Cricket / ୩୩ ବଲ୍ରେ କଲେ ଶତକ; ସବୁ ରେକର୍ଡ ଭାଙ୍ଗିଲେ ଇଷାନ କିଶନ
·6 months ago·2 min read

Key Points
ଝାଡ଼ଖଣ୍ଡ ପକ୍ଷରୁ ଖେଳିଥିବା ଇଷାନ କିଶନ ୩୩ ବଲ୍ରେ ସେଞ୍ଚୁରୀ ମାରିଛନ୍ତି । ସେହିଭଳି ବୈଭବ ସୂର୍ଯ୍ୟବଂଶୀ ୩୬ ବଲ୍ରେ ଶତକ ମାରିଥିବା ବେଳେ ସକିବୁଲ୍ ଗନି ୩୨ ବଲ୍ରେ ସେଞ୍ଚୁରେ ମାରିଛନ୍ତି ।
ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି ଆରମ୍ଭରୁ ଶତକ ବନ୍ୟା । ଦ୍ଵି-ଶତକ ହାସଲ କଲେ ଓଡ଼ିଆ ପୁଅ ସ୍ଵସ୍ତିକ । ରୋକୋଙ୍କ ବ୍ୟାଟ୍ ବି ଗର୍ଜିଲା । ସମସ୍ତ ରେକର୍ଡ ଭାଙ୍ଗିଲେ ଇଷାନ କିଶନ । ଝାଡ଼ଖଣ୍ଡ ପକ୍ଷରୁ ଖେଳିଥିବା ଇଷାନ କିଶନ ୩୩ ବଲ୍ରେ ସେଞ୍ଚୁରୀ ମାରିଛନ୍ତି ।
ସେହିଭଳି ବୈଭବ ସୂର୍ଯ୍ୟବଂଶୀ ୩୬ ବଲ୍ରେ ଶତକ ମାରିଥିବା ବେଳେ ସକିବୁଲ୍ ଗନି ୩୨ ବଲ୍ରେ ସେଞ୍ଚୁରେ ମାରିଛନ୍ତି । ଝାଡ଼ଖଣ୍ଡ ଦଳର ନେତୃତ୍ଵ ନେଉଥିବା ଇଷାନ କିଶନଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ଧୁଆଁଧାର ଶତକ । ଭାରତୀୟ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଦଳରେ ଥିବା ଇଷାନ ଦ୍ଵିତୀୟ ଭାରତୀୟ ଭାବେ ଦ୍ରୁତତମ ଶତକ ହାସଲ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ
ବୁଧବାର ବିଜୟ ହଜାରେ ଟ୍ରଫିରେ ମଟ ୧୯ଟି ମ୍ୟାଚ୍ ଖେଳା ଯାଇଛି । ଯେଉଁଥିରେ ୨୦ଟି ଶତକ ସହ ଗୋଟିଏ ଦ୍ଵିଶତକ ମାରିଛନ୍ତି ଖେଳାଳି । ବିହାର ୬ ୱିକେଟ୍ ହରାଇ ରେକର୍ଡ ୫୭୪ ରନ୍ ସ୍କୋର୍ କରିଛି । ବୈଭବ ସବୁଠୁ କମ୍ ବୟସରେ ଶତକବୀରର ବିଶ୍ଵ ରେକର୍ଡ ହାସଲ କରିଛନ୍ତି ।
ପ୍ରଥମ ଦିନରେ ଶତକ
ବିରାଟ କୋହଲି (ଦିଲ୍ଲୀ), ୧୩୧ ରନ୍
ରୋହିଥ ଶର୍ମା (ମୁମ୍ବାଇ), ୧୫୫ ରନ୍
ବୈଭବ ସୂର୍ଯ୍ୟବଂଶୀ (ବିହାର), ୧୯୦ ରନ୍
ସକିବୁଲ ଗନି (ବିହାର), ୧୨୮ ରନ୍
ଆୟୁଷ ଲୋହରକା (ବିହାର), ୧୧୬ ରନ୍
ରିକି ଭୁଇ, (ଆନ୍ଧ୍ରପ୍ରଦେଶ), ୧୨୨ ରନ୍
ହିମାଂଶୁ ରାଣା (ହରିୟାଣା), ୧୨୬ ରନ୍
ରବି ସିଂହ (ରେଲୱେ), ୧୦୯ ରନ୍
ସ୍ଵସ୍ତିକ (ଓଡ଼ିଶା), ୨୧୨ ରନ୍
ବିପ୍ଳବ ସାମନ୍ତରାୟ (ଓଡ଼ିଶା), ୧୦୦ ରନ୍
ସ୍ନେହଲ କାଥୁନକର (ଗୋଆ), ୧୦୭ ରନ୍
ଅମନ ମୋଖାଦେ (ବିଦର୍ଭ), ୧୧୦ ରନ୍
ଧ୍ରୁବ ଶୌରେ (ବିଦର୍ଭ), ୧୩୬ ରନ୍
ୟଶ ଦୁବେ (ମଧ୍ୟପ୍ରଦେଶ), ୧୦୪ ରନ୍
ଦେବଦତ୍ତ ପଡିକ୍କଲ (କର୍ଣ୍ଣାଟକ), ୧୪୭ ରନ୍
ଇଷାନ କିଶାନ (ଝାଡ଼ଖଣ୍ଡ), ୧୩୫ ରନ୍
ବିଷ୍ଣୁ ବିନୋଦ (କେରଳ), ୧୦୨ ରନ୍
ଶୁଭମ ଖଜୁରିଆ (ଜମ୍ମୁକାଶୀର), ଅପରାଜିତ ୧୨୯ ରନ୍
ଅର୍ପିତ ଭାର୍ତ୍ତୱାଲ୍ (ମେଘାଳୟ), ୧୦୪ ରନ୍
କିଶାନ ଲିଙ୍ଗଦୋହ (ମେଘାଳୟ), ୧୦୬ ରନ୍
ପି ଜୋତିନ (ମଣିପୁର), ୧୦୧ ରନ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories