BCCI Clarification on ROKO / ଘରୋଇ କ୍ରିକେଟ୍ ଖେଳିବାକୁ ରୋହିତ-କୋହଲିଙ୍କୁ ବାଧ୍ୟ କରାଯାଇଥିଲା କି ? ସ୍ପଷ୍ଟୋକ୍ତି ରଖିଲା BCCI
·9 months ago·2 min read

Key Points
ଘରୋଇ କ୍ରିକେଟ୍ ଖେଳିବାକୁ ରୋହିତ-କୋହଲିଙ୍କୁ କରାଯାଇଥିଲା କି ବାଧ୍ୟ ? ଏହାକୁ ନେଇ ବିବାଦ ପରେ ସ୍ପଷ୍ଟୋକ୍ତି ରଖିଲା ବିସିସିଆଇ ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଟିମ୍ ଇଣ୍ଡିଆ ୨-୧ରେ ନିଜ ନାମରେ କରିଛି । ଏହି ସିରିଜ୍ ଜିତିବା ପଛରେ ରୋହିତ ଶର୍ମା ଓ ବିରାଟ କୋହଲି ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହି ସିରିଜ୍ରେ ବିରାଟ କୋହଲି ୧୫୧ ହାରରେ ୩୦୨ ରନ୍ କରିଥିଲେ । ଯେଉଁଥିରେ ଦୁଇଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ ଥିଲା । ସେହିପରି ରୋହିତ ଶର୍ମା ୪୮.୬୬ ହାରରେ ଦୁଇଟି ଅର୍ଦ୍ଧଶତକ ବଳରେ ୧୪୬ ରନ୍ କରିଥିଲେ ।
ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ପରେ କୋହଲି ଓ ରୋହିତ ଏବେ ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବେ । କିନ୍ତୁ ଏହି ସିରିଜ୍ ପୂର୍ବରୁ ଏହି ଦୁଇ ଅଭିଜ୍ଞ ଖେଳାଳି ନିଜ ନିଜ ଘରୋଇ ଦଳ ପାଇଁ ବିଜୟ ହଜାରେ ଟ୍ରଫିରେ ଖେଳିବେ । ଉଭୟ ଗତ ଦୁଇ ମାସ ଧରି ଦମଦାର ଫର୍ମରେ ଅଛନ୍ତି । ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ରେ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ଜିତିଥିଲେ, ଯେତେବେଳେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ସମାନ ପୁରସ୍କାର ଜିତିଥିଲେ।
ଗତ କିଛି ମାସ ଧରି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଦିନିକିଆ ଭବିଷ୍ୟତକୁ ନେଇ ବହୁତ ଚର୍ଚ୍ଚା ଚାଲିଛି । କିନ୍ତୁ ଏହି ଦୁଇ ଖେଳାଳି ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମୁହଁ ଚୁପ୍ କରିଛି । ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଲା ଯେ ଯଦି ରୋହିତ ଏବଂ କୋହଲି ୨୦୨୭ ODI ବିଶ୍ୱକପରେ ଖେଳିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ପଡ଼ିବ । ବର୍ଡର-ଗାଭାସ୍କର ଟ୍ରଫି ପରାଜୟ ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) କେନ୍ଦ୍ରୀୟ ଚୁକ୍ତି ଅନୁଯାୟୀ ଖେଳାଳିମାନଙ୍କ ପାଇଁ ଘରୋଇ କ୍ରିକେଟ ଖେଳିବା ବାଧ୍ୟତାମୂଳକ କରିଛି।
ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, BCCI ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଘରୋଇ କ୍ରିକେଟ ଖେଳିବାକୁ ବାଧ୍ୟ କରିନାହିଁ । ଯେତେବେଳେ ଜଣେ BCCI ଅଧିକାରୀଙ୍କୁ ପଚରାଗଲା ଯେ ବୋର୍ଡ ଦୁଇ ବରିଷ୍ଠ ଖେଳାଳିଙ୍କୁ ବିଜୟ ହଜାରେ ଟ୍ରଫିରେ ଖେଳିବାକୁ କହିଛି କି ? ସେମାନେ ଏହାକୁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ । BCCI ଅଧିକାରୀ କହିଥିଲେ, "ସେମାନେ ବିଜୟ ହଜାରେ ଟ୍ରଫି ଖେଳିବା ପାଇଁ ନିଜେ ନିଷ୍ପତ୍ତି ନେଇଛନ୍ତି''।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ରୋହିତ ଶର୍ମା ଏବଂ ବିରାଟ କୋହଲି ଉଭୟ ଚଳିତ ବର୍ଷ ଜାନୁଆରୀରେ ଏକ ରଣଜୀ ଟ୍ରଫି ମ୍ୟାଚ୍ ମଧ୍ୟ ଖେଳିଥିଲେ। ତଥାପି, ଉଭୟ ଇଂଲଣ୍ଡ ଗସ୍ତ ପୂର୍ବରୁ ମେ' ମାସରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। କିଛି ଦିନ ପୂର୍ବରୁ ବିରାଟ କୋହଲି DDCAକୁ ଜଣାଇଥିଲେ ଯେ ସେ ବିଜୟ ହଜାରେ ଟ୍ରଫିରେ ଖେଳିବେ। DDCA ସଭାପତି ରୋହନ ଜେଟଲୀ ମଧ୍ୟ ଏହାକୁ ସ୍ପଷ୍ଟ କରିଥିଲେ । ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ମଧ୍ୟ ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ପାଇଁ ଖେଳିବେ ।
ତେବେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ଯେ ରୋହିତ ଏବଂ କୋହଲି ୨୦୨୭ ବିଶ୍ୱକପରେ ଖେଳିବେ କି ନାହିଁ । ଗମ୍ଭୀର କହିଛନ୍ତି, "ଉଭୟ ବିଶ୍ୱସ୍ତରୀୟ ଖେଳାଳି ଏବଂ ସେମାନଙ୍କ ଅଭିଜ୍ଞତା ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଆଶା କରୁଛି, ସେମାନେ ଏହିପରି ପ୍ରଦର୍ଶନ ଜାରି ରଖିବେ।"

Related Topics
Explore more stories