|
logo
Live
Argus News App
GET APP

Argus News - ରୋହିତଙ୍କ ପାଇଁ ଅଶୁଭ 'ନଭେମ୍ବର ୧୯', ପ୍ରଥମେ ହାରିଲେ ବିଶ୍ବକପ୍‌ ଫାଇନାଲ...ଏବେ ହରାଇଲେ ନମ୍ବର-୧ ସ୍ଥାନ

Sports

Rohit Sharma / ରୋହିତଙ୍କ ପାଇଁ ଅଶୁଭ 'ନଭେମ୍ବର ୧୯', ପ୍ରଥମେ ହାରିଲେ ବିଶ୍ବକପ୍‌ ଫାଇନାଲ...ଏବେ ହରାଇଲେ ନମ୍ବର-୧ ସ୍ଥାନ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ରୋହିତଙ୍କ ପାଇଁ ଅଶୁଭ 'ନଭେମ୍ବର ୧୯', ପ୍ରଥମେ ହାରିଲେ ବିଶ୍ବକପ୍‌ ଫାଇନାଲ...ଏବେ ହରାଇଲେ ନମ୍ବର-୧ ସ୍ଥାନ

Key Points

ରୋହିତ ଶର୍ମାଙ୍କ ପାଇଁ ଅଶୁଭ ନଭେମ୍ବର ୧୯ । ପ୍ରଥମେ ହାରିଲେ ବିଶ୍ବକପ୍‌ ଫାଇନାଲ । ଆଉ ଏବେ ହରାଇଲେ ନମ୍ବର-୧ ସ୍ଥାନ ।
ରୋହିତ ଶର୍ମା । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ । ରୋହିତଙ୍କ ଅଧିନାୟକତ୍ବରେ ଭାରତ ୨୦୨୪ ଟି-୨୦ ବିଶ୍ବକପ୍ ସହ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଚାମ୍ପିଅନ୍‌ ହୋଇଛି । ରୋହିତଙ୍କ ନେତୃତ୍ବରେ ଶେଷ ତିନୋଟି ଆଇସିସି ଟୁର୍ଣ୍ଣାମେଣ୍ଟରୁ ଦୁଇଟିରେ ଟ୍ରଫି ଜିତିବା ସହ ଗୋଟିଏରେ ରନର୍ସ ଅପ୍‌ ହୋଇଥିଲା ଟିମ୍ ଇଣ୍ଡିଆ । ସେହିପରି ଯଦି ଆଇପିଏଲ କଥା କହିବା ତାହାଲେ, ରୋହିତ ଅଧିନାୟକ ଭାବେ ୫ଟି ଆଇପିଏଲ ଟ୍ରଫି ଜିତିଛନ୍ତି ।

କିନ୍ତୁ ଏତେ ସବୁ ହାସଲ କରିବା ପରେ ବି ରୋହିତଙ୍କ ଅଶୁଭ ପାଲଟିଛି ନଭେମ୍ବର ୧୯ । ଏହି ଦିନ ରୋହିତ ବିଶ୍ବକପ୍‌ ଫାଇନାଲରେ ପରାସ୍ତ ହୋଇଥିଲେ ଏବଂ ଏହି ଦିନ ବି ରୋହିତଙ୍କ ହାତରୁ ଦିନିକିଆରେ ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ରାଙ୍କିଂ ଛଡ଼ାଇ ନେଇଛି ।

୨୦୨୩ ମସିହା ନଭେମ୍ବର ୧୯ । ସ୍ଥାନ- ନରେନ୍ଦ୍ର ମୋଦି ଷ୍ଟାଡିୟମ । ଅବସର ଥିଲା ଦିନିକିଆ ବିଶ୍ବକପ୍‌ ଫାଇନାଲ । ମୁହାଁମୁହିଁ ହେଉଥିଲେ ଭାରତ-ଅଷ୍ଟ୍ରେଲିଆ । ଆଉ ଏହି ମ୍ୟାଚ୍‌ ଜିତି ୧୨ ବର୍ଷ ପରେ ଦିନିକିଆ ବିଶ୍ବକପ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିଲେ ଟିମ୍ ଇଣ୍ଡିଆ । କିନ୍ତୁ ଏହି ମ୍ୟାଚ୍‌ରେ ପରାଜୟ ବରଣ କରିଥିଲା ଭାରତ । ଯାହାଫଳରେ କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲା । ଏହା ସହ ବ୍ୟକ୍ତିଗତ ଭାବେ ରୋହିତଙ୍କୁ ମଧ୍ୟ ବଡ଼ ଧକ୍କା ମିଳିଥିଲା ।

ଆଉ ଏହାର ଦୁଇ ବର୍ଷ ପରେ ଅର୍ଥାତ ୨୦୨୫ ମସିହା ନଭେମ୍ବର ୧୯ରେ ରୋହିତଙ୍କ ଆଉ ଏକ ଅଶୁଭ ଦିନ ଦେଖିବାକୁ ମିଳିଛି । ଭାରତୀୟ କ୍ରିକେଟ ଦଳର ‘ହିଟମ୍ୟାନ' ରୋହିତ ଶର୍ମା ODI କ୍ରିକେଟରେ ତାଙ୍କର ନମ୍ବର-୧ ରାଙ୍କିଂ ହରାଇଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ଅର୍ଦ୍ଧଶତକ ଏବଂ ଗୋଟିଏ ଶତକ ମାରି ସେ ICC ODI ବ୍ୟାଟିଂ ରାଙ୍କିଂରେ ନମ୍ବର-୧ ସ୍ଥାନ ପକ୍କା କରିଥିଲେ । କିନ୍ତୁ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍‌ ରୋହିତଙ୍କଠାରୁ ଏହି ସ୍ଥାନ ଛଡ଼ାଇ ନେଇଛନ୍ତି । ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରୋହିତଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ଆଗରେ ଅଛନ୍ତି ।

ରୋହିତ ଶର୍ମାଙ୍କ ସ୍ଥାନ କିଏ ନେଲେ?

ICC ODI ବ୍ୟାଟିଂ ରାଙ୍କିଂରେ ରୋହିତ ଶର୍ମା ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ରୋହିତଙ୍କ ପାଖରେ ୭୮୧ ରେଟିଂ ପଏଣ୍ଟ ଅଛି । ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ଏବେ ବିଶ୍ୱର ନମ୍ବର-୧ ODI ବ୍ୟାଟ୍ସମ୍ୟାନ ହୋଇଛନ୍ତି । ତାଙ୍କର ୭୮୨ ରେଟିଂ ପଏଣ୍ଟ ଅଛି । ଯାହା ରୋହିତଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ଅଧିକ ।

ତେବେ ରୋହିତ ଶର୍ମା ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଭଲ ପ୍ରଦର୍ଶନ କରି ପୁଣି ଥରେ ନମ୍ବର-୧ ହେବାର ସୁଯୋଗ ରହିଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ନଭେମ୍ବର ୩୦ରୁ ଆରମ୍ଭ ହେଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rohit Sharma: ରୋହିତଙ୍କ ପାଇଁ ଅଶୁଭ 'ନଭେମ୍ବର ୧୯', ପ୍ରଥମେ ହାରିଲେ ବିଶ୍ବକପ୍‌ ଫାଇନାଲ...ଏବେ ହରାଇଲେ ନମ୍ବର-୧ ସ୍ଥାନ | Argus News