Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Shefali Verma / ଭାରତ ବିଶ୍ବବଜୟୀ ହେବା ପରେ ଭାବୁକ ହେଲେ ଶେଫାଳୀ; କହିଲେ, 'ଭଗବାନ ମୋତେ ପଠାଇଛନ୍ତି...'

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଭାରତ ବିଶ୍ବବଜୟୀ ହେବା ପରେ ଭାବୁକ ହେଲେ ଶେଫାଳୀ; କହିଲେ, 'ଭଗବାନ ମୋତେ ପଠାଇଛନ୍ତି...'

Key Points

ଇତିହାସ ରଚିଲା ଟିମ୍ ଇଣ୍ଡିଆ । ୫୨ ବର୍ଷରେ ଭାରତୀୟ ମହିଳା ଦଳ ପ୍ରଥମ ଥର ଜିତିଲା ବିଶ୍ବକପ୍ । ମ୍ୟାଚ୍‌ ପରେ ଏମିତି କହିଲେ ଶେଫାଳୀ ବର୍ମା।
ମହିଳା କ୍ରିକେଟରେ ନୂଆ ଅଧ୍ୟାୟ । ୫୨ ବର୍ଷ ପରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ପ୍ରଥମ ଥର ପାଇଁ ICC ମହିଳା ODI ବିଶ୍ୱକପ୍ ଟାଇଟଲ୍ ଜିତିଲା ଭାରତ । ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତ କରି ମହିଳା କ୍ରିକେଟରେ ଏକ ନୂଆ ବିପ୍ଳବ ଆଣିଛି । ଏହି ବିଜୟ କେବଳ କ୍ରିକେଟ୍ ପଡ଼ିଆରେ ନୁହେଁ ବରଂ ଭାରତୀୟ କ୍ରୀଡା ଇତିହାସରେ ମଧ୍ୟ ଲିପିବଦ୍ଧ ହୋଇଥିଲା ।

୨ ନଭେମ୍ବର ୨୦୨୫ ଭାରତୀୟ ମହିଳା କ୍ରିକେଟର ସୁବର୍ଣ୍ଣ ଦିନ ହୋଇଯାଇଛି । ତେବେ ଏହି ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଶେଫାଳୀ ବର୍ମା । ଯିଏ ଏକ ସପ୍ତାହ ପୂର୍ବରୁ ରିଜର୍ଭରେ ନଥିଲେ କିନ୍ତୁ ହଠାତ୍ ଆଘାତ କାରଣୁ ଦଳକୁ ଆସିଲେ ଆଉ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଶ୍ବବିଜୟୀ କରାଇଥିଲେ । ଶେଫାଳୀ ବର୍ମା ପ୍ରଥମେ ୮୭ ରନର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ ଏବଂ ତା'ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ଯାହାଫଳରେ ଦକ୍ଷିଣ ଆଫ୍ରିକା ୨୪୬ ରନରେ ଅଲଆଉଟ ହୋଇଥିଲା ।

ତେବେ ଏହି ବିଜୟ ସହ ଶେଫାଳୀ ବର୍ମା ଏକ ସ୍ୱତନ୍ତ୍ର ରେକର୍ଡ ମଧ୍ୟ ହାସଲ କରିଥିଲେ । ୨୧ ବର୍ଷ ୨୭୯ ଦିନ ବୟସରେ ଶେଫାଳୀ ବର୍ମା ODI ବିଶ୍ୱକପର ସେମିଫାଇନାଲ କିମ୍ବା ଫାଇନାଲରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିବା ସବୁଠାରୁ କମ୍ ବୟସ୍କ ଖେଳାଳି ହୋଇଛନ୍ତି ।
ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଶେଫାଳୀ କହିଛନ୍ତି, 'ମୁଁ ଆରମ୍ଭରୁ କହିଥିଲି ଯେ ଭଗବାନ ମୋତେ କିଛି ଭଲ କରିବା ପାଇଁ ପଠାଇଛନ୍ତି ଏବଂ ଆଜି ଏହା ସତ ପ୍ରମାଣିତ ହୋଇଛି । ଆମେ ଜିତିଥିବାରୁ ମୁଁ ବହୁତ ଖୁସି । ମୁଁ ଏହାକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ । ସେ ତାଙ୍କର ସଫଳତାର ଶ୍ରେୟ ତାଙ୍କର ଶାନ୍ତ, ଆତ୍ମବିଶ୍ୱାସୀ ଆଚରଣ, ତାଙ୍କ ପିତାମାତା, ବନ୍ଧୁ ଏବଂ ଭାଇଙ୍କ ଦେଇଥିଲେ । ସଚିନ ତେନ୍ଦୁଲକରଙ୍କ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି, "ତାଙ୍କୁ ପଡ଼ିଆରେ ଦେଖିବା ପରେ ମୋତେ ବହୁତ ଆତ୍ମବିଶ୍ବାସ ମିଳିଥିଲା । ସେ କ୍ରିକେଟର ଜଣେ ମହରଥୀ ବୋଲି କହିଛନ୍ତି ।

ସୂଚନା ଅନୁସାରେ, ଫାଇନାଲ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୯୯ ରନ୍‌ର ଲକ୍ଷ୍ୟ ରଖିଥିଲା । ଭାରତ ପକ୍ଷରୁ ଶେଫାଳୀ ବର୍ମା ଓ ଦିପ୍ତୀ ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ୨୯୯ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ମାତ୍ର ୨୪୬ ରନ୍‌ରେ ଅଲଆଉଟ୍ ହୋଇଥିଲା । ଯାହଫଳରେ ଭାରତ ୫୨ ରନ୍‌ରେ ବିଜୟ ଲାଭ କରି ବିଶ୍ବକପ୍ ଟାଇଟଲ୍ ନିଜ ନାମରେ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
God Sent Me Here: Emotional Shefali Verma After India’s Historic World Cup Win | Argus News