲ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡ଼ିଥିଲେ ଏବଂ ପରବର୍ତ୍ତୀ ମ୍ୟାଚ୍ ଖେଳିପାରି ନଥିଲେ । ରୋହିତ ଶର୍ମା ଏବେ ୭୮୧ ରେଟିଂ ସହିତ ODI ରାଙ୍କିଂରେ ଏକ ନମ୍ବର ସ୍ଥାନରେ ଅଛନ୍ତି । ଡାରିଲ୍ ମିଚେଲ୍ ୭୬୬ ରେଟିଂ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତେବେ ଦିନିକିଆରେ ଟପ୍‌-୧୦ ବ୍ୟାଟ୍ସମ୍ୟାନ୍‌ ତାଲିକା ମଧ୍ୟରେ ଚାରି ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି । ସେମାନେ ହେଲେ ରୋହିତ ଶର୍ମା, ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର ।

ଅଧିକ ପଢ଼ନ୍ତୁ: 'BCCI ନେବ ମୋ ଭବିଷ୍ୟତ ନିଷ୍ପତ୍ତି, କିନ୍ତୁ ମୁଁ...', ଭାରତର ବଡ଼ ପରାଜୟ ପରେ ମୁହଁ ଖୋଲିଲେ ଗମ୍ଭୀର

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଶେଷ ହୋଇଛି। ଏବେ ସେମାନଙ୍କ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ହେବ । ନଭେମ୍ବର ୩୦ରୁ ରାଞ୍ଚିରେ ଏହି ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବ । ଆଉ ଏହି ସିରିଜ୍‌ରେ ପୁଣି ଥରେ ରୋହିତ ଶର୍ମା ଓ ବିରାଟ କୋହଲି ଖେଳୁଥିବାର ନଜର ଆସିବେ । ଆଉ ଅଷ୍ଟ୍ରେଲିଆ ସିରିଜ୍‌ ପରି ରୋହିତ ଓ ବିରାଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଭଲ ରନ୍‌ ସ୍କୋର କରିବେ ବୋଲି ଆଶା କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ICC Rankings: Rohit Sharma Reclaims No.1 ODI Batsman Spot Without Playing a Match | Argus News