Videos
|
Odisha

Odisha Chief Secretary / ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ
Anu Garg Appointed Odisha’s First Woman Chief Secretary

Key Points

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗଙ୍କୁ ନିଯୁକ୍ତି ମିଳିଛି । ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ହେଉଛନ୍ତି ଅନୁ ଗର୍ଗ ।
ଭୁବନେଶ୍ଵର: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ନୂଆ ନିଯୁକ୍ତି । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗଙ୍କୁ ନିଯୁକ୍ତି ମିଳିଛି । ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ହେଉଛନ୍ତି ଅନୁ ଗର୍ଗ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥିସହ ପଢ଼ନ୍ତୁ: କେତେ ବାଟ ଗଲାଣି ଖରିଫ ଧାନ ସଂଗ୍ରହ ? ସମୀକ୍ଷା ବୈଠକରେ ବଡ଼ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ଶାସନ ଅଛନ୍ତି ମନୋଜ ଆହୁଜା । ୧୯୯୦ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ମନୋଦ ଆହୁଜା ୨୦୨୪ ଜୁଲାଇ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଦାୟିତ୍ଵ ଗ୍ରହଣ କରିଥିଲେ । ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ ତାରିଖରେ ସରୁଛି ।


ଏବେ ଅନୁ ଗର୍ଗ ଉନ୍ନୟନ କମିଶନର ସହ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅଛନ୍ତି । ଏହା ପୂର୍ବରୁ ସେ ଶ୍ରମ, ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ରହି ଦକ୍ଷତା ପ୍ରତିପାଦନ କରିଛନ୍ତି । ଏଥିସହ କେନ୍ଦ୍ର ସରକାରରେ ଟେକ୍ସଟାଇଲ୍‍, ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ, ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ଅଭିଜ୍ଞତା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୯୯୨ରୁ ୨୦୦୩ ପର୍ଯ୍ୟନ୍ତ ଅନୁ ଗର୍ଗ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଡିଏମ୍ ଓ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଏହାପରେ ସେ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର କମିଶନର ଭାବେ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । କେନ୍ଦ୍ର ସରକାରଙ୍କ HLEGର ସଦସ୍ୟ ହେଉଛନ୍ତି ଅନୁ ଗର୍ଗ ।

ଏଥିସହ ପଢ଼ନ୍ତୁ: ପକ୍ଷାଘାତକୁ ମାତ୍ ଦେଇ ଗଢ଼ୁଛନ୍ତି ଜଙ୍ଗଲ, ସଜାଡ଼ୁଛନ୍ତି ଭବିଷ୍ୟତ

ଦିଲ୍ଲୀର ଲେଡି ଶ୍ରୀରାମ କଲେଜରେ ପଢ଼ିଥିବା ଅନୁ ଗର୍ଗ ଲକ୍ଷ୍ନୌରେ ସ୍ନାତକୋତ୍ତର କରିଥିଲେ । ୨୦୦୭ରେ ଅନୁ ଗର୍ଗ ଆମେରିକାର ଜହ୍ନସ୍ ହୋପକିନ୍ସ ବିଶ୍ଵବିଦ୍ୟାଳୟରୁ ଜନସ୍ଵାସ୍ଥ୍ୟରେ ସ୍ନାତକୋତ୍ତର ହାସଲ କରିଛନ୍ତି ।

Related Topics

Explore more stories