Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs England / ସେମିଫାଇନାଲରେ ସଞ୍ଜୁ–ଇଶାନଙ୍କ ଧମାକା, ଭାଙ୍ଗିଲା ୧୯ ବର୍ଷର ରେକର୍ଡ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ସେମିଫାଇନାଲରେ ସଞ୍ଜୁ–ଇଶାନଙ୍କ ଧମାକା, ଭାଙ୍ଗିଲା ୧୯ ବର୍ଷର ରେକର୍ଡ
New Record

Key Points

୧୯ ବର୍ଷ ପରେ ଭାଙ୍ଗିଲା ଯୁବରାଜ–ଉଥାପ୍ପାଙ୍କ ରେକର୍ଡ
ସଞ୍ଜୁ–ଇଶାନଙ୍କ ଧୁଆଁଧାର ଇନିଂସ
୨୦୨୬ ଟି-୨୦ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍‌ରେ ସଞ୍ଜୁ ସାମସନ୍ ଏବଂ ଇଶାନ୍ କିଶାନ୍ ୧୯ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ସାମସନ୍ ଏବଂ ଇଶାନ୍ ୯୭ ରନ୍‌ର ପାର୍ଟନରସିପ୍‌ କରିଥିଲେ, ଯାହା ଟି-୨୦ ବିଶ୍ୱକପ୍‌ର ନକଆଉଟ୍ ମ୍ୟାଚ୍‌ରେ ଭାରତ ପାଇଁ ସର୍ବାଧିକ ପାର୍ଟନରସିପ୍‌ ଥିଲା । ସେମାନେ ୧୯ ବର୍ଷ ପୁରୁଣା ଯୁବରାଜ ସିଂହ ଏବଂ ରବିନ୍ ଉଥାପ୍ପାଙ୍କ ରେକର୍ଡ ଭାଙ୍ଗିଥିଲେ ।

୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଗଲା

୨୦୦୭ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଯୁବରାଜ ସିଂହ ଏବଂ ରବିନ୍ ଉଥାପ୍ପା ୮୪ ରନ୍‌ର ପାର୍ଟନରସିପ୍‌ କରିଥିଲେ । ଯୁବରାଜ ଏବଂ ଉଥାପ୍ପା ମାତ୍ର ୩୯ ବଲ୍‌ରେ ୮୪ ରନ୍‌ ଯୋଡିଥିଲେ । ଏହା ଆଜି ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍‌ର ନକଆଉଟ୍ ମ୍ୟାଚ୍‌ରେ ଭାରତ ପାଇଁ ସର୍ବାଧିକ ପାର୍ଟନରସିପ୍‌ ଥିଲା ।
ଏବେ ୧୯ ବର୍ଷ ପରେ ସଞ୍ଜୁ ସାମସନ୍ ଏବଂ ଇଶାନ୍ କିଶାନ୍ ୯୭ ରନ୍‌ର ପାର୍ଟନରସିପ୍‌ କରି ଏହି ରେକର୍ଡ ଭାଙ୍ଗିଛନ୍ତି। ସାମସନ୍ ଏବଂ କିଶାନ୍ ୪୫ ବଲ୍‌ରେ ୯୭ ରନ୍‌ର ପାର୍ଟନରସିପ୍ କରିଥିଲେ । ଇଶାନ୍ ୧୮ ବଲ୍‌ରେ ୩୯ ରନ୍ କରି ଆଉଟ୍ ହୋଇଥିଲେ, ଯେତେବେଳେ ସାମସନ୍ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ୮୯ ରନ୍‌ କରିଥିଲେ ।

ଭାରତ ପ୍ରଥମେ ବ୍ୟାଟିଂ କରୁଛି


ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ସେମିଫାଇନାଲ୍ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଅଭିଷେକ ଶର୍ମା ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଫଳ ହୋଇଥିଲେ, ମାତ୍ର ୯ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏହା ପରେ ସଞ୍ଜୁ ସାମସନ୍‌ ଓ ଇଶାନ କିଶାନ ଧୁଆଁଧାର ଇନିଂସ ଖେଳିଥିଲେ । ଉଭୟରେ ଦ୍ବିତୀୟ ଓ୍ବିକେଟ୍‌ ପାଇଁ ୯୭ ରନ୍‌ ପାର୍ଟନରସିପ୍‌ କରିଥିଲେ । ଇଶାନ ୩୯ ରନ୍‌ କରି ଆଉଟ୍‌ ହେବା ପରେ ଶିବମ ଦୁବେ ବ୍ୟାଟିଂ କରିବାକୁ ଆସିଥିଲେ ।

ସାମସନ୍‌ ଓ ଦୁବେ ୪୩ ରନ୍‌ର ପାର୍ଟନରସିପ୍‌ କରିଥିଲେ । ତେବେ ସାମସନ୍‌ ୮୯ ରନ୍‌ ଆଉଟ୍‌ ହେବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କ୍ରିଜ୍‌କୁ ଆସିଥିଲେ । ସେ ମାତ୍ର ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ । ସେହିପରି ଶିବମ ଦୁବେ ୪୩ ରନ୍‌ କରି ଆଉଟ୍‌ ହୋଇଥିଲା । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ୨୭ ଓ ତିଲକ ବର୍ମା ୭ ବଲ୍‌ରେ ଦ୍ରୁତ ୨୧ ରନ୍ କରିଥିଲେ । ଯାହାଫଳରେ ଭାରତର ସ୍କୋର ନିର୍ଦ୍ଦାରିତ ୨୦ ଓଭରରେ ୨୫୩ ରନ୍‌ କରିଥିଲା ।

ସଞ୍ଜୁ ସାମସନ୍ ଲଗାତାର ଦ୍ୱିତୀୟ ମ୍ୟାଚ୍‌ରେ ପଚାଶ ରନ୍ କରିଥିଲେ । ପୂର୍ବରୁ ସାମସନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୁପର ୮ ମ୍ୟାଚ୍‌ରେ ୯୭ ରନ୍‌ର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏବେ ସେ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Samson–Ishan Break 19-Year Record in T20 World Cup 2026 Semifinal | Argus News