Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rohit Virat Return / କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୦ ମାସ ପରେ ଘରୋଇ ମାଟିରେ ଖେଳିବେ ବିରାଟ-ରୋହିତ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୦ ମାସ ପରେ ଘରୋଇ ମାଟିରେ ଖେଳିବେ ବିରାଟ-ରୋହିତ

Key Points

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ
ରାହୁଲଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ
୧୦ ମାସ ପରେ ଘରୋଇ ମାଟିରେ ଖେଳିବେ ରୋ-କୋ
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ନଭେମ୍ବର ୨୩ ତାରିଖରେ ଭାରତୀୟ ଦଳ ଘୋଷଣା କରିଛି । ଟିମ୍ ଇଣ୍ଡିଆର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ମଧ୍ୟ ଦିନିକିଆ ସିରିଜ୍ ପାଇଁ ଚୟନ କରାଯାଇଛି । ଉଭୟ ଖେଳାଳି ଦୀର୍ଘ ଦିନ ପରେ ଭାରତୀୟ ମାଟିରେ ଏକ ଦିନିକିଆ ସିରିଜ୍ ଖେଳିବାର ନଜର ଆସିବେ । ପ୍ରାୟ ୧୦ ମାସ ପରେ ଏହି ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଭାରତରେ ଦିନିକିଆ ସିରିଜ୍‌ ଖେଳିବେ ।

ରୋହିତ ଏବଂ ବିରାଟ ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ

ରୋହିତ ଶର୍ମା ଏବଂ ବିରାଟ କୋହଲି ଶେଷ ଥର ପାଇଁ ଫେବୃଆରୀ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ମାଟିରେ ଏକ ଦିନିକିଆ ସିରିଜ୍ ଖେଳିଥିଲେ । ରୋହିତ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧୨୨ ରନ୍‌ କରିଥିଲେ । ସେ ବାରବାଟୀ ଷ୍ଟାଡିୟମରେ ଦ୍ବିତୀୟ ମ୍ୟାଚ୍‌ ୧୧୯ ରନ୍‌ କରିଥିଲେ । ବିରାଟ କୋହଲି ମଧ୍ୟ ଫେବୃଆରୀ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ମାଟିରେ ତାଙ୍କର ଶେଷ ଦିନିକିଆ ସିରିଜ୍ ଖେଳିଥିଲେ, ଯେଉଁଥିରେ ସେ ୫୪ ରନ୍ କରିଥିଲେ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୩୦ ତାରିଖରେ, ଦ୍ୱିତୀୟ ଡିସେମ୍ବର ୩ ତାରିଖରେ ଏବଂ ତୃତୀୟ ଡିସେମ୍ବର ୬ ତାରିଖରେ ଖେଳାଯିବ ।

ରୋହିତ ଏବଂ ବିରାଟ କୋହଲି ଶେଷ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଏକ ଦିନିକିଆ ସିରିଜ୍ ଖେଳିଥିଲେ। ରୋହିତ ତିନୋଟି ମ୍ୟାଚରେ ୧୦୧ ହାରରେ ୨୦୨ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଥିଲା । ସେହିପରି ବିରାଟ କୋହଲି ତିନୋଟି ମ୍ୟାଚ୍‌ରେ ୩୭ ହାରରେ ୭୪ ରନ୍ କରିଥିଲେ । ସେଥିମଧ୍ୟରୁ ବିରାଟ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଖାତା ଖୋଲି ପାରିନଥିବା ବେଳେ ଶେଷ ଦିନିକିଆରେ ଅପରାଜିତ ୭୪ ରନ୍‌ କରିଥିଲେ ।

ଦକ୍ଷିଣ ଆଫ୍ରିକା ଦିନିକିଆ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା, ଯଶସ୍ୱୀ ଜୟସ୍ବାଲ, ବିରାଟ କୋହଲି, ତିଲକ ବର୍ମା, କେଏଲ ରାହୁଲ (ଅଧିନାୟକ/ୱିକେଟକିପର), ଋଷଭ ପନ୍ତ (ୱିକେଟକିପର), ୱାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାଏକ୍ବାଡ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ଧ୍ରୁବ ଜୁରେଲ

ଭାରତ-ଦକ୍ଷିଣ ଆଫ୍ରିକା ହ୍ବାଇଟ୍‌ ବଲ୍ ସିରିଜ୍ କାର୍ଯ୍ୟସୂଚୀ

ପ୍ରଥମ ଦିନିକିଆ - ନଭେମ୍ବର ୩୦, ରାଞ୍ଚି
ଦ୍ୱିତୀୟ ଦିନିକିଆ - ଡିସେମ୍ବର ୩, ରାୟପୁର
ତୃତୀୟ ଦିନିକିଆ - ଡିସେମ୍ବର ୬, ବିଶାଖାପାଟଣା
ପ୍ରଥମ ଟି-୨୦ - ଡିସେମ୍ବର ୯, କଟକ
ଦ୍ୱିତୀୟ ଟି-୨୦ - ଡିସେମ୍ବର ୧୧, ମୁଲାନପୁର
ତୃତୀୟ ଟି-୨୦ - ଡିସେମ୍ବର ୧୪, ଧର୍ମଶାଳା
ଚତୁର୍ଥ ଟି-୨୦ - ଡିସେମ୍ବର ୧୭, ଲକ୍ଷ୍ନୌ
ପଞ୍ଚମ ଟି-୨୦ - ଡିସେମ୍ବର ୧୯, ଅହମ୍ମଦାବାଦ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rohit Sharma & Virat Kohli Return to Play ODIs on Home Soil After 10 Months | Argus News