Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket / ୨୦୨୭ ବିଶ୍ଵକପ୍‌ରେ ରୋହିତ, ବିରାଟ ଖେଳିବା ନେଇ BCCIକୁ ଏ କ'ଣ କହିଦେଲେ ସୁନୀଲ ଗାଭାସ୍କର

Sushanta Sahoo
Browse all articles by Sushanta Sahoo
·8 months ago·2 min read
୨୦୨୭ ବିଶ୍ଵକପ୍‌ରେ ରୋହିତ, ବିରାଟ ଖେଳିବା ନେଇ BCCIକୁ ଏ କ'ଣ କହିଦେଲେ ସୁନୀଲ ଗାଭାସ୍କର

Key Points

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନକୁ ନେଇ ଫ୍ୟାନ୍ସ ଆଶାବାଦୀ ରହିଥିବା ବେଳେ ସମର୍ଥନ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ଗାଭାସ୍କରଙ୍କ ଅନୁସାରେ, ରୋହିତ ଓ ବିରାଟ ୨୦୨୭ ଦିନିକିଆ ବିଶ୍ଵକପ୍ ଖେଳିବା ଲାଗି ତାଙ୍କ ଦାବି ମଜଭୁତ କରିଛନ୍ତି ।
ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ଯଦିଓ ଭାରତ ହାରିଛି । ତଥାପି, ସିଡନୀରେ ଅନ୍ତିମ ଦିନିକିଆରେ 'ରୋ-କୋ'ଙ୍କ କମାଲ୍ କ୍ରିକେଟପ୍ରେମୀଙ୍କୁ ଖୁସି କରିଛି । ଶେଷ ମ୍ୟାଚ୍‌ରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟିଂ ସେମାନଙ୍କ ନିନ୍ଦୁକଙ୍କୁ ଚୁପ୍ କରି ଦେଇଛି । ଏଥିସହ ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ଵକପ୍‌ ପାଇଁ ଦୁହେଁ ଦାବିଦାର ଆଶା ଆହୁରି ବଢ଼ିଛି ।

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନକୁ ନେଇ ଫ୍ୟାନ୍ସ ଆଶାବାଦୀ ରହିଥିବା ବେଳେ ସମର୍ଥନ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ଗାଭାସ୍କରଙ୍କ ଅନୁସାରେ, ରୋହିତ ଓ ବିରାଟ ୨୦୨୭ ଦିନିକିଆ ବିଶ୍ଵକପ୍ ଖେଳିବା ଲାଗି ତାଙ୍କ ଦାବି ମଜଭୁତ କରିଛନ୍ତି । ସିଡନୀରେ ଶନିବାର ଖେଳା ଯାଇଥିବା ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ 'ରୋ-କୋ'ଙ୍କ ବ୍ୟାଟ୍‌ରୁ ହୋଇଥିଲା ରନ୍ ବର୍ଷା ।

ଏଥିସହ ପଢ଼ନ୍ତୁ: ଅଷ୍ଟ୍ରେଲିଆ ଛାଡ଼ିବା ବେଳେ ରୋହିତଙ୍କ ରହସ୍ୟଜନକ ପୋଷ୍ଟ, ପ୍ରଶଂସକଙ୍କ ବଢ଼ିଲା ଚିନ୍ତା

ଗାଭାସ୍କରଙ୍କ ଅନୁସାରେ, ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଦୁଇ ବ୍ୟାଟ୍ସମ୍ୟାନଙ୍କ ଉପସ୍ଥିତି ଦିନିକିଆ ଦଳରେ ସେମାନଙ୍କ ଆବଶ୍ୟକତା ଦର୍ଶାଇଛି । ଏବଂ ବିଶ୍ଵକପ୍ ଟ୍ରଫି ପାଇଁ ଦୁହେଁ ଆଉ ଏକ ପ୍ରୟାସ କରିବା ଆବଶ୍ୟକ ।

ଏକ ସାକ୍ଷାତକାରରେ ସୁନୀଲ ଗାଭାସ୍କର କହିଛନ୍ତି, "ଯେଭଳି ଭାବେ ଏବେର ସମୟରେ ଦୁହେଁ ନିଜକୁ ଦଳ ପାଇଁ ଉଚିତ ସାବ୍ୟସ୍ତ କଲେ, ତାହା ୨୦୨୭ ବିଶ୍ଵକପ୍ ଖେଳିବା ଲାଗି ସେମାନଙ୍କ ଦାବି । ଏବେ ଏବଂ ବିଶ୍ଵକପ୍ ଭିତରେ ଯାହା ବି ହେଇ ଯାଉ, ସ୍କୋର୍ କରନ୍ତୁ ଅବା ନ କରନ୍ତୁ, ସେମାନେ ଯେଉଁଭଳି କ୍ଷମତା ଓ ଅନୁଭବ ନେଇ ଆସନ୍ତି, ଟିମ୍‌ରେ ଉପଲବ୍ଧ ରହିବା ଗୁରୁତ୍ଵପୂର୍ଣ୍ଣ ।"

ଗାଭାସ୍କର ଆହୁରି କହିଛନ୍ତି, ଏବେର ପ୍ରଦର୍ଶନ ବିଶ୍ଵକପ୍ ପାଇଁ ସେମାନଙ୍କ ଦାବିକୁ ମଜଭୁତ କରିଛି । ସେ କହିଛନ୍ତି, "ଏହି ଫର୍ମ ସହିତ ଆପଣ ସେମାନଙ୍କ ନାମ ୨୦୨୭ରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଦିନିକିଆ ବିଶ୍ଵକପ୍ ଲାଗି ସିଧାସଳଖ ଭାବେ ଲେଖି ଦେଇ ପାରିବେ ।"

ଏଥିସହ ପଢ଼ନ୍ତୁ: ସରିଲା ଅଷ୍ଟ୍ରେଲିଆ ସିରିଜ୍‌, ଏବେ ପୁଣି କେବେ ଭାରତ ପାଇଁ ଖେଳିବେ ରୋ-କୋ ? ଲେଖିରଖନ୍ତୁ ତାରିଖ....

ସେପଟେ ଅଷ୍ଟ୍ରେଲିଆ ଗସ୍ତ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜରେ ଭାରତ ପାଇଁ ଖେଳୁଥିବାର ନଜର ଆସିବେ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ନଭେମ୍ବର ୧୪ରେ ଆରମ୍ଭ ହେବ । ତା'ପରେ ODI ସିରିଜ୍‌ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ODI ସିରିଜ ନଭେମ୍ବର ୩୦ରୁ ଆରମ୍ଭ ହେବ । ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ରାଞ୍ଚିରେ ଖେଳାଯିବ । ଏହାପରେ ଦ୍ଵିତୀୟ ମ୍ୟାଚ୍‌ ଡିସେମ୍ବର ୩ରେ ରାୟପୁରରେ ଖେଳାଯିବ ଏବଂ ଶେଷ ODI ଡିସେମ୍ବର ୬ରେ ବିଶାଖାପାଟଣାରେ ଖେଳାଯିବ । ଏହାର ଅର୍ଥ ହେଉଛି ଯେ କୋହଲି ଏବଂ ରୋହିତଙ୍କୁ ଭାରତ ପାଇଁ ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍ ନଭେମ୍ବର ୩୦ରେ ଖେଳିବେ ।

ଭାରତୀୟ ଦଳ ଏହା ପରେ ଆସନ୍ତା ବର୍ଷ ଜାନୁଆରୀ ୧୧ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ । ଏସବୁ ମଧ୍ୟରେ ଡିସେମ୍ବର ୨୪ ତାରିଖରୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବ । ଚର୍ଚ୍ଚା ହେଉଛି କି ଉଭୟ ବିରାଟ କୋହଲି ଓ ରୋହିତ ଶର୍ମା ସେମାନଙ୍କର ଫର୍ମ ବଜାୟ ରଖିବା ପାଇଁ ନିଜ ନିଜ ଘରୋଇ ଦଳ ପାଇଁ ବିଜୟ ହଜାରେ ଟ୍ରଫିର କିଛି ମ୍ୟାଚ୍‌ ଖେଳିପାରନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gavaskar Supports Rohit and Kohli for 2027 ODI World Cup | Argus News | Argus News