Rohit Sharma World Cup loss / ବିଶ୍ବକପ୍ ପରାଜୟ ପରେ ଭାଙ୍ଗି ପଡ଼ିଥିଲେ ରୋହିତ, କହିଲେ, 'ମୁଁ ଆଉ କ୍ରିକେଟ୍ ଖେଳିବାକୁ ଚାହୁଁନଥିଲି'
·6 months ago·2 min read

Key Points
ବିଶ୍ୱକପ୍ ହାର ପରେ ଭାଙ୍ଗି ପଡ଼ିଥିଲେ ହିଟ୍ମ୍ୟାନ୍
ଅବସର ନେବାକୁ ଚାହୁଁଥିଲେ ରୋହିତ
କହିଲେ, ମୁଁ କ୍ରିକେଟ୍ ଖେଳିବାକୁ ଚାହୁଁନଥିଲି
ଅବସର ନେବାକୁ ଚାହୁଁଥିଲେ ରୋହିତ
କହିଲେ, ମୁଁ କ୍ରିକେଟ୍ ଖେଳିବାକୁ ଚାହୁଁନଥିଲି
୧୯ ନଭେମ୍ବର ୨୦୨୩ । ଏହି ତାରିଖକୁ କୌଣସି ଭାରତୀୟ କ୍ରିକେଟ୍ ପ୍ରେମୀ ଭୁଲି ପାରିବେ ନାହିଁ । ଏହି ଦିନ ଭାରତ ୨୦୨୩ ଦିନିକିଆ ବିଶ୍ବକପ୍ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ୬ ଓ୍ବିକେଟରେ ପରାସ୍ତ ହୋଇଥିଲା । ଆଉ ଏହି ହୃଦୟ ବିଦାରକ ପରାଜୟ ପରେ ରୋହିତ ଶର୍ମା କ୍ରିକେଟ୍ରୁ ଅବସର ନେବାକୁ ନିଷ୍ପତ୍ତି ନେଇସାରିଥିଲେ । ଏକଥା ନିଜେ ରୋହିତ ଶର୍ମା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ।
ଏକ କାର୍ଯ୍ୟକ୍ରମରେ ରୋହିତ ଶର୍ମା କହିଛନ୍ତି, "ସମସ୍ତେ ବହୁତ ନିରାଶ ହୋଇଥିଲେ । ଆମ ସହ କ'ଣ ଘଟିଥିଲା ତାହା ବିଶ୍ୱାସ କରିପାରିଲୁ ନାହିଁ । ଏହା ମୋ ପାଇଁ ବ୍ୟକ୍ତିଗତ ଭାବରେ ଏକ ବହୁତ କଷ୍ଟକର ସମୟ ଥିଲା, କାରଣ ମୁଁ ସେହି ବିଶ୍ୱକପ୍ ପାଇଁ ମୁଁ ମୋର ସବୁକିଛି ଲଗାଇ ଦେଇଥିଲି । ବିଶ୍ୱକପ୍ ପୂର୍ବରୁ କେବଳ ୨-୩ ମାସ ନୁହେଁ ବରଂ ୨୦୨୨ ରେ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ।"
ରୋହିତ ଶର୍ମା କହିଥିଲେ ଯେ ତାଙ୍କର ଏକମାତ୍ର ସ୍ୱପ୍ନ ହେଉଛି ବିଶ୍ୱକପ୍ ଜିତିବା । ତାହା ଟି-୨୦ ବିଶ୍ୱକପ୍ ହେଉ କିମ୍ବା ୨୦୨୩ ODI ବିଶ୍ୱକପ୍ । ରୋହିତ ଆହୁରି କହିଥିଲେ, "ଯେତେବେଳେ ଏହି ସ୍ୱପ୍ନ ସାକାର ହେଲା ନାହିଁ, ମୁଁ ଭାଙ୍ଗି ପଡ଼ିଥିଲି। ମୋ ଶରୀରରେ ଆଉ ଶକ୍ତି ନଥିଲା। ମୋତେ ମୋର ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ କିଛି ମାସ ଲାଗିଲା।"
ମୁଁ କ୍ରିକେଟ୍ ଖେଳିବାକୁ ଚାହୁଁନାହିଁ...
'ହିଟ୍ମ୍ୟାନ୍' କହିଛନ୍ତି, "ଗୋଟିଏ ସମୟରେ, ମୁଁ ମୋର କ୍ରିକେଟ୍ କ୍ୟାରିଅର ଜାରି ନ ରଖିବା ଏବଂ ଅବସର ନେବାକୁ ଚାହୁଁଥିଲି ବୋଲି ଚିନ୍ତା କରିବା ଆରମ୍ଭ କରିଥିଲି । କାରଣ ସେହି ମୁହୂର୍ତ୍ତ ମୋର ସମସ୍ତ ଶକ୍ତି ଶୁଷ୍କ କରିଦେଇଥିଲା ଏବଂ ମୋତେ ଲାଗୁଥିଲା ଯେ ମୋ ଭିତରେ କିଛି ବାକି ନାହିଁ।" ସେହି କଷ୍ଟକର ସମୟରୁ ସ୍ବାଭାବିକ ଅବସ୍ଥାକୁ ଫେରିବାକୁ ତାଙ୍କୁ କିଛି ସମୟ ଲାଗିଥିଲା ।
ସେ ଆହୁରି କହିଥିଲେ, "ଯେତେବେଳେ ତୁମେ କୌଣସି ଜିନିଷରେ ଏତେ ନିବେଶ କର କିନ୍ତୁ ରେଜଲ୍ଟ ପାଇନଥାଅ । ସେ ସମୟରେ ଏପରି ପ୍ରତିକ୍ରିୟା ଆସିବା ସ୍ୱାଭାବିକ । ମୋ ସହିତ ମଧ୍ୟ ସେହିପରି ଘଟିଥିଲା । କିନ୍ତୁ ମୁଁ ଏହା ମଧ୍ୟ ଜାଣିଥିଲି ଯେ ଜୀବନ ସେଠାରେ ଶେଷ ହୁଏ ନାହିଁ। ଏହା ମୋ ପାଇଁ ଏକ ବଡ଼ ଶିକ୍ଷା ଥିଲା ।
ରୋହିତ ଆହୁରି କହିଥିଲେ, "ମୁଁ ଜାଣିଥିଲି ଯେ ପରବର୍ତ୍ତୀ ବଡ଼ ଲକ୍ଷ୍ୟ ହେଉଛି ୨୦୨୪ ଟି-୨୦ ବିଶ୍ୱକପ୍ । ଯାହା ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ । ମୋତେ ମୋର ସମସ୍ତ ଧ୍ୟାନ ସେହି ଉପରେ କେନ୍ଦ୍ରିତ କରିବାକୁ ପଡ଼ିଲା । ଆଜି ଏହା କହିବା ସହଜ, କିନ୍ତୁ ସେତେବେଳେ ଏହା ଅତ୍ୟନ୍ତ କଷ୍ଟକର ଥିଲା ।"
ଯନ୍ତ୍ରଣା ପରେ ସଫଳତାର କାହାଣୀ
ରୋହିତ ଶର୍ମାଙ୍କ ପାଇଁ ଶେଷରେ ସବୁକିଛି ସଠିକ୍ ଦିଗରେ ଗଲା । ସେ ଭାରତକୁ ୨୦୨୪ ଟି-୨୦ ବିଶ୍ୱକପ୍ ଟାଇଟଲ ଭେଟି ଦେଇଥିଲେ । ଆଉ ଏହା ପରେ ସେ ଟି-୨୦ରୁ ଅବସର ଘୋଷଣା କରିଥିଲେ । ୨୦୨୩ର ସେହି ନିରାଶା ୨୦୨୪ର ଐତିହାସିକ ସଫଳତାର ମୂଳଦୁଆ ପକାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories