Venkatesh Iyer Captain / RCBର ୭ କୋଟି ଖେଳାଳି ହେଲେ କ୍ୟାପଟେନ୍, ପାଟିଦାରଙ୍କୁ ଛାଡ଼ି ଆୟରଙ୍କୁ କଲେ ଭରସା
·8 months ago·2 min read

Key Points
ବିଜୟ ହଜାରେରେ ଭେଙ୍କଟେଶ ଆୟର ନେତୃତ୍ୱ
ପାଟିଦାରଙ୍କୁ ଛାଡ଼ି ଆୟର ଉପରେ ଭରସା
ଚର୍ଚ୍ଚାରେ MP କ୍ୟାପଟେନ୍ ଚୟନ
ପାଟିଦାରଙ୍କୁ ଛାଡ଼ି ଆୟର ଉପରେ ଭରସା
ଚର୍ଚ୍ଚାରେ MP କ୍ୟାପଟେନ୍ ଚୟନ
ଡିସେମ୍ବର ୧୬ରେ ଆଇପିଏଲ ୨୦୨୬ ପାଇଁ ମିନି ନିଲାମ ଅନୁଷ୍ଠିତ ହୋଇଥିଲା । ଆଉ ଏହି ମିନି ଅକ୍ସନରେ ଭେଙ୍କଟେଶ ଆୟରଙ୍କୁ କିଣିଥିଲା ଆରସିବି । ଆଉ ଆଇପିଏଲ ନିଲାମର କିଛି ଦିନ ପରେ ଏବେ ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି । IPL ୨୦୨୫ ସିଜିନ୍ ଖରାପ ରହିବା ସତ୍ତ୍ୱେ ଆୟରଙ୍କ ଉପରେ ଦଳଗୁଡ଼ିକର ବିଶ୍ୱାସ ହ୍ରାସ ପାଇନାହିଁ । ଆୟରଙ୍କୁ ୨୦୨୫-୨୬ ବିଜୟ ହଜାରେ ଟ୍ରଫି ପାଇଁ ମଧ୍ୟପ୍ରଦେଶ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ODI ଫର୍ମାଟରେ ଖେଳାଯାଉଥିବା ଏହି ଭାରତୀୟ ଘରୋଇ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୨୪ରେ ଆରମ୍ଭ ହେଉଛି ।
ସୂଚନା ଅନୁସାରେ, ଭେଙ୍କଟେଶ ଆୟରଙ୍କୁ IPL ୨୦୨୬ ମିନି ନିଲାମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭ କୋଟି ଟଙ୍କାରେ କିଣିଥିଲା । ଗୁଜରାଟ ଟାଇଟାନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟ ଆୟରଙ୍କ ପାଇଁ ବିଡ୍ କରିଥିଲେ । କୋଲକାତା ମଧ୍ୟ ୬.୮୦ କୋଟି ଟଙ୍କା ପର୍ଯ୍ୟନ୍ତ ବିଡ୍ କରିଥିଲା । କିନ୍ତୁ ଶେଷରେ ଆରସିବି ଆୟରଙ୍କୁ ୭ କୋଟି ଟଙ୍କାରେ କିଣିଥିଲା ।
ଭେଙ୍କଟେଶ ଆୟର ଅଧିନାୟକ ହେଲେ
ଭେଙ୍କଟେଶ ଆୟର ବିଜୟ ହଜାରେ ଟ୍ରଫିରେ ମଧ୍ୟପ୍ରଦେଶ ଦଳର ଅଧିନାୟକ ହେବେ। ସେ ରଜତ ପାଟିଦାରଙ୍କ ସ୍ଥାନ ନେବେ, ଯିଏ RCBକୁ IPL ୨୦୨୫ ଟାଇଟଲ ଦେଇଥିଲେ । ପାଟିଦାରଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ଦଳ ରଣଜୀ ଟ୍ରଫି ଏବଂ ସୟଦ ମୁସ୍ତାକ ଅଲି ଟ୍ରଫିରେ ମଧ୍ୟ ଭଲ ପ୍ରଦର୍ଶନ କରିଛି। ଏହି ପ୍ରଦର୍ଶନକୁ ବିଚାର କରି ଦଳରୁ ପାଟିଦାରଙ୍କ ବାଦ ପଡ଼ିବା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ: ଗମ୍ଭୀର ରୋଗ ସହ ଲଢ଼ୁଛନ୍ତି ଚହଲ, ଏହି କାରଣ ପାଇଁ କ୍ରିକେଟ୍ କ୍ୟାରିୟରରେ ଲାଗିଲା ବ୍ରେକ୍ !
ମଧ୍ୟପ୍ରଦେଶ ସୟଦ ମୁସ୍ତାକ ଅଲି ଟ୍ରଫିର ସୁପର ଲିଗ୍ ପର୍ଯ୍ୟାୟରେ ପହଞ୍ଚିଥିଲା କିନ୍ତୁ ଫାଇନାଲରେ ପହଞ୍ଚିପାରିଲା ନାହିଁ। ଭେଙ୍କଟେଶ ଆୟର ସେହି ଟୁର୍ଣ୍ଣାମେଣ୍ଟରେ ୧୦ ମ୍ୟାଚରେ ୨୧୧ ରନ୍ କରିଥିଲେ।
ଏହି ବର୍ଷ, ବିଜୟ ହଜାରେ ଟ୍ରଫିରେ ଅନେକ ବଡ଼ ତାରକା ଅଂଶଗ୍ରହଣ କରିବେ। ବିରାଟ କୋହଲି, ରୋହିତ ଶର୍ମା ଏବଂ ରିଷଭ ପନ୍ତ ମଧ୍ୟ ଏହି ଆଗାମୀ ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ଅଂଶଗ୍ରହଣ ନିଶ୍ଚିତ କରିଛନ୍ତି ।
ବିଜୟ ହଜାରେ ଟ୍ରଫି ପାଇଁ ମଧ୍ୟପ୍ରଦେଶ ଦଳ: ଭେଙ୍କଟେଶ ଆୟର୍ (ଅଧିନାୟକ), ହର୍ଷ ଗାୱଲି, ହିମାନସୁ ମନ୍ତ୍ରୀ, ୟଶ ଦୁବେ, ଶୁଭମ୍ ଶର୍ମା, ହରପ୍ରୀତ ସିଂ, ଋଷଭ ଚୌହାନ, ହ୍ରିତିକ ତାଡା, କୁମାର କାର୍ତ୍ତିକେୟ, ସାରାଂଶ ଜୈନ, ଶିବଙ୍ଗ କୁମାର, ତ୍ରିପୁର ତିଓ୍ବାରୀ
Related Topics
Explore more stories