Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IPL Auction / IPL ନିଲାମି ତାଲିକାରେ ନାହିଁ ଓଡ଼ିଆ ଖେଳାଳିଙ୍କ ନାଁ, ଖରାପ ପ୍ରଦର୍ଶନ ପାଇଁ ମିଳୁନି ସୁଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
IPL ନିଲାମି ତାଲିକାରେ ନାହିଁ ଓଡ଼ିଆ ଖେଳାଳିଙ୍କ ନାଁ, ଖରାପ ପ୍ରଦର୍ଶନ ପାଇଁ ମିଳୁନି ସୁଯୋଗ
IPL Auction

Key Points

ଚଳିତ ବର୍ଷ IPL ଅକ୍ସନରେ ପୁଣି ମଉଳିଲା ଓଡ଼ିଆଙ୍କ ଆଶା
ଅକ୍ସନରେ ନାହିଁ ଜଣେ ହେଲେ ଓଡ଼ିଆ ଖେଳାଳିଙ୍କ ନାଁ
କାହିଁକି ଆଉ ଓଡ଼ିଆ ଖେଳାଳିଙ୍କୁ ମିଳୁନି ସୁଯୋଗ
ଚଳିତ ବର୍ଷ ଆଇପିଏଲ ନିଲାମରେ ନାହାନ୍ତି ଜଣେ ହେଲେ ଓଡ଼ିଆ । ୨୦୦ରୁ ଅଧିକ ଅନକ୍ୟାପଡ୍‌ ପ୍ଲେୟାର ଅକ୍ସନ ପାଇଁ ସର୍ଟ ଲିଷ୍ଟ ହୋଇଥିବା ବେଳେ ଏଥିରେ ଜଣେ ହେଲେ ଓଡ଼ିଆ ଖେଳାଳି ସ୍ଥାନ ପାଇନାହାନ୍ତି । ବିସିସିଆଇର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଟିମ୍‌ର ଖରାପ ପ୍ରଦର୍ଶନ ଯୋଗୁଁ ଓଡ଼ିଆ ଖେଳାଳିମାନେ ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏବେ ଆତ୍ମସମୀକ୍ଷାର ବେଳେ ନ ହେଲେ ରାଜ୍ୟରେ ବୁଡିଯିବ କ୍ରିକେଟର ଭାଗ୍ୟ ।

ପ୍ରଥମେ ହଳଧର, ପରେ ବିପ୍ଳବ ଏବଂ ତାଙ୍କ ପରେ ଶୁଭ୍ରାଂଶୁ । ଆଇପିଏଲ ଇତିହାସରେ ଏହି ତିନି ଓଡ଼ିଆ କ୍ରିକେଟରଙ୍କୁ ମିଳିଛି ଆଇପିଏଲ କ୍ୟାମ୍ପରେ ସୁଯୋଗ । ହଳଧର ଦାସ ଏବଂ ବିପ୍ଳବ ସାମନ୍ତରାୟ ଡେକାନ ଚାର୍ଜସ ଓ ସନ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିବାକୁ ସୁଯୋଗ ପାଇଥିବା ବେଳେ । ଦୁଇ ଦୁଇଥର ଆଇପିଏଲ ସିଜିନରେ ଚେନ୍ନାଇ ସହ ରହି ଗୋଟିଏ ମ୍ୟାଚ ଖେଳିବାକୁ ସୁଯୋଗ ପାଇନଥିଲେ ଶୁଭ୍ରାଂଶୁ ସେନାପତି । ମାତ୍ର ବିଗତ କିଛି ବର୍ଷ ହେଲା ଅକ୍ସନରେ ପିକ୍‌ ହେଉନାହାନ୍ତି ଓଡ଼ିଆ ପ୍ଲେୟାର । କୌଣସି ଫ୍ରାଞ୍ଚାଇଜ୍‌ରେ ଖେଳିବା ତ ଦୂରର କଥା ଅକ୍ସନ ଟେବୁଲରେ ପହଞ୍ଚି ପାରୁନାହାନ୍ତି ଓଡ଼ିଆ ଖେଳାଳି । ଘରୋଇ କ୍ରିକେଟରେ ଖରାପ ପ୍ରଦର୍ଶନ ଏବଂ ଭିଜନ୍‌ ଲେସ୍‌ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ: ବ୍ୟାଟିଂ କ୍ରମରେ କାହିଁକି ବାରମ୍ବାର ହେଉଛି ପରିବର୍ତ୍ତନ, ପ୍ରେସମିଟ୍‌ରେ ସତ କହିଦେଲେ ତିଲକ


ବିଗତ ଦିନରେ ଘରୋଇ କ୍ରିକେଟରେ ଓଡ଼ିଶାର ଭଲ ପ୍ରଦର୍ଶନ କରି ନାହିଁ । ଦଳ ଗତ ହେଉ କିମ୍ବା ବ୍ୟକ୍ତିଗତ କାହାର ନାହିଁ ଖାସ ପ୍ରଦର୍ଶନ । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ରାଜ୍ୟର ଏକାଧିକ କ୍ରିକେଟର ଏହି ଅକ୍ସନରେ ସାମିଲ ହୋଇଥିବା ବେଳେ ଓଡ଼ିଶାର ନାହାନ୍ତି ଗୋଟିଏ ବି ପ୍ଲେୟାର । ଚଳିତ ବର୍ଷ ମଧ୍ୟ ଖେଳାଯାଇଥିବା ଘରୋଇ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲ୍ଲୀରେ ବିଶେଷ ଭଲ ପ୍ରଦର୍ଶନ ନଥିବା ଯୋଗୁଁ ସୁପର ଲିଗ୍‌ ଷ୍ଟେଜ ପାଇଁ କ୍ୱାଲିଫାଏ କରିବାକୁ ଫେଲ୍‌ ମାରିଲା ଦଳ ।

ଅଧିକ ପଢ଼ନ୍ତୁ: ଖରାପ ଫର୍ମରେ ଗିଲ୍‌, ଟିମ୍ ଇଣ୍ଡିଆ ନେବ କି ବଡ଼ ନିଷ୍ପତ୍ତି ?



ଅନେକ ରାଜ୍ୟ ବିଭିନ୍ନ କ୍ରିକେଟ ଲିଗ୍‌ କରି ଅନେକ ପ୍ରତିଭାବାନ ପ୍ଲେୟାର ସୃଷ୍ଟି କରୁଥିବା ବେଳେ ପଛରେ ପଡ଼ିଯାଇଛି ଓଡ଼ିଶା । ଓସିଏ କର୍ତ୍ତୁପକ୍ଷ ଆଗାମୀ ଦିନରେ ଏ ଦିଗରେ ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବି ଉଠୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
No Odia Player in IPL Auction List as Poor Domestic Form Hurts Chances | Argus News