Videos
|
Sports

RCB Home Ground / ବଦଳିବ RCBର ହୋମ୍‌ ଗ୍ରାଉଣ୍ଡ ! ଚିନ୍ନାସ୍ବାମୀ ନୁହେଁ ଏହି ଷ୍ଟାଡିୟମରେ ଖେଳାଯାଇପାରେ ବାଙ୍ଗାଲୋର ମ୍ୟାଚ୍‌

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ବଦଳିବ RCBର ହୋମ୍‌ ଗ୍ରାଉଣ୍ଡ ! ଚିନ୍ନାସ୍ବାମୀ ନୁହେଁ ଏହି ଷ୍ଟାଡିୟମରେ ଖେଳାଯାଇପାରେ ବାଙ୍ଗାଲୋର ମ୍ୟାଚ୍‌

Key Points

ଆଇପିଏଲ ୨୦୨୬ ପୂର୍ବରୁ ବଡ଼ ଖବର । ବଦଳିବ ଆରସିବିର ହୋମ୍‌ ଗ୍ରାଉଣ୍ଡ । ଏହି ଷ୍ଟାଡିୟମରେ ବାଙ୍ଗାଲୋର ଖେଳିବ ମ୍ୟାଚ୍‌ ।
IPL ୨୦୨୫ ପରେ ବାଙ୍ଗାଲୋରର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । RCB ଖେଳାଳିମାନେ ଫାଇନାଲ ଜିତିବା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରିଥିଲା । ତେବେ ଏହି ଉତ୍ସବରେ ସାମିଲ ହେବା ପାଇଁ ଏତେ ଭିଡ଼ ହୋଇଥିଲା ଯେ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ଯାହା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ଘଟଣା ପରଠାରୁ, BCCI ଚିନ୍ନାସ୍ୱାମୀ ଷ୍ଟାଡିୟମରେ କୌଣସି ବଡ଼ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଛି। ରିପୋର୍ଟ ଅନୁଯାୟୀ, IPL ୨୦୨୬ ସମୟରେ RCB ଚିନ୍ନାସ୍ୱାମୀ ଷ୍ଟାଡିୟମରେ କୌଣସି ମ୍ୟାଚ୍ ଖେଳିନପାରେ । ଯାହାଫଳରେ ଚାମ୍ପିଅନ୍ ହେବା ପରେ ଏବେ ଆରସିବି ସେମାନଙ୍କର ହୋମ୍‌ ଗ୍ରାଉଣ୍ଡ ପରିବର୍ତ୍ତନ କରିବାକୁ ବାଧ୍ୟ ହେବ ।

RCB ଏହି ଷ୍ଟାଡିୟମରୁ ପ୍ରସ୍ତାବ ପାଇଛି

ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ନେଇ ବିବାଦ ଯୋଗୁଁ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଏକ ପ୍ରସ୍ତାବ ଦେଇଛି । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, IPL ୨୦୨୬ ପାଇଁ RCB ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମକୁ ନିଜର ହୋମ୍‌ ଗ୍ରାଉଣ୍ଡ କରିପାରେ । ଏନେଇ RCB ଏବଂ MCA ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ: IPL ୨୦୨୬ ପୂର୍ବରୁ ବଡ଼ ପରିବର୍ତ୍ତନ, ନିଜ ଅଧିନାୟକଙ୍କୁ ଛାଡିପାରେ ଏହି ୩ ଫ୍ରାଞ୍ଚାଇଜ୍‌ !


ଏ ସମ୍ପର୍କରେ, MCA ସଚିବ କମଲେଶ ପିସାଲ କହିଛନ୍ତି, "ପୁଣେରେ RCB ମ୍ୟାଚ୍ ଆୟୋଜନ ନେଇ ଆଲୋଚନା ଜାରି ରହିଛି । କିନ୍ତୁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳାଚକଟା ଯୋଗୁଁ ଆରସିବି ଏବେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ, ସେମାନେ ଏକ ଅନ୍ୟ ଷ୍ଟାଡିୟମ ଖୋଜୁଛନ୍ତି, ଏବଂ ଆମେ ସେମାନଙ୍କୁ ଆମର ଷ୍ଟାଡିୟମ ପ୍ରଦାନ କରିଛୁ । ପ୍ରାରମ୍ଭିକ ଆଲୋଚନା ଚାଲିଛି, ଏବଂ କିଛି ବୈଷୟିକ ସମସ୍ୟା ଅଛି ଯାହା ସମାଧାନ କରିବାକୁ ପଡିବ। ଯଦି ସବୁକିଛି ଠିକ୍ ରୁହେ, ତେବେ ପୁଣେରେ ଆରସିବିର ମ୍ୟାଚ୍‌ ଆୟୋଜନ ହେବା ନେଇ ସମ୍ଭାବନା ରହିଛି'।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଚାମ୍ପିଅନ ହେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ମିନି-ନିଲାମ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି। RCB ଲିଆମ୍ ଲିଭିଂଷ୍ଟୋନ୍ ସମେତ ପାଞ୍ଚ ଜଣ ଖେଳାଳିଙ୍କୁ ରିଲିଜ୍‌ କରିପାରେ । ତେବେ ଏହି ସିଜିନରେ RCBର ଦଳ ସ୍ଥିର ରହିଛି ଏବଂ ମିନି ନିଲାମରେ ଅଧିକ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । RCB ୧୮ ବର୍ଷ ପରେ ଗତ ସିଜିନ୍‌ରେ ଆଇପିଏଲ ଟ୍ରଫି ଉଠାଇଥିଲେ ।

Related Topics

Explore more stories