Pratika Rawal Ruled Out / ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଆଘାତ କାରଣରୁ ବିଶ୍ବକପ୍ରୁ ବାଦ୍ ପଡ଼ିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍
·8 months ago·2 min read

Key Points
ଟିମ୍ ଇଣ୍ଡିଆକୁ ବଡ଼ ଝଟକା । ସେମିଫାଇନାଲ ପୂର୍ବରୁ ଦଳରୁ ବାଦ୍ ପଡ଼ିଲେ ଷ୍ଟାର ଓପନର । ଏବେ କିଏ କରିବ ଓପନିଂ ?
୨୯ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ମହିଳା ବିଶ୍ବକପ୍ ୨୦୨୫ର ସେମିଫାଇନାଲ । ଟିମ୍ ଇଣ୍ଡିଆ ୩୦ ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ସେମିଫାଇନାଲ ମ୍ୟାଚ୍ ଖେଳିବ । କିନ୍ତୁ ଏହି ହାଇଭୋଲଟେଜ୍ ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା । ଟିମ୍ ଇଣ୍ଡିଆର ଓପନର୍ ବ୍ୟାଟ୍ସମ୍ୟାନ୍ ପ୍ରତୀକା ରାଓ୍ବାଲ ଆଘାତ କାରଣରୁ ବିଶ୍ବକପ୍ରୁ ବାଦ ପଡ଼ିଛନ୍ତି । ୨୬ ଅକ୍ଟୋବରରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଫିଲ୍ଡିଂ କରୁଥିବା ସମୟରେ ଆଘାତର ଶିକାର ହୋଇଥିଲେ । ତେବେ ଏହା ଏତେ ଗୁରୁତର ଥିଲା ଯେ ଫିଜିଓ ତାଙ୍କୁ ସଙ୍ଗେ ସଙ୍ଗେ ଡ୍ରେସିଂ ରୁମ୍କୁ ନେଇଯାଇଥିଲେ । ଏହାପରେ ଯେତେବେଳେ ଭାରତର ବ୍ୟାଟିଂ ପଡ଼ିଲା ସେ ସ୍ମୃତି ମନ୍ଧାନାଙ୍କ ସହ ମଧ୍ୟ ବ୍ୟାଟିଂ କରିବାକୁ ଆସିନଥିଲେ ।
ବର୍ଷା ପ୍ରଭାବିତ ଭାରତ ବନାମ ବାଂଲାଦେଶ ମ୍ୟାଚ୍ରେ ବାଉଣ୍ଡ୍ରି ଲାଇନ୍ରେ ଫିଲ୍ଡିଂ କରୁଥିବା ସମୟରେ ପ୍ରତୀକା ରାୱଲ ଆହତ ହୋଇଥିଲେ । ତାଙ୍କର ପାଦ ଓ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିଲା । ତା’ପରେ ସପୋର୍ଟ ଷ୍ଟାଫ୍ ତାଙ୍କୁ ପଡ଼ିଆ ବାହାରକୁ ନେଇଗଲେ। ଏହା ପରେ ପ୍ରତୀକା ପଡ଼ିଆକୁ ଫେରିନଥିଲେ । ଆଉ ଆଜି ଶେଷରେ ଏହି ଆଘାତ କାରଣରୁ ବିଶ୍ବକପ୍ରୁ ବାଦ୍ ପଡ଼ିଛନ୍ତି ।
ତେବେ ପ୍ରତୀକା ବାଦ୍ ପଡ଼ିବା ପରେ ସେମିଫାଇନାଲ ମ୍ୟାଚରେ ସ୍ମୃତି ମନ୍ଧାନାଙ୍କ ସହ କିଏ ଓପନିଂ କରିବ ସେ ନେଇ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଯାଇଛି। ସାଧାରଣତଃ ୩ ନମ୍ବରରେ ବ୍ୟାଟିଂ କରୁଥିବା ହରଲିନ୍ ଦେଓଲ ଏକ ବିକଳ୍ପ ହୋଇପାରନ୍ତି। ନୂଆ ବଲ୍ ସହିତ ତାଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସେ ଓପନିଂ ପାଇଁ ଏକ ବିକଳ୍ପ ହୋଇପାରନ୍ତି । ସେହିପରି ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଅପରାଜିତ ୧୫ ରନ କରିଥିବା ଅଲରାଉଣ୍ଡର ଅମନଜୋତ କୌରଙ୍କୁ ମଧ୍ୟ ବିଚାର କରାଯାଇପାରେ। ଯଦି ଅମନଜୋତ କୌର ଓପନର ଭାବରେ ଖେଳନ୍ତି, ତେବେ ନିମ୍ନ କ୍ରମରେ ଜଣେ ନୂତନ ଖେଳାଳିଙ୍କୁ ସୁଯୋଗ ମିଳିପାରେ ।

ପ୍ରତୀକା ରାୱଲଙ୍କ ବିଶ୍ୱକପ୍ରୁ ବାଦ୍ ପଡ଼ିବା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଧକ୍କା । ସ୍ମୃତି ମନ୍ଧାନାଙ୍କ ସହ ତାଙ୍କ ପାର୍ଟନରସିପ୍ ଟିମ୍ ଇଣ୍ଡିଆକୁ ଅଧିକାଂଶ ବିଶ୍ୱକପ୍ ମ୍ୟାଚ୍ରେ ଭଲ ଆରମ୍ଭ ଦେଇଛି । ପ୍ରତୀକା ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ଅଛନ୍ତି । ସେ ଏପର୍ଯ୍ୟନ୍ତ ୩୦୮ ରନ କରିଛନ୍ତି। ତାଙ୍କ ଓପନିଂ ସାଥୀ ସ୍ମୃତି ମନ୍ଧାନା ଏପର୍ଯ୍ୟନ୍ତ ବିଶ୍ବକପ୍ରେ ୩୬୫ ରନ୍ କରି ଏହି ତାଲିକାର ଶୀର୍ଷରେ ଅଛନ୍ତି।A freak injury for Indian opener #PratikaRawal while diving to save a boundary! 😧
— Star Sports (@StarSportsIndia) October 26, 2025
Catch the LIVE action ➡ https://t.co/AHK0zZJTc3#CWC25 👉 #INDvBAN | LIVE NOW pic.twitter.com/xvWH7lFTrV
ତେବେ ପ୍ରତୀକା ବାଦ୍ ପଡ଼ିବା ପରେ ସେମିଫାଇନାଲ ମ୍ୟାଚରେ ସ୍ମୃତି ମନ୍ଧାନାଙ୍କ ସହ କିଏ ଓପନିଂ କରିବ ସେ ନେଇ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଯାଇଛି। ସାଧାରଣତଃ ୩ ନମ୍ବରରେ ବ୍ୟାଟିଂ କରୁଥିବା ହରଲିନ୍ ଦେଓଲ ଏକ ବିକଳ୍ପ ହୋଇପାରନ୍ତି। ନୂଆ ବଲ୍ ସହିତ ତାଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସେ ଓପନିଂ ପାଇଁ ଏକ ବିକଳ୍ପ ହୋଇପାରନ୍ତି । ସେହିପରି ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଅପରାଜିତ ୧୫ ରନ କରିଥିବା ଅଲରାଉଣ୍ଡର ଅମନଜୋତ କୌରଙ୍କୁ ମଧ୍ୟ ବିଚାର କରାଯାଇପାରେ। ଯଦି ଅମନଜୋତ କୌର ଓପନର ଭାବରେ ଖେଳନ୍ତି, ତେବେ ନିମ୍ନ କ୍ରମରେ ଜଣେ ନୂତନ ଖେଳାଳିଙ୍କୁ ସୁଯୋଗ ମିଳିପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories