Shreyas Iyer / କ୍ୟାଚ୍ ଧରି ଗୁରୁତର ଶ୍ରେୟସ ଆୟର ICUରେ ଭର୍ତ୍ତି, ଛାତି ପଞ୍ଜରାରେ ଲାଗିଛି ଆଘାତ
·8 months ago·2 min read

Key Points
ସିଡନୀ ଦିନିକିଆରେ ଆଲେକ୍ସ କେରୀଙ୍କ ଚମତ୍କାର କ୍ୟାଚ୍ ନେଇଥିଲେ ଶ୍ରେୟସ । କ୍ୟାଚ୍ ନେବା ବେଳେ ଶ୍ରେୟସଙ୍କ ଛାତିର ବାମ ପଟ ପଞ୍ଜରା ହାଡ଼ରେ ଆଘାତ ଲାଗିଥିଲା । ଏବେ ICUରେ ଚିକିତ୍ସିତ ହେଉଛନ୍ତି ।
ମୁମ୍ବାଇ: ଭାରତୀୟ ଦିନିକିଆ କ୍ରିକେଟ୍ ଟିମ୍ର ଉପଅଧିନାୟକ ଶ୍ରେୟସ ଆୟରଙ୍କୁ ICUରେ ଭର୍ତ୍ତି କରାଯାଇଛି । ସିଡନୀର ଏକ ହସ୍ପିଟାଲ୍ରେ ଚାଲିଛି ଆୟରଙ୍କ ଚିକିତ୍ସା । ମିଳିଥିବା ସୂଚନା ଅନୁସାରେ, ଶ୍ରେୟସ ଆୟରଙ୍କ ଶରୀରର ଆଭ୍ୟନ୍ତରୀରଣରେ ରକ୍ତସ୍ରାବ ହୋଇଛି ।
ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଦିନିକିଆରେ ସିଡନୀରେ କ୍ୟାଚ୍ ଧରିବା ବେଳେ ଶ୍ରେୟସ ଆୟର ଆହତ ହୋଇଥିଲେ । କ୍ୟାଚ୍ ଧରିବା ବେଳେ ଶ୍ରେୟସ ଆୟରଙ୍କ ଛାତି ପଞ୍ଜରାରେ ଆଘାତ ଲାଗିଥିଲା । ପରୀକ୍ଷାରୁ ଜଣାପଡ଼ିଛି, ଇଣ୍ଟରନାଲ୍ ବ୍ଲିଡିଂ ହୋଇଛି ।
ଏଥିସହ ପଢ଼ନ୍ତୁ: ଦମଦାର କ୍ୟାଚ୍ ଧରି ଗୁରୁତର ଆହତ ହେଲେ ଆୟର, ଆଜି ଆଉ କରିପାରିବେନି ବ୍ୟାଟିଂ !
ସିଡନୀ ଦିନିକିଆରେ ଆଲେକ୍ସ କେରୀଙ୍କ ଚମତ୍କାର କ୍ୟାଚ୍ ନେଇଥିଲେ ଶ୍ରେୟସ । କ୍ୟାଚ୍ ନେବା ବେଳେ ଶ୍ରେୟସଙ୍କ ଛାତିର ବାମ ପଟ ପଞ୍ଜରା ହାଡ଼ରେ ଆଘାତ ଲାଗିଥିଲା । ଯନ୍ତ୍ରଣା ବଢ଼ିବା ପରେ ଶ୍ରେୟସଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ICUରେ ଚିକିତ୍ସିତ ହେଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ, "ଶ୍ରେୟସ ଆୟରଙ୍କୁ ଏବେ ଡାକ୍ତର ପର୍ଯ୍ୟବେକ୍ଷଣରେ ରଖିଛନ୍ତି । ଆଗାମୀ ୨ରୁ ୭ ଦିନ ପର୍ଯ୍ୟନ୍ତ ଡାକ୍ତ ତାଙ୍କ ଉପରେ ନଜର ରଖିବେ । ସ୍ଵାସ୍ଥ୍ୟାବସ୍ଥା ସୁଧୁରିବା ସହ ସଂକ୍ରମଣ ଯେଭଳି ନ ବ୍ଯାପେ ସେଥିପ୍ରତି ଡାକ୍ତରଙ୍କ ନଜର ରହିଛି ।"
ଶନିବାର କ୍ରିଜ୍ରୁ ଡ୍ରେସିଂ ରୁମ୍ ଫେରିବା ପରେ ବିସିସିଆଇର ମେଡିକାଲ୍ ଟିମ୍ ଶ୍ରେୟସଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରିଥିଲା । ଏହା ପରେ ଶ୍ରେୟସଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆ ଯାଇଥିଲା । ପ୍ରଥମେ ଆଶା କରାଯାଉଥିଲା ଶ୍ରେୟସ ୩ ସପ୍ତାହ ମଧ୍ୟରେ ଠିକ୍ ହୋଇଯିବେ । ଏବେ ଲାଗୁଛି ସେ ସୁସ୍ଥ ହେବାକୁ ଆଉ ଟିକିଏ ଅଧିକ ସମୟ ଲାଗିପାରେ ।
ଏଥିସହ ପଢ଼ନ୍ତୁ: ୨୦୨୭ ବିଶ୍ଵକପ୍ରେ ରୋହିତ, ବିରାଟ ଖେଳିବା ନେଇ BCCIକୁ ଏ କ'ଣ କହିଦେଲେ ସୁନୀଲ ଗାଭାସ୍କର
୩୧ ବର୍ଷୀୟ ଶ୍ରେଯସ ଆୟର ଏବେ ଅଷ୍ଟ୍ରେଲିଆରେ ଅଛନ୍ତି । ଅତି କମ୍ରେ ଆଉ ଗୋଟିଏ ସପ୍ତାହ ଧରି ସେ ସେଠାରେ ରହିବେ । ସୁସ୍ଥ ହେବା ପରେ ହିଁ ଶ୍ରେୟସ ଭାରତ ଫେରିବେ । ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ଵେଣ୍ଟି ଟିମ୍ରେ ଶ୍ରେୟସ ଆୟର ନାହାନ୍ତି ।
ଶ୍ରେୟସ ଆୟର ଭାରତ-ଅଷ୍ଟ୍ରେଲିଆ ସିରିଜ୍ରେ ଉପ-ଅଧିନାୟକ ଦାୟିତ୍ଵରେ ଅଛନ୍ତି । ଶନିବାର ସିଡନୀ ଦିନିକିଆରେ ଆହତ ହେବା ସମୟରେ ସେ ଅଧିନାୟକ ଭାବରେ କାର୍ଯ୍ୟ କରୁଥିଲେ, କାରଣ ମୁଖ୍ୟ ଅଧିନାୟକ ଶୁବମନ ଗିଲ୍ ପଡ଼ିଆ ବାହାରେ ଥିଲେ । ଆଉ ଆୟର ଡ୍ରେସିଂ ରୁମ୍ ଯିବା ମାତ୍ରେ ଗିଲ୍ ପୁଣି ଥରେ ପଡ଼ିଆକୁ ଫେରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories