South Africa vs Nambia / କ୍ରିକେଟରେ ବଡ଼ ଓଲଟପାଲଟ, ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଲା ନାମ୍ବିଆ

Key Points
ଟି-୨୦ କ୍ରିକେଟରେ ବଡ଼ ଓଲଟପାଲଟ । ଦକ୍ଷିଣ ଆଫ୍ରିକାକୁ ହରାଇଲା ନାମ୍ବିଆ । ଶେଷ ବଲରେ ଚୌକା ମାରି ରଚିଲା ଇତିହାସ ।
ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ସବୁଠୁ ବଡ଼ ବିପର୍ଯ୍ୟୟ । ଟି-୨୦ କ୍ରିକେଟରେ ଦକ୍ଷିଣ ଆଫ୍ରିକାରୁ ୪ ଓ୍ବିକେଟରେ ହରାଇଲା ନାମ୍ବିଆ । ଶେଷ ବଲ୍ରେ ଚୌକା ମାରି ନାମ୍ବିଆ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ଼ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା T-୨୦ରେ କୌଣସି ସହଯୋଗୀ ଦେଶଠାରୁ ପରାସ୍ତ ହେବାର ଏହା ପ୍ରଥମ ଘଟଣା ।
ତେବେ ଏହା ପ୍ରଥମ ଥର ନୁହେଁ ଯେ ନାମ୍ବିଆ ICCର ଏକ ପୂର୍ଣ୍ଣ ସଦସ୍ୟ ଦେଶକୁ ପରାସ୍ତ କରିଛି । ପୂର୍ବରୁ ନାମ୍ବିଆ ଶ୍ରୀଲଙ୍କା, ଜିମ୍ବାୱେ ଏବଂ ଆୟର୍ଲାଣ୍ଡକୁ ପରାସ୍ତ କରିଛି । ସୂଚନା ଅନୁସାରେ ନାମ୍ବିଆ କିଛି ଦିନ ପୂର୍ବରୁ ୨୦୨୬ରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି ।
📱 Get Argus News App
✨ଡୋନୋଭାନ୍ ଫେରେରାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ଆରମ୍ଭରୁ ଓ୍ବିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲା ନାମ୍ବିଆ । ଶେଷରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୩୪ ରନ୍ କରିବାରେ ସଫଳ ହୋଇଥିଲା । ସାଉଥ ଆଫ୍ରିକା ପକ୍ଷରୁ ଜେସନ୍ ସ୍ମିଥ୍ ସର୍ବାଧିକ ୩୧ ରନ୍ ସ୍କୋର କରିଥିଲେ । ସେହିପରି ନାମ୍ବିଆ ପକ୍ଷରୁ ରୁବେନ୍ ଟ୍ରମ୍ପେଲମ୍ୟାନ୍ ୪ ଓଭରରେ ମାତ୍ର ୨୮ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ ।
ଅଧିକ ପଢ଼ନ୍ତୁ: ଖରାପ ଫର୍ମ ପାଇଁ ଦଳରୁ ବାଦ ପଡ଼ିଲେ ସୂର୍ଯ୍ୟକୁମାର, ଏହି ଷ୍ଟାର୍ ଖେଳାଳି ହେଲେ ଅଧିନାୟକ
୧୩୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନାମ୍ବିଆ ଏକ ସମୟରେ ପରାଜୟର ସମ୍ମୁଖୀନ ହୋଇଥିଲା । ଦଳ ୮୪ ରନରେ ୫ ୱିକେଟ ହରାଇଥିଲେ । କିନ୍ତୁ ୱିକେଟକିପର ବ୍ୟାଟସମ୍ୟାନ ଜାନ୍ ଗ୍ରୀନ୍ ଦକ୍ଷିଣ ଆଫ୍ରିକା ଦଳଠାରୁ ବିଜୟ ଛଡ଼ାଇ ନେଇଥିଲେ । ସେ ଚାପ ମଧ୍ୟରେ ୨୩ ବଲରୁ ଅପରାଜିତ ୩୦ ରନ୍ କରିଥିଲେ । ସେହିପରି ରୁବେନ୍ ଟ୍ରମ୍ପେଲମ୍ୟାନ୍ ମଧ୍ୟ ୧୧ ରନ୍ କରିଥିଲେ ।
ଶେଷ ଓଭରରେ ୧୧ ରନ ଆବଶ୍ୟକ
ନାମ୍ବିଆକୁ ଶେଷ ଓଭରରେ ବିଜୟ ପାଇଁ ୧୧ ରନ୍ ଆବଶ୍ୟକ ଥିଲା । ଜାନ୍ ଗ୍ରୀନ୍ ପ୍ରଥମ ବଲରେ ଛକା ମାରି ଦକ୍ଷିଣ ଆଫ୍ରିକା ଦଳ ଉପରେ ଚାପ ପକାଇଥିଲେ । ଦ୍ୱିତୀୟ ବଲରେ ଆଉ ଏକ ରନ, ତୃତୀୟ ବଲରେ ଦୁଇ ରନ ଏବଂ ଚତୁର୍ଥ ବଲରେ ଗୋଟିଏ ରନ୍ କରି ମ୍ୟାଚ୍ ଡ୍ର' କରିଥିଲେ । ପଞ୍ଚମ ବଲରେ ଡଟ୍ ବଲ୍ ଥିଲା, ଯାହା ମ୍ୟାଚ୍କୁ ଆହୁରି ରୋମାଞ୍ଚକର କରିଥିଲା । ତେବେ ଗ୍ରୀନ୍ ଶେଷ ବଲରେ ଚୌକା ମାରି ନାମ୍ବିଆକୁ ଐତିହାସିକ ବିଜୟ ଭେଟି ଦେଇଥିଲେ ।
Related Topics
Explore more stories