Shahid Afridi Reaction / ଶଦାବଙ୍କ ବିବାଦୀୟ ବୟାନ ପରେ ମୁହଁ ଖୋଲିଲେ ଆଫ୍ରିଦି, କହିଲେ...
·1 month ago·2 min read

Key Points
ଭାରତ ମ୍ୟାଚ୍ ପରେ ଆରମ୍ଭ ହେଲା ବାକ୍ଯୁଦ୍ଧ
ପାକିସ୍ତାନ କ୍ରିକେଟରେ ତୁଫାନ
ଶଦାବଙ୍କ ବୟାନରେ ଖୁସି ନାହାନ୍ତି ପୂର୍ବତନ ଖେଳାଳି

୨୦୨୬ ଟି-୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ ପାକିସ୍ତାନୀ କ୍ରିକେଟର ଶଦାବ ଖାନ ଏକ ବଡ଼ ବୟାନ ଦେଇଥିଲେ । ସେ ନିଜ ଦେଶର ପୂର୍ବତନ ଖେଳାଳିମାନଙ୍କୁ ସାମ୍ବାଦିକ ସମ୍ମିଳନୀରେ ସମାଲୋଚନା କରିଥିଲେ । ଆଉ ଏବେ ଏହି ମାମଲା ଉଗ୍ର ରୂପ ନେଇଛି ।
ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ଏହି ଅଲାରାଉଣ୍ଡରଙ୍କୁ ଚେତାବନୀ ଦେଇଥିଲା । ଆଉ ଏବେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦ କନା ପ୍ରତିକ୍ରିୟା ରଖିଛନ୍ତି । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, "ପ୍ରଥମେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳନ୍ତୁ; ଆମକୁ ଏବେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ସହିତ ମୁକାବିଲା କରିବାକୁ ପଡ଼ିବ । ଆମେ ତା'ପରେ କଥା ହେବୁ ।" ଆଫ୍ରିଦି ଏହା ମଧ୍ୟ କହିଛନ୍ତି ଯେ ଆମେ କେବଳ ଛୋଟ ଦଳ ବିରୁଦ୍ଧରେ ନୁହେଁ ବରଂ ବଡ଼ ଦଳ ବିରୁଦ୍ଧରେ ମଧ୍ୟ ମ୍ୟାଚ୍ ଜିତିଥିଲୁ । ଆଫ୍ରିଦିଙ୍କ ବୟାନର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।
ପାକିସ୍ତାନ ଗ୍ରୁପ ପର୍ଯ୍ୟାୟରେ ଭାରତଠାରୁ ଶୋଚନୀୟ ପରାଜୟ ବରଣ କରିଥିଲା । ପରବର୍ତ୍ତୀ ସମୟରେ ସେମାନେ ନାମିବ୍ୟା ବିରୋଧରେ ବିଜୟଲାଭ କରି ଟି-୨୦ ବିଶ୍ବକପ୍ର ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଏହା ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଶଦାବ ଖାନଙ୍କୁ ପଚରାଗଲା, "ଭାରତ ବିପକ୍ଷରେ ପରାଜୟ ପରେ ପୂର୍ବତନ ପାକିସ୍ତାନୀ କ୍ରିକେଟରମାନେ ତୁମକୁ ସମାଲୋଚନା କରୁଥିଲେ ?" ଉତ୍ତରରେ, ସେ କହିଥିଲେ ଯେ ସେ ନିଜେ ଜଣେ କିମ୍ବଦନ୍ତୀ, କିନ୍ତୁ ଆମେ (ବର୍ତ୍ତମାନର ପାକିସ୍ତାନ ଦଳ) ଭାରତ ବିପକ୍ଷରେ ବିଶ୍ବକପ୍ରେ ଅତିକମରେ ଗୋଟିଏ ମ୍ୟାଚ୍ ଜିତିଛୁ । କିନ୍ତୁ ପୂର୍ବତନ ଖେଳାଳିମାନେ ଭାରତ ବିପକ୍ଷରେ କେବେ ବି ବିଶ୍ବକପ୍ ମ୍ୟାଚ୍ ଜିତି ନାହାନ୍ତି । ଆଉ ଏହି ବୟାନ ପରେ ପାକିସ୍ତାନୀ ଖେଳାଳି ଶଦାବ ଖାନ୍ ବିବାଦରେ ରହିଛନ୍ତି ।
ତେବେ ଶଦାବଙ୍କ ବୟାନ ପରେ ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ପାକିସ୍ତାନୀ ଗଣମାଧ୍ୟମରେ କହିଛନ୍ତି, "ଶାଦାବ ଠିକ୍ କହୁଛନ୍ତି । ସେମାନେ ଭାରତ ବିପକ୍ଷରେ ମ୍ୟାଚ୍ ଜିତିଥିଲେ, କିନ୍ତୁ ଆମେ ଜିତି ପାରିଲୁ ନାହିଁ । ସେ ସମ୍ମାନ ପାଇବାର ଯୋଗ୍ୟ ଥିଲେ, କିନ୍ତୁ ସେ ଏହାକୁ ସମ୍ଭାଳି ପାରିଲେ ନାହିଁ । ୨୦୨୧ରେ ଜିତିବା ପରେ ମଧ୍ୟ ସେ ତାଙ୍କର ଆଭ୍ୟନ୍ତରୀଣ ସମସ୍ୟାଗୁଡ଼ିକୁ ସମ୍ଭାଳି ପାରିଲେ ନାହିଁ। ଶାଦାବଙ୍କୁ ଏହା ମଧ୍ୟ ଜାଣିବା ଉଚିତ ଯେ ଯେତେବେଳେ ସେ ପ୍ରଦର୍ଶନ କରୁନଥିଲେ, ଆମେ ହିଁ ତାଙ୍କୁ ଡିଫେଣ୍ଡ କରିଥିଲୁ, କହିଥିଲୁ ଯେ ତାଙ୍କ ଓଭରଗୁଡ଼ିକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଭଲ ବ୍ୟାଟିଂ ମଧ୍ୟ କରିଥିଲେ।"
ଶାହିଦ ଆଫ୍ରିଦି ଆହୁରି କହିଛନ୍ତି, "ଶାଦାବ ଜଣେ ଭଲ ପିଲା । କିନ୍ତୁ ଲୋକମାନେ ଆମ ବିରୁଦ୍ଧରେ ବହୁତ କଥା କହିଛନ୍ତି, ସେମାନେ ଆମକୁ ଅଭିଶାପ ଦେଉଥିଲେ, କିନ୍ତୁ ଆମେ ସବୁବେଳେ ଆମର ପ୍ରଦର୍ଶନ ସହିତ ଜବାବ ଦେଇ ଆସିଛୁ । ଛୋଟ ଦଳ ବିରୁଦ୍ଧରେ ନୁହେଁ, ଆମେ ବଡ଼ ଦଳ ବିରୁଦ୍ଧରେ ପ୍ରଦର୍ଶନ କରି ଜବାବ ଦେଇଛୁ । ଶାଦାବ, ତୁମେ ନାମ୍ବିଆ ବିରୁଦ୍ଧରେ ପ୍ରଦର୍ଶନ କରିଛ । ତୁମେ ଭବିଷ୍ୟତରେ ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ବିରୁଦ୍ଧରେ ଭଲ ପ୍ରଦର୍ଶନ କରିବ। ଆମେ ଏଠାରେ ବସିଛୁ, ଆମ ପାଇଁ ପ୍ରଦର୍ଶନ କରି ଜବାବ ଦିଅ । ଯଦି ତୁମେ ଏପରି ଦଳ ବିପକ୍ଷରେ ପ୍ରଦର୍ଶନ କରିବ, ତେବେ ଆମେ ମନକୁ ମନ ଚୁପ୍ ହୋଇଯିବୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories