Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Womens World Cup / ହ୍ୟାଟ୍ରିକ୍ ପରାଜୟରୁ ବିଶ୍ବ ବିଜୟୀ, ଜାଣନ୍ତୁ କେମିତି ଥିଲା ଟିମ୍ ଇଣ୍ଡିଆର ବିଶ୍ବକପ୍‌ ଯାତ୍ରା

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ହ୍ୟାଟ୍ରିକ୍ ପରାଜୟରୁ ବିଶ୍ବ ବିଜୟୀ, ଜାଣନ୍ତୁ କେମିତି ଥିଲା ଟିମ୍ ଇଣ୍ଡିଆର ବିଶ୍ବକପ୍‌ ଯାତ୍ରା

Key Points

ବିଶ୍ବବିଜେତା ଟିମ୍ ଇଣ୍ଡିଆ । ହ୍ୟାଟ୍ରିକ୍‌ ପରାଜୟରୁ ବିଶ୍ବବିଜୟୀ । ଜାଣନ୍ତୁ କେମିତି ଥିଲା ଟିମ୍ ଇଣ୍ଡିଆର ବିଶ୍ବକପ୍ ଯାତ୍ରା।
୨ ନଭେମ୍ବର ୨୦୨୫ । ନଭି ମୁମ୍ବାଇର DY ପାଟିଲ୍‌ ଷ୍ଟାଡିୟମ । ମହିଳା କ୍ରିକେଟରେ ନୂଆ ଅଧ୍ୟାୟ । ୫୨ ବର୍ଷ ପରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ପ୍ରଥମ ଥର ପାଇଁ ICC ମହିଳା ODI ବିଶ୍ୱକପ୍ ଟାଇଟଲ୍ ଜିତିଲା ଭାରତ । ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତ କରି ମହିଳା କ୍ରିକେଟରେ ଏକ ନୂଆ ବିପ୍ଳବ ଆଣିଛି । ତେବେ ଭାରତର ଏହି ବିଶ୍ୱକପ୍ ଯାତ୍ରା ସହଜ ନଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ଭାରତ ସେମିଫାଇନାଲରେ ମଧ୍ୟ ପହଞ୍ଚିବା କଷ୍ଟକର ମନେ ହେଉଥିଲା । କିନ୍ତୁ ଭାରତ ଅସମ୍ଭବକୁ ସମ୍ଭବ କରି ନୂଆ ଇତିହାସ ଲେଖିଛି ।

ମହିଳା ଦିନିକିଆ ବିଶ୍ବକପ୍‌ରେ ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୩୦ ତାରିଖରେ ତା'ର ଅଭିଯାନ ଆରମ୍ଭ କରିଥିଲା। ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଜିତିଥିଲା । ଆଉ ଏହାପରେ ଅକ୍ଟୋବର ୫ରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ହାଇଭୋଲଟେଜ୍ ମ୍ୟାଚ୍‌ ଖେଳିଥିଲା ଟିମ୍ ଇଣ୍ଡିଆ । ଆଉ ସେହି ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ପାକିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିଲା ।

ଏହା ପରେ ଭାରତୀୟ ଦଳ ଲଗାତର ତିନୋଟି ମ୍ୟାଚ୍‌ରେ ପରାଜୟର ସ୍ବାଦ ଚାଖିଥିଲା । ଅକ୍ଟୋବର ୯ରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୩ ଓ୍ବିକେଟରେ ପରାସ୍ତ ହୋଇଥିଲା । ଏହା ପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ । ଆଉ ଲଗାତର ୩ଟି ମ୍ୟାଚ୍‌ରେ ପରାଜୟ ପରେ ଭାରତ ପାଇଁ ସେମିଫାଇନାଲ ପହଞ୍ଚିବା କଷ୍ଟକର ମନେ ହେଉଥିଲା । କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କର ବା ମର ମ୍ୟାଚ୍‌ରେ ଦମଦାର ବିଜୟ ହାସଲ କରି ସେମିଫାଇନଲରେ ନିଜ ସ୍ଥାନ ପକ୍କା କରିଥିଲା ।

ସେମିଫାଇନାଲରେ ସ୍ଥାନ ପକ୍କା କରିବା ପରେ ଆରମ୍ଭ ହୋଇଥିଲା ଅସଲ ଲଢ଼େଇ । ସାମ୍ନାରେ ଥିଲେ ୭ ଥରର ବିଶ୍ବ ବିଜେତା ଅଷ୍ଟ୍ରେଲିଆ । ଆଉ ସେହି ହାଇଭୋଲଟେଜ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୩୩୯ ରନ୍‌ର ଟାର୍ଗେଟ ରଖିଥିଲା । ତେବେ ଜେମିମା ରୋଡ୍ରିଗ୍ସ ଅପରାଜିତ ଶତକ ଏବଂ ହରମନଙ୍କ ଧୁଆଁଦାର ଅର୍ଦ୍ଧଶତକ ଯୋଗୁଁ ଭାରତ ଏହି ବିଶାଳ ଟାର୍ଗେଟକୁ ହାସଲ କରିନେଇଥିଲା । ଏହି ବିଜୟ ପରେ ଭାରତର ଫାଇନାଲ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଥିଲା ।

ଫାଇନାଲ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୯୯ ରନ୍‌ର ଲକ୍ଷ୍ୟ ରଖିଥିଲା । ଭାରତ ପକ୍ଷରୁ ଶେଫାଳୀ ବର୍ମା ଓ ଦିପ୍ତୀ ଶର୍ମା ଅର୍ଦ୍ଦଶତକ ହାସଲ କରିଥିଲେ । ତେବେ ୨୯୯ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ମାତ୍ର ୨୪୬ ରନ୍‌ରେ ଅଲଆଉଟ୍ ହୋଇଥିଲା । ଯାହଫଳରେ ଭାରତ ୫୨ ରନ୍‌ରେ ବିଜୟ ଲାଭ କରି ବିଶ୍ବକପ୍ ଟାଇଟଲ୍ ନିଜ ନାମରେ କରିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
From Hat-trick Losses to World Champions: Team India’s Incredible Women’s World Cup Journey | Argus News