Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rohit and Virat / ସରିଲା ଅଷ୍ଟ୍ରେଲିଆ ସିରିଜ୍‌, ଏବେ ପୁଣି କେବେ ଭାରତ ପାଇଁ ଖେଳିବେ ରୋ-କୋ ? ଲେଖିରଖନ୍ତୁ ତାରିଖ....

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ସରିଲା ଅଷ୍ଟ୍ରେଲିଆ ସିରିଜ୍‌, ଏବେ ପୁଣି କେବେ ଭାରତ ପାଇଁ ଖେଳିବେ ରୋ-କୋ ? ଲେଖିରଖନ୍ତୁ ତାରିଖ....

Key Points

ସରିଲା ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ । ଏବେ ପୁଣି କେବେ ଇଣ୍ଡିଆ ଜର୍ସିରେ ନଜର ଆସିବେ ରୋ-କୋ । ଜାଣନ୍ତୁ ତାରିଖ...
ଶେଷ ହୋଇଛି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ । ଏହି ସିରିଜ୍‌କୁ ଭାରତ ୨-୧ରେ ହାରିଛି । କିନ୍ତୁ ଏହି ସିରିଜ୍‌ରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଓ ରୋହିତ ଶର୍ମା ପୁଣି ଥରେ ପୁରୁଣା ଫର୍ମକୁ ଫେରିଛନ୍ତି ।

ସିଡନୀରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ରୋହିତ ଶର୍ମା ଅପରାଜିତ ୧୨୧ ରନ୍‌ କରିଥିବା ବେଳେ ବିରାଟ କୋହଲି ଅପରାଜିତ ୭୪ ରନ୍‌ କରିଥିଲେ । ରୋ-କୋଙ୍କ ୧୬୮ ରନ୍‌ର ପାର୍ଟନରସିପ୍ ବଳରେ ଭାରତ ଏହି ମ୍ୟାଚକୁ ୯ ଓ୍ବିକେଟରେ ନିଜ ନାମରେ କରିଥିଲା ।

ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ୍‌ ଶେଷ ହେବା ପରେ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ପୁଣି କେବେ ରୋହିତ ଶର୍ମା ଓ ବିରାଟ କୋହଲି ଟିମ୍‌ ଇଣ୍ଡିଆ ଜର୍ସିରେ ନଜର ଆସିବେ । କାହିଁକି ନାଁ ଉଭୟ ବ୍ୟାଟ୍ସମ୍ୟାନ୍ ପୂର୍ବରୁ ଟି-୨୦ ଓ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିସାରିଛନ୍ତି । ଉଭୟ କେବଳ ଦିନିକିଆ ଖେଳୁଛନ୍ତି । ତେଣୁ ପୁଣି କେବେ ଦିନିକିଆରେ ଉଭୟ ନଜର ଆସିବେ ତାକୁ ଚାହିଁ ବସିଛନ୍ତି କ୍ରିକେଟ୍‌ ଫ୍ୟାନ୍ସ ।

ତେବେ ଅଷ୍ଟ୍ରେଲିଆ ଗସ୍ତ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜରେ ଭାରତ ପାଇଁ ଖେଳୁଥିବାର ନଜର ଆସିବେ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ନଭେମ୍ବର ୧୪ରେ ଆରମ୍ଭ ହେବ । ତା'ପରେ ODI ସିରିଜ୍‌ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ODI ସିରିଜ ନଭେମ୍ବର ୩୦ରୁ ଆରମ୍ଭ ହେବ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ରାଞ୍ଚିରେ ଖେଳାଯିବ । ଏହାପରେ ଦ୍ବିତୀୟ ମ୍ୟାଚ୍‌ ଡିସେମ୍ବର ୩ରେ ରାୟପୁରରେ ଖେଳାଯିବ ଏବଂ ଶେଷ ODI ଡିସେମ୍ବର ୬ରେ ବିଶାଖାପାଟଣାରେ ଖେଳାଯିବ । ଏହାର ଅର୍ଥ ହେଉଛି ଯେ କୋହଲି ଏବଂ ରୋହିତଙ୍କୁ ଭାରତ ପାଇଁ ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୩୦ରେ ଖେଳିବେ ।

ଭାରତୀୟ ଦଳ ଏହା ପରେ ଆସନ୍ତା ବର୍ଷ ଜାନୁଆରୀ ୧୧ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ । ଏସବୁ ମଧ୍ୟରେ ଡିସେମ୍ବର ୨୪ ତାରିଖରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ । ଚର୍ଚ୍ଚା ହେଉଛି କି ଉଭୟ ବିରାଟ କୋହଲି ଓ ରୋହିତ ଶର୍ମା ସେମାନଙ୍କର ଫର୍ମ ବଜାୟ ରଖିବା ପାଇଁ ନିଜ ନିଜ ଘରୋଇ ଦଳ ପାଇଁ ବିଜୟ ହଜାରେ ଟ୍ରଫିର କିଛି ମ୍ୟାଚ୍‌ ଖେଳିପାରନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rohit Sharma & Virat Kohli to return for India on November 30 – Full schedule inside | Argus News