Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Jemimah Rodrigues / ଶୂନରୁ ଆରମ୍ଭ ୧୦୦ରେ ଶେଷ, ଫର୍ମ ନଥିଲା...ଲଢ଼େଇ କରି ଜିତିଲେ ଜେମିମା ରୋଡ୍ରିଗ୍ସ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·3 min read
ଶୂନରୁ ଆରମ୍ଭ ୧୦୦ରେ ଶେଷ, ଫର୍ମ ନଥିଲା...ଲଢ଼େଇ କରି ଜିତିଲେ ଜେମିମା ରୋଡ୍ରିଗ୍ସ

Key Points

ଭାରତର ଐତିହାସିକ ବିଜୟ । ଅଷ୍ଟ୍ରେଲିଆ ବିପକ୍ଷରେ ଜେମିମାଙ୍କ ଲଢ଼ୁଆ ପ୍ରଦର୍ଶନ । ରୋଡ୍ରିଗ୍ସଙ୍କ ଶତକ ବଳରେ ଫାଇନାଲରେ ଭାରତ ।
ଜେମିମା ରୋଡ୍ରିଗ୍ସ । ଗତକାଲିଠୁ ଘରେ ଘରେ ପରିଚିତ ଏହି ନାଁ । ଅସମ୍ଭବକୁ ସମ୍ଭବ କରିଛନ୍ତି ଜେମିମା । ଅକ୍ଟୋବର ୩୦ରେ ଦିନିକିଆ ମହିଳା ବିଶ୍ବକପ୍‌ରେ ଖେଳାଯାଉଥିଲା ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ । ସାମ୍ନାରେ ଥିଲେ ଭାରତ-ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ସାମ୍ନାରେ ବିଶାଳ ୩୩୯ ରନ୍‌ର ଟାର୍ଗେଟ ଦେଇଥିଲା । ଏହି ଲକ୍ଷ୍ୟକୁ ପିଛା କରୁଥିବା ଭାରତ ମାତ୍ର ୧୩ ରନ୍‌ରେ ହରାଇଥିଲା ପ୍ରଥମ ଓ୍ବିକେଟ୍‌ । ଆଉ ଏହା ପରେ ପାଳି ସମ୍ଭାଳିବାକୁ ଆସିଥିଲେ ୨୫ ବର୍ଷୀୟା ଜେମିମା ରୋଡ୍ରିଗ୍ସ । ତା'ପରେ ସେ ତାଙ୍କ ଦମଦାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ମାତ୍‌ ଦେଇଥିଲେ । ଯାହାଫଳରେ ଭାରତ ଆଇସିସି ଦିନିକିଆ ମହିଳା ବିଶ୍ବକପ୍‌ର ଫାଇନାଲରେ ନିଜ ସ୍ଥାନ ପକ୍କା କରିପାରିଛି । ତେବେ ଜେମିମାଙ୍କ ଏହି ବିଶ୍ବକପ୍‌ ଯାତ୍ରା ଏତେଟା ସହଜ ନଥିଲା । ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ରେ ଖାତା ଖୋଲିପାରିନଥିଲେ । ଏମିତିକି ଦଳରୁ ବାଦ୍‌ ମଧ୍ୟ ପଡ଼ିଲେ । କିନ୍ତୁ ଏତେ ସବୁ ପରେ ବି ତାଙ୍କ ମନୋବଳ ଭାଙ୍ଗିନଥିଲା । ଲଢ଼େଇ କରିବା ଶିଖିଥିଲେ ସେ । ଆଉ ସେମିଫାଇନାଲ ମ୍ୟାଚ୍‌ରେ ଜଣେ ଲଢ଼ୁଆ ଖେଳାଳି କିପରି ଏକାକୀ ନିଜ ଦଳକୁ ବିଜୟର ସ୍ବାଦ ଚଖାଏ ତାହା ଦର୍ଶାଇଛନ୍ତି ଜେମିମା ।

ଚଳିତ ଆଇସିସି ମହିଳା ବିଶ୍ବକପ୍‌ ଆରମ୍ଭରୁ ଜେମିମାଙ୍କ ଭଲ ପ୍ରଦର୍ଶନ କରିପାରିନଥିଲେ । ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ସେ ଖାତା ଖୋଲିପାରିନଥିଲେ । ଏହା ପରେ ପାକିସ୍ତାନ ବିପକ୍ଷରେ ୩୨, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୦ ଓ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୩୩ ରନ୍‌ କରିଥିଲେ । ଲଗାତର ୪ଟି ମ୍ୟାଚ୍‌ରେ ଫେଲ୍‌ ହେବା ପରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ତାଙ୍କୁ ବାଦ୍‌ ଦିଆଯାଇଥିଲା । ଏତେ ସବୁ ପରେ ବି ହାର୍ ମାନିନଥିଲେ ଜେମିମା । ନିଜର ହଜିଯାଇଥିବା ଫର୍ମକୁ ଫେରାଇବା ପାଇଁ ଲଢ଼େଇ ଜାରି ରଖିଥିଲେ ।

ଆଉ ଯେତେବେଳେ ଭାରତୀୟ ଦଳ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିବାର ସମ୍ଭାବନା ଦେଖାଯାଉଥିଲା, ସେ ସମୟରେ ଆଗକୁ ଆସିଥିଲେ ଜେମିମା ରୋଡ୍ରିଗ୍ସ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫୫ ବଲ୍‌ରେ ୭୬ ରନ୍‌ର ଏକ ଚମତ୍କାର ଇନିଂସ ଖେଳି ଭାରତକୁ ବିଜୟ ଭେଟି ଦେଇଥିଲେ ।
ସେହିପରି ଅଷ୍ଟ୍ରେଲିଆ ସେମିଫାଇନାଲରେ ଏକ ବିରାଟ ଲକ୍ଷ୍ୟ ଦେଇଥିଲା । ଆଉ ଏହି ଟାର୍ଗେଟକୁ ପୂରଣ କରିବାକୁ ଜେମିମା ନିଜେ ଦାୟିତ୍ବ ନେଇଥିଲେ । ଆଉ ଏହି ବଡ଼ ମ୍ୟାଚ୍‌ରେ ଶତକ ହାସଲ କରି ଭାରତକୁ ତୃତୀୟ ଥର ପାଇଁ ଦିନିକିଆ ବିଶ୍ବକପ୍‌ ଫାଇନାଲ ପ୍ରବେଶ କରାଇଛନ୍ତି । ଜେମିମାଙ୍କ ଐତିହାସିକ ଇନିଂସ ଯୋଗୁଁ ଭାରତୀୟ ଦଳ ବିଶ୍ୱକପ୍ ନକଆଉଟ୍ ମ୍ୟାଚ୍‌ରେ ନୂତନ ଇତିହାସ ସୃଷ୍ଟି କରିଛି ।


ଜେମିମା ୧୩୪ ବଲ୍‌ରୁ ୧୨୭ ରନ୍ କରି ଅପରାଜିତ ରହିଥିଲେ । ତାଙ୍କ ଇନିଂସରେ ୧୪ ଚୌକା ମାରିଲେ । ଏବେ ୨ ନଭେମ୍ବରରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ରେ ଭାରତୀୟ ଏହି ଷ୍ଟାର ବ୍ୟାଟ୍ସମ୍ୟାନଙ୍କଠାରୁ ଏଭଳି ଇନିଂସ ଆଶା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
From Failure to Glory: Jemimah Rodrigues Powers India Into Final | Argus News