India vs South Africa / ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା, ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ କରିବେ ସୂର୍ଯ୍ୟକୁମାର
·4 months ago·2 min read

Key Points
ଟି-୨୦ ବିଶ୍ୱକପ୍ ସୁପର ୮
ଭାରତ–ଦକ୍ଷିଣ ଆଫ୍ରିକା ମହାମୁକାବିଲା
ପ୍ଲେଇଂ-୧୧ରେ ବଡ଼ ପରିବର୍ତ୍ତନ କରିବେ ସୂର୍ଯ୍ୟକୁମାର?

ଶନିବାରଠୁ ଆଇସିସି ପୁରୁଷ ଟି-୨୦ ବିଶ୍ବକପ୍ ୨୦୨୬ର ସୁପର ୮ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହୋଇଛି । ସୁପର ୮ ପର୍ଯ୍ୟାୟରେ ଭାରତର ପ୍ରଥମ ମ୍ୟାଚ୍ ରବିବାର ଦକ୍ଷିଣ ଆଫ୍ରିକାରେ ବିପକ୍ଷରେ ଖେଳାଯିବ । ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ୭:୦୦ ଟାରେ ଖେଳାଯିବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ । ତେବେ ଏହି ମ୍ୟାଚ୍ ୨୦୨୪ ଟି-୨୦ ବିଶ୍ବକପ୍ ଫାଇନାଲ ମ୍ୟାଚ୍କୁ ମନେ ପକାଇବ ।
ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଲଗାତାର ଚାରି ବିଜୟ ସହିତ ସୁପର ୮ରେ ପ୍ରବେଶ କରିଛି । କିନ୍ତୁ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ସ୍ପିନ୍ ବୋଲିଂ ବିରୁଦ୍ଧରେ କିଛି ଅସୁବିଧାର ସମ୍ମୁଖୀନ ହୋଇଛି । ଦକ୍ଷିଣ ଆଫ୍ରିକା ସ୍ପିନର ଜର୍ଜ ଲିଣ୍ଡେ ଏବଂ କେଶବ ମହାରାଜ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଏହି ଦୁର୍ବଳତାକୁ ପୁଞ୍ଜି କରିବାକୁ ଚେଷ୍ଟା କରିବେ । ଦକ୍ଷିଣ ଆଫ୍ରିକା ଅହମ୍ମଦାବାଦରେ ସେମାନଙ୍କର ତିନୋଟି ଗ୍ରୁପ୍ ମ୍ୟାଚ୍ ଖେଳିଥିଲା, ଯେଉଁଥିରେ ଡବଲ୍ ସୁପର ଓଭରରେ ଆଫଗାନିସ୍ତାନ ବିପକ୍ଷରେ ଏକ ଉଲ୍ଲେଖନୀୟ ବିଜୟ ହୋଇଥିଲା, ଯାହା ସେମାନଙ୍କୁ ସ୍ଥାନୀୟ ପରିସ୍ଥିତିର ଅଭିଜ୍ଞତା ଦେଇଥିଲା ।
ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳର ପ୍ଲେଇଂ ଇଲେଭେନରେ ଗୋଟିଏ ପରିବର୍ତ୍ତନ ନିଶ୍ଚିତ ବୋଲି ଆଶା କରାଯାଉଛି । ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍ ପାଇଁ ଉପ-ଅଧିନାୟକ ଅକ୍ଷର ପଟେଲଙ୍କୁ ବିଶ୍ରାମ ଦିଆଯାଇଥିଲା । ସେ ଏବେ ଏହି ବଡ଼ ମ୍ୟାଚ୍ ପାଇଁ ପ୍ଲେଇଂ ଇଲେଭେନକୁ ଫେରିବେ । ଯଦି ଅକ୍ଷର ଖେଳନ୍ତି ତେବେ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ବାହାରେ ବସିବାକୁ ପଡିବ । ଏହା ବ୍ୟତୀତ ଅନ୍ୟ କୌଣସି ପରିବର୍ତ୍ତନ ଆଶା କରାଯାଉନାହିଁ। ଓପନର ଅଭିଷେକ ଶର୍ମା ଲଗାତାର ତିନୋଟି ଇନିଂସରେ ନିଜର ଖାତା ଖୋଲିପାରି ନାହାଁନ୍ତି, କିନ୍ତୁ ଦଳ ପରିଚାଳନା ତାଙ୍କ ଉପରେ ଆସ୍ଥା ରଖିଛି ।
ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବିପକ୍ଷରେ ଶେଷ ଗ୍ରୁପ୍ ମ୍ୟାଚରେ ଚାରିଟି ପରିବର୍ତ୍ତନ କରିଥିଲା । ସ୍ପିନର କେଶବ ମହାରାଜ, ଅଲରାଉଣ୍ଡର ମାର୍କୋ ଜାନସେନ୍, ଦ୍ରୁତ ବୋଲର ଲୁଙ୍ଗି ଏନଗିଡି ଏବଂ ମଧ୍ୟକ୍ରମ ବ୍ୟାଟସମ୍ୟାନ୍ ଡେଭିଡ୍ ମିଲରଙ୍କୁ ସେହି ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯାଇଥିଲା । ଏହି ଚାରି ଜଣ ମହାରଥୀ ଏବେ ଏହି ମ୍ୟାଚ୍ ପାଇଁ ପ୍ଲେଇଂ ଇଲେଭେନକୁ ଫେରିବେ ।
ପଢନ୍ତୁ ଏହି ଖବର: ଟି-୨୦ ବିଶ୍ବକପ୍ ମଧ୍ୟରେ ଦ୍ବିତୀୟ ବିବାହ କଲେ ଧାଓ୍ବନ, ଜାଣନ୍ତୁ କିଏ ହେଲେ ଶିଖରଙ୍କ ପତ୍ନୀ...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories