Jemimah Rodrigues / ଭାରତର ବିଜୟ ପରେ ବାପାଙ୍କୁ ଧରି କାନ୍ଦିଲେ ଜେମିମା, ଭାଇରାଲ ହେଲା ଭିଡିଓ
·8 months ago·2 min read

Key Points
ମହିଳା ବିଶ୍ବକପ୍ ଫାଇନାଲରେ ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ ଜେମିମାଙ୍କ ଦମଦାର ଶତକ । ଏହି ମ୍ୟାଚ୍ ପରେ ପିତାଙ୍କୁ ଧରି ଭୋ ଭୋ କାନ୍ଦିଲେ ଜେମିମା ।
ଆଇସିସି ମହିଳା ଦିନିକିଆ ବିଶ୍ବକପ୍ ସେମିଫାଇନାଲରେ ଭାରତର ବଡ଼ ବିଜୟ । ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ତେବେ ଏହି ଐତିହାସିକ ବିଜୟର ହିରୋ ଥିଲେ ଜେମିମା ରୋଡ୍ରିଗ୍ସ । ୨୦୨୫ ମହିଳା ODI ବିଶ୍ୱକପ୍ ସେମିଫାଇନାଲରେ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ବିଜୟ ପରେ ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି ଜେମିମା ।
ନଭି ମୁମ୍ବାଇର DY ପାଟିଲ ଷ୍ଟାଡିୟମରେ ଜେମିମା ଯାହା ହାସଲ କରିଥିଲେ ତାହା କେବଳ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ନୁହେଁ ବରଂ ତାଙ୍କ ପିତାଙ୍କ ପାଇଁ ମଧ୍ୟ ଏକ ଗର୍ବର ମୁହୂର୍ତ୍ତ ଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ସେମିଫାଇନାଲ ବିଜୟ ପରେ ଯେତେବେଳେ ବାପା ଏବଂ ଝିଅ ପରସ୍ପରକୁ ଭେଟିଥିଲେ, ସେହି ମୁହୂର୍ତ୍ତଟି ବେଶ୍ ଭାବପ୍ରବଣ ରହିଥିଲା ।
ଜେମିମା ରୋଡ୍ରିଗ୍ସଜ ତାଙ୍କ ପିତାଙ୍କୁ କାନ୍ଦି କାନ୍ଦି କରିଥିବା ଆଲିଙ୍ଗନ ହିଁ ସବୁ କାହାଣୀକୁ ବର୍ଣ୍ଣନା କରେ । ଜେମିମାଙ୍କ ଭାବପ୍ରବଣ ମୁହୂର୍ତ୍ତ କେବଳ ତାଙ୍କ ପିତାଙ୍କ ସହିତ ଥମି ନଥିଲା । ତାଙ୍କ ପିତାଙ୍କ ପରେ, ଭିଡିଓରେ ଜେମିମା ମଧ୍ୟ ତାଙ୍କ ମା'ଙ୍କୁ ଆଲିଙ୍ଗନ କରି ଭାବପ୍ରବଣ ହୋଇଯାଇଥିଲେ ।
ଜେମିମା ଏକ ଐତିହାସିକ ଇନିଂସ ଖେଳିଥିଲେ
ମହିଳା ଏକଦିବସୀୟ ବିଶ୍ୱକପ୍ ୨୦୨୫ର ସେମିଫାଇନାଲ ଜିତିବା ସହଜ ନଥିଲା । ଭାରତୀୟ ଦଳ ଏକ ବିଶାଳ ୩୩୯ ରନ୍ର ଟାର୍ଗେଟ ମିଳିଥିଲା । ଆଉ ଟିମ୍ ଇଣ୍ଡିଆ ଯେତେବେଳେ ଏହି ଲକ୍ଷ୍ୟ ପିଛା କରୁଥିଲା ମାତ୍ର ୧୩ ରନ୍ରେ ଭାରତକୁ ଏକ ବଡ଼ ଝଟକା ଲାଗିଥିଲା । ଆଉ ଏହି ସଙ୍କଟ ମଧ୍ୟରେ ଜେମିମା ରୋଡ୍ରିଗ୍ସ କେବଳ ତାଙ୍କ କ୍ୟାରିଅର କିମ୍ବା ବିଶ୍ୱକପ୍ ପାଇଁ ନୁହେଁ ବରଂ ମହିଳା ଏକଦିବସୀୟ କ୍ରିକେଟ୍ ଇତିହାସ ପାଇଁ ଏକ ଐତିହାସିକ ଇନିଂସ ଖେଳିଥିଲେ ।
୩ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଜେମିମା ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟ କରାଇଥିଲା । ରୋଡ୍ରିଗ୍ସ ୧୩୪ ବଲରୁ ୧୪ ଚୌକା ସହିତ ୧୨୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଅବିସ୍ମରଣୀୟ ଇନିଂସ ପାଇଁ ଜେମିମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ଦିଆଯାଇଥିଲା ।

ମ୍ୟାଚ୍ରେ ବଡ଼ ବିଜୟ ପରେ ଜେମିମା ରୋଡ୍ରିଗ୍ସଙ୍କ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ସେ ତାଙ୍କ ପିତାଙ୍କୁ ଆଲିଙ୍ଗନ କରି କାନ୍ଦୁଥିବାର ଦେଖିବାକୁ ମିଳୁଛି । ଏହି ଲୁହ ହେଉଛି ଜଣେ ବାପା ଓ ଝିଅର ଖୁସି ଓ ଗର୍ବର ଲୁହ । ଏହି ଦିନ ଓ ଏଭଳି ମୁହୂର୍ତ୍ତ ପାଇଁ ହିଁ ଜେମିମାଙ୍କ ବାପା ତାଙ୍କ ଝିଅଙ୍କୁ ଖେଳିବାକୁ ପ୍ରେତ୍ସାହିତ କରିଥିଲେ । ଏହି ଦିନ ପାଇଁ ହିଁ ଜେମିମା ବ୍ୟାଟ୍ ଉଠାଇଥିଲେ । ଆଉ ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଯେତେବେଳେ ତାଙ୍କର ସମସ୍ତ ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ ହୋଇଥିଲା, ସେତେବେଳେ ବାପା ଓ ଝିଅ ଉଭୟ ସେମାନଙ୍କ ଭାବନାକୁ ନିୟନ୍ତ୍ରଣ କରିପାରିଲେ ନାହିଁ ।Pure moments of joy! 💙
— Star Sports (@StarSportsIndia) October 30, 2025
Tears, smiles, and family hugs. Jemimah’s match-winning knock says it all! 😭💪
WATCH CWC 25 FINAL 👉 #SAvIND | SUN, NOV 2, 2 PM on Star Sports Network & JioHotstar pic.twitter.com/ENDkBF5vk2
ଜେମିମା ରୋଡ୍ରିଗ୍ସଜ ତାଙ୍କ ପିତାଙ୍କୁ କାନ୍ଦି କାନ୍ଦି କରିଥିବା ଆଲିଙ୍ଗନ ହିଁ ସବୁ କାହାଣୀକୁ ବର୍ଣ୍ଣନା କରେ । ଜେମିମାଙ୍କ ଭାବପ୍ରବଣ ମୁହୂର୍ତ୍ତ କେବଳ ତାଙ୍କ ପିତାଙ୍କ ସହିତ ଥମି ନଥିଲା । ତାଙ୍କ ପିତାଙ୍କ ପରେ, ଭିଡିଓରେ ଜେମିମା ମଧ୍ୟ ତାଙ୍କ ମା'ଙ୍କୁ ଆଲିଙ୍ଗନ କରି ଭାବପ୍ରବଣ ହୋଇଯାଇଥିଲେ ।
ଜେମିମା ଏକ ଐତିହାସିକ ଇନିଂସ ଖେଳିଥିଲେ
ମହିଳା ଏକଦିବସୀୟ ବିଶ୍ୱକପ୍ ୨୦୨୫ର ସେମିଫାଇନାଲ ଜିତିବା ସହଜ ନଥିଲା । ଭାରତୀୟ ଦଳ ଏକ ବିଶାଳ ୩୩୯ ରନ୍ର ଟାର୍ଗେଟ ମିଳିଥିଲା । ଆଉ ଟିମ୍ ଇଣ୍ଡିଆ ଯେତେବେଳେ ଏହି ଲକ୍ଷ୍ୟ ପିଛା କରୁଥିଲା ମାତ୍ର ୧୩ ରନ୍ରେ ଭାରତକୁ ଏକ ବଡ଼ ଝଟକା ଲାଗିଥିଲା । ଆଉ ଏହି ସଙ୍କଟ ମଧ୍ୟରେ ଜେମିମା ରୋଡ୍ରିଗ୍ସ କେବଳ ତାଙ୍କ କ୍ୟାରିଅର କିମ୍ବା ବିଶ୍ୱକପ୍ ପାଇଁ ନୁହେଁ ବରଂ ମହିଳା ଏକଦିବସୀୟ କ୍ରିକେଟ୍ ଇତିହାସ ପାଇଁ ଏକ ଐତିହାସିକ ଇନିଂସ ଖେଳିଥିଲେ ।
୩ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଜେମିମା ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟ କରାଇଥିଲା । ରୋଡ୍ରିଗ୍ସ ୧୩୪ ବଲରୁ ୧୪ ଚୌକା ସହିତ ୧୨୭ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ଅବିସ୍ମରଣୀୟ ଇନିଂସ ପାଇଁ ଜେମିମାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ଦିଆଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories