Mithun Manhas / ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ମିଥୁନ୍, ରୋଜର ବିନ୍ନିଙ୍କ ପରେ ସମ୍ଭାଳିବେ ପଦ

Key Points
ମିଥୁନ ମାନହସ BCCIର ନୂଆ ସଭାପତି । BCCI ଏଜିଏମ୍ରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ । ଜମ୍ମୁ-କାଶ୍ମୀରର ପ୍ରଥମ ବ୍ୟକ୍ତି ଭାବେ ପାଇଲେ BCCIର ସର୍ବୋଚ୍ଚ ପଦ।
ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ମିଥୁନ ମନହାସ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ସେପ୍ଟେମ୍ବର ୨୮ରେ ମୁମ୍ବାଇରେ ଅନୁଷ୍ଠିତ ଏହାର ବାର୍ଷିକ ସାଧାରଣ ବୈଠକରେ ନୂତନ କାର୍ଯ୍ୟନିର୍ବାହୀ କମିଟି ଘୋଷଣା କରିଛି । ନିର୍ବାଚନ ଅଧିକାରୀ ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି ।
ମିଥୁନ ମନହାସଙ୍କୁ BCCI ସଭାପତି ଭାବରେ ନିର୍ବାଚିତ କରାଯାଇଛି । ଜାମ୍ମୁକାଶ୍ମୀର କ୍ରିକେଟ ଆସୋସିଏସନର ସଦସ୍ୟ ଥିବା ପୂର୍ବ କ୍ରିକେଟର ମିଥୁନ ମନହାସ ଅବାଧରେ ବିସିସିଆଇର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବ କ୍ୟାପଟେନ ସୌରଭ ଗାଙ୍ଗୁଲି ଓ ତାଙ୍କ ପରେ ରୋଜର ବିନ୍ନିଙ୍କ ପରେ ମିଥୁନ ମନହାସ ଆଜି ଦାୟିତ୍ୱ ନେବେ ।
ଅଧିକ ପଢ଼ନ୍ତୁ: ଫାଇନାଲ ଜିତିବା ପରେ ଟ୍ରଫି ନେବ ତ ଭାରତ ? ନା ପିସିବି ଅଧ୍ୟକ୍ଷଙ୍କୁ ଅଣଦେଖା କରିବେ ସୂର୍ଯ୍ୟକୁମାର
📱 Get Argus News App
✨ସେହିପରି ରାଜୀବ ଶୁକ୍ଳାଙ୍କୁ ଉପ-ସଭାପତି ଭାବରେ ନିଯୁକ୍ତ କରାଯାଇଛି । ଦେବଜିତ ସାଇକିଆଙ୍କୁ ବିସିସିଆଇ ସଚିବ, ପ୍ରଭତେଜ ସିଂହ ଭାଟିଆଙ୍କୁ ଯୁଗ୍ମ ସଚିବ ଓ ଏ. ରଘୁରାମ ଭଟ୍ଟଙ୍କୁ କୋଷାଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । BCCI ମଧ୍ୟରେ ଅନ୍ୟାନ୍ୟ ପଦବୀରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦିଆଯାଇଛି । ଜୟଦେବ ନିରଞ୍ଜନ ଶାହଙ୍କୁ ଆପେକ୍ସ ପରିଷଦର ସଦସ୍ୟ ଭାବରେ ନିର୍ବାଚିତ କରାଯାଇଛି । ସେହିପରି ଅରୁଣ ସିଂହ ଧୂମଲ ଏବଂ ଏମ. ଖୈରୁଲ ଜମାଲ ମଜରୁମଦାରଙ୍କୁ ଗଭର୍ଣ୍ଣିଂ କାଉନସିଲକୁ ମନୋନୀତ କରାଯାଇଛି।
BCCI ସଭାପତି ହୋଇଥିବା ମିଥୁନ ମନହାସ କିଏ ?
୪୫ ବର୍ଷୀୟ ମିଥୁନ ମନହାସ ଅନ୍ତର୍ଜାତୀୟ ସ୍ତରରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରି ନଥିଲେ, କିନ୍ତୁ ଘରୋଇ କ୍ରିକେଟରେ ବହୁ ରେକର୍ଡ ନିଜ ନାମରେ କରିଛନ୍ତି । ସେ ୧୫୭ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୯,୭୧୪ ରନ୍ କରିଥିଲେ । ଯେଉଁଥିରେ ୨୭ ଶତକ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ସାମିଲ ଥିଲା । ସେହିପରି ସେ ଲିଷ୍ଟ ଏ କ୍ରିକେଟରେ ୪,୧୨୬ ରନ୍ ମଧ୍ୟ କରିଛନ୍ତି ।
ସେହିପରି ମିଥୁନ ମନହାସ ଆଇପିଏଲରେ ମଧ୍ୟ ୫୫ ମ୍ୟାଚ୍ ଖେଳିଥିଲେ । ସେ ଦିଲ୍ଲୀ ଡେୟାରଡେଭିଲ୍ସ, ପୁଣେ ଓ୍ବାରିୟର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ପକ୍ଷରୁ ଖେଳିଥିଲେ । ସେ ଆଇପିଏଲରେ ୫୫ ମ୍ୟାଚ୍ ଖେଳି ୫୧୪ ରନ କରିଥିଲେ ।
Related Topics
Explore more stories