Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rohit and Virat / ଅବସରକୁ ନେଇ ବଡ଼ ଘୋଷଣା କଲେ ରୋହିତ-କୋହଲି; କହିଲେ, ଧନ୍ୟବାଦ ଅଷ୍ଟ୍ରେଲିଆ...

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଅବସରକୁ ନେଇ ବଡ଼ ଘୋଷଣା କଲେ ରୋହିତ-କୋହଲି; କହିଲେ, ଧନ୍ୟବାଦ ଅଷ୍ଟ୍ରେଲିଆ...

Key Points

ସିଡନୀରେ ଗର୍ଜିଲା ରୋହିତ-ବିରାଟଙ୍କ ବ୍ୟାଟ୍ । ମ୍ୟାଚ୍ ପରେ ଅବସରକୁ ନେଇ ଦେଲେ ବଡ଼ ବୟାନ । କହିଲେ...
ସିଡନୀରେ ଗର୍ଜିଲା ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟ୍‌ । ଆଡିଲେଡ୍‌ ପରେ ହିଟମ୍ୟାନଙ୍କ ବ୍ୟାଟ୍ ମଧ୍ୟ ତୃତୀୟ ଦିନିକିଆରେ ଚମତ୍କାର ପ୍ରଦର୍ଶନ କରିଥିଲେ । ରୋହିତ ଚମତ୍କାର ବ୍ୟାଟିଂ କରି ୧୨୫ ବଲରୁ ଅପରାଜିତ ୧୨୧ ରନ୍‌ କରିଥିଲେ । ସେହିପରି ଲଗାତର ଦୁଇଟି ମ୍ୟାଚ୍‌ରେ ଜିରୋରେ ଆଉଟ ହେବା ପରେ ବିରାଟ କୋହଲି ମଧ୍ୟ ତାଙ୍କ ପୁରୁଣା ଫର୍ମକୁ ଫେରିଛନ୍ତି । ସେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ୮୧ ବଲ୍‌ରୁ ଅପରାଜିତ ୭୪ ରନ୍‌ କରିଥିଲେ । କୋହଲି ଏବଂ ରୋହିତ ଦ୍ୱିତୀୟ ୱିକେଟ ପାଇଁ ୧୬୮ ରନ୍‌ର ଗୁରୁତ୍ବପୂର୍ଣ୍ଣ ପାର୍ଟନରସିପ୍‌ କରି ଦଳକୁ ବିଜୟ କରିଥିଲେ । ଆଉ ମ୍ୟାଚ୍ ପରେ ରୋହିତ ଏବଂ କୋହଲି ସେମାନଙ୍କ ଅବସର ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।

ଅବସର ବିଷୟରେ କୋହଲି ଏବଂ ରୋହିତ କ’ଣ କହିଥିଲେ?

ମ୍ୟାଚ୍ ପରେ ଆଡାମ ଗିଲକ୍ରିଷ୍ଟଙ୍କ ସହ ଆଲୋଚନାରେ ରୋହିତ ଶର୍ମା ଏବଂ ବିରାଟ କୋହଲି କହିଥିଲେ ଯେ ସେମାନେ ଏକଦିବସୀୟ ଫର୍ମାଟରୁ ଅବସର ନେଉନାହାଁନ୍ତି । ରୋହିତ ଶର୍ମା କହିଛନ୍ତି, "ମୁଁ ସବୁବେଳେ ଏଠାକୁ ଆସି ଖେଳକୁ ଉପଭୋଗ କରେ । ସିଡନୀରେ କ୍ରିକେଟ୍ ଖେଳିବା ସ୍ମରଣୀୟ । ଏହା ୨୦୦୮ ମସିହାର ସ୍ମୃତିକୁ ଫେରାଇ ଆଣିଥିଲା, ଯେତେବେଳେ ମୁଁ ପ୍ରଥମ ଥର ଅଷ୍ଟ୍ରେଲିଆ ଆସିଥିଲି । ଏହା ମଜାଦାର ଥିଲା । ମୁଁ ଜାଣିନାହିଁ ଆମେ ଏଠାରେ ପୁଣି ଖେଳିବୁ କି ନାହିଁ, କିନ୍ତୁ ଆମେ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିଛୁ । ଯେତେ ପୁରସ୍କାର ଏବଂ ପ୍ରଶଂସା ପାଇଲେ ବି ଆମେ ସବୁବେଳେ ଖେଳକୁ ଉପଭୋଗ କରିଛୁ । ଗତ ୧୫ ବର୍ଷ ମଧ୍ୟରେ ଯାହା ଘଟିଛି ତାହା ଭୁଲିଯାଅ, ମୁଁ ସବୁବେଳେ ଏଠାରେ ଖେଳିବାକୁ ଭଲ ପାଇଛି । ମୁଁ ନିଶ୍ଚିତ ଯେ ବିରାଟ ମଧ୍ୟ ସେହିପରି ଅନୁଭବ କରନ୍ତି । ଧନ୍ୟବାଦ, ଅଷ୍ଟ୍ରେଲିଆ।"

ଅଧିକ ପଢ଼ନ୍ତୁ: ଇନ୍ଦୋରରେ ମହିଳା କ୍ରିକେଟରଙ୍କୁ ଅସଦାଚରଣ, ହୋଟେଲରୁ କାଫେକୁ ଯିବା ବେଳେ....



ସେହିପରି ଟିମ୍ ଇଣ୍ଡିଆର ଉଭୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସେମାନଙ୍କ ଏକଦିବସୀୟ ଅବସରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ମଧ୍ୟ ଅନ୍ତ ଘଟାଇଛନ୍ତି । ହିଟମ୍ୟାନ୍ ସିରିଜରେ ତିନୋଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ରନ୍ କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍ । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକଙ୍କୁ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ମ୍ୟାନ ଅଫ୍ ଦି ସିରିଜ୍ ପୁରସ୍କାର ମଧ୍ୟ ମିଳିଛି ।

ଶୁବମନ ଗିଲ୍ ସହିତ ୨୩୭ ରନ୍‌ର ଲକ୍ଷ୍ୟ ପିଛା କରୁଥିବା ରୋହିତ ଶର୍ମା ପ୍ରଥମ ବଲ୍‌ରୁ ଉତ୍କୃଷ୍ଟ ଫର୍ମରେ ଦେଖାଯାଇଥିଲେ। ହିଟମ୍ୟାନ୍ ଏବଂ ଶୁବମନ ଗିଲ୍ ପ୍ରଥମ ୱିକେଟ୍ ପାଇଁ ୬୯ ରନ୍ ଯୋଡ଼ିଥିଲେ। ଗିଲ୍ ଆଉଟ୍ ହେବା ପରେ ରୋହିତଙ୍କୁ ବିରାଟ କୋହଲିଙ୍କଠାରୁ ଭଲ ସମର୍ଥନ ମିଳିଥିଲା ।

କିଙ୍ଗ୍‌ କୋହଲି ଏବଂ ରୋହିତ ଦ୍ୱିତୀୟ ୱିକେଟ୍ ପାଇଁ ୧୬୮ ରନ୍‌ର ପାର୍ଟନରସିପ୍‌ କରି ଦଳକୁ ବିଜୟୀ କରାଇଥିଲେ । ତେବେ ଏହି ମ୍ୟାଚ୍‌ରେ ବିରାଟ କୋହଲି ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । କୋହଲି ଏବେ କୁମାର ସାଙ୍ଗାକାରଙ୍କୁ ପଛରେ ପକାଇ ଦିନିକିଆରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର୍ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rohit Sharma & Virat Kohli End Retirement Rumours | Thank You Australia Moment After Sydney Win | Argus News