Sidhu Statement / ଯଦି ବିଶ୍ଵକପ୍ ଜିତିବାର ଅଛି ତେବେ ଗମ୍ଭୀର-ଅଗରକରଙ୍କୁ ହଟାନ୍ତୁ: ଏଭଳି କାହିଁକି କହିଲେ ସିଦ୍ଧୁ ପାଜୀ?
·8 months ago·2 min read

Key Points
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା ପ୍ରସିଦ୍ଧ ଭାସ୍ୟକାର ନବଜୋତ ସିଂ ସିଦ୍ଧୁଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ତଥା ପ୍ରସିଦ୍ଧ ଭାସ୍ୟକାର ନବଜୋତ ସିଂ ସିଦ୍ଧୁଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ପୋଷ୍ଟରେ କୁହାଯାଇଛି ଯେ, ଯଦି ଭାରତକୁ ୨୦୨୭ ବିଶ୍ଵକପ୍ ଜିତିବାର ଅଛି ତେବେ ବିସିସିଆଇକୁ ତୁରନ୍ତ ଗୌତମ ଗମ୍ଭୀର ଓ ଅଜିତ ଅଗରକରଙ୍କୁ ପଦରୁ ହଟାଇ ଦେବା ଉଚିତ୍।
ଏହା ସହ ପୁରା ସମ୍ମାନର ସହ ରୋହିତ ଶର୍ମାଙ୍କୁ ପୁଣି ଥରେ ଅଧିନାୟକତ୍ଵ ଦେଇ ଦେବା ଉଚିତ୍। ତେବେ ପ୍ରଶ୍ନ ଉଠୁଛି କଣ ବାସ୍ତବରେ ନବଜୋତ ସିଂ ସିଦ୍ଧୁ ଏମିତି କହିଛନ୍ତି। ଏହି ଭାଇରାଲ୍ ପୋଷ୍ଟକୁ ନେଇ ଏବେ ମୁହଁ ଖୋଲିଛନ୍ତି ସିଦ୍ଧୁ। ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ଲଜ୍ଜା ଲାଗିବା ଦରକାର। ମୁଁ ଏମିତି କେବେ ବି କହି ନାହିଁ। ମିଛ ଖବର ପ୍ରଚାର କରନ୍ତୁ ନାହିଁ। ଏହାର କଳ୍ପନା ବି କରାଯାଇ ନ ପାରେ। ସିଦ୍ଧୁଙ୍କ ଏହି ଟିପ୍ପଣୀ ପରେ ସ୍ପଷ୍ଟ ହୋଇଛି ଯେ, ଭାଇରାଲ୍ ପୋଷ୍ଟ ସଂପୂର୍ଣ୍ଣ ଭାବେ ଗୁଜବ ଓ ମିଥ୍ୟା।
ଏଆଇ ସମୟରେ ଅନେକ ଥର ପୂର୍ବତନ କ୍ରିକେଟରଙ୍କ ନାଁରେ ଏମିତି ବିବାଦୀୟ ପୋଷ୍ଟ ଭାଇରାଲ୍ ହେଊଛି। ଆଉ ଏଥର ଏହା ସିଦ୍ଧଙ୍କ ସହ ହୋଇଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ୨୬ ବର୍ଷୀୟ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଦଳର ଅଧିନାୟକ କରାଯାଇଛି। ପୂର୍ବରୁ ଟେଷ୍ଟ ଦଳର ନେତୃତ୍ଵ ଦାୟିତ୍ଵ ଗିଲ୍ଙ୍କୁ ଦିଆଯାଇଥିଲା।
ଏହାସହ ପଢ଼ନ୍ତୁ : ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ରୋ-କୋଙ୍କୁ ନେଇ ବଡ଼ ବୟାନ ଦେଲେ ଗାଭାସ୍କର
ଇଂଲଣ୍ଡରେ ଟେଷ୍ଟ ଅଧିନାୟକ ଭାବେ ଗିଲଙ୍କ ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଥିଲା। ହେଲେ ଦିନିକିଆରେ ଅଧିନାୟକ ଭାବେ ନିଜର ପ୍ରଥମ ମ୍ୟାଚ୍ ଜିତି ପାରି ନାହାନ୍ତି ଗିଲ୍। ଏହା ପୂର୍ବରୁ ଦିନିକିଆ ଦଳର ନେତୃତ୍ଵ ରୋହିତ ଶର୍ମାଙ୍କ ହାତରେ ଥିଲା। ରୋହିତ ଚଳିତ ବର୍ଷ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ଜିତାଇଥିଲେ। ମାତ୍ର ତାଙ୍କର ବୟସକୁ ଦେଖି ଏବଂ ୨୦୨୭ ବିଶ୍ଵକପର ପ୍ରସ୍ତୁତି ପାଇଁ ଗିଲ୍ଙ୍କୁ ଅଧିନାୟକ କରାଯାଇଛି।
ଆହୁରି ଅଧିକ ପଢ଼ନ୍ତୁ: ପର୍ଥରେ ୮ ରନ୍ କରି ବଡ଼ ରେକର୍ଡ ନିଜ ନାଁରେ କଲେ ରୋହିତ, ସଚିନ୍ଙ୍କୁ ପକାଇଲେ ପଛରେ
ଗତ ରବିବାର ପର୍ଥରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ୍ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ତେବେ ଏହି ମ୍ୟାଚ୍ରେ ସମସ୍ତଙ୍କ ନଜର ଥିଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ । ଉଭୟ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଜର୍ସିରେ ନଜର ଆସିଥିଲେ । କିନ୍ତୁ କମ୍ବ୍ୟାକ୍ ମ୍ୟାଚ୍ରେ କିଛି ଖାସ୍ କରିପାରିନଥିଲେ ରୋ-କୋ । ବିରାଟ କୋହଲି ଖାତା ଖୋଲିନପାରିଥିବା ବେଳେ ରୋହିତ ମାତ୍ର ୮ ରନ୍ କରି ଆଉଟ ହୋଇଥିଲେ ।
ତେବେ ରୋହିତ ପର୍ଥରେ ୮ ରନ୍ କରି ବି ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ସେ ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ପଞ୍ଚମ ଭାରତୀୟ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଏମଏସ ଧୋନି ଏବଂ ବିରାଟ କୋହଲିଙ୍କ ନାମରେ ରହିଥିଲା ।
Navjot Singh Sidhu reacted to the fake news 🙄#CricketTwitter #INDvsAUS #gautamgambhir pic.twitter.com/op03xzGPic
— Cricket Craze (@cricket12craze) October 20, 2025
ଏହା ସହ ପୁରା ସମ୍ମାନର ସହ ରୋହିତ ଶର୍ମାଙ୍କୁ ପୁଣି ଥରେ ଅଧିନାୟକତ୍ଵ ଦେଇ ଦେବା ଉଚିତ୍। ତେବେ ପ୍ରଶ୍ନ ଉଠୁଛି କଣ ବାସ୍ତବରେ ନବଜୋତ ସିଂ ସିଦ୍ଧୁ ଏମିତି କହିଛନ୍ତି। ଏହି ଭାଇରାଲ୍ ପୋଷ୍ଟକୁ ନେଇ ଏବେ ମୁହଁ ଖୋଲିଛନ୍ତି ସିଦ୍ଧୁ। ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, ଲଜ୍ଜା ଲାଗିବା ଦରକାର। ମୁଁ ଏମିତି କେବେ ବି କହି ନାହିଁ। ମିଛ ଖବର ପ୍ରଚାର କରନ୍ତୁ ନାହିଁ। ଏହାର କଳ୍ପନା ବି କରାଯାଇ ନ ପାରେ। ସିଦ୍ଧୁଙ୍କ ଏହି ଟିପ୍ପଣୀ ପରେ ସ୍ପଷ୍ଟ ହୋଇଛି ଯେ, ଭାଇରାଲ୍ ପୋଷ୍ଟ ସଂପୂର୍ଣ୍ଣ ଭାବେ ଗୁଜବ ଓ ମିଥ୍ୟା।
Never said it , don’t spread fake news ,never imagined it. Shame on you https://t.co/qCZlwaUrwK
— Navjot Singh Sidhu (@sherryontopp) October 20, 2025
ଏଆଇ ସମୟରେ ଅନେକ ଥର ପୂର୍ବତନ କ୍ରିକେଟରଙ୍କ ନାଁରେ ଏମିତି ବିବାଦୀୟ ପୋଷ୍ଟ ଭାଇରାଲ୍ ହେଊଛି। ଆଉ ଏଥର ଏହା ସିଦ୍ଧଙ୍କ ସହ ହୋଇଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ୨୬ ବର୍ଷୀୟ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଦଳର ଅଧିନାୟକ କରାଯାଇଛି। ପୂର୍ବରୁ ଟେଷ୍ଟ ଦଳର ନେତୃତ୍ଵ ଦାୟିତ୍ଵ ଗିଲ୍ଙ୍କୁ ଦିଆଯାଇଥିଲା।
ଏହାସହ ପଢ଼ନ୍ତୁ : ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ରୋ-କୋଙ୍କୁ ନେଇ ବଡ଼ ବୟାନ ଦେଲେ ଗାଭାସ୍କର
ଇଂଲଣ୍ଡରେ ଟେଷ୍ଟ ଅଧିନାୟକ ଭାବେ ଗିଲଙ୍କ ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଥିଲା। ହେଲେ ଦିନିକିଆରେ ଅଧିନାୟକ ଭାବେ ନିଜର ପ୍ରଥମ ମ୍ୟାଚ୍ ଜିତି ପାରି ନାହାନ୍ତି ଗିଲ୍। ଏହା ପୂର୍ବରୁ ଦିନିକିଆ ଦଳର ନେତୃତ୍ଵ ରୋହିତ ଶର୍ମାଙ୍କ ହାତରେ ଥିଲା। ରୋହିତ ଚଳିତ ବର୍ଷ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ଜିତାଇଥିଲେ। ମାତ୍ର ତାଙ୍କର ବୟସକୁ ଦେଖି ଏବଂ ୨୦୨୭ ବିଶ୍ଵକପର ପ୍ରସ୍ତୁତି ପାଇଁ ଗିଲ୍ଙ୍କୁ ଅଧିନାୟକ କରାଯାଇଛି।
ଆହୁରି ଅଧିକ ପଢ଼ନ୍ତୁ: ପର୍ଥରେ ୮ ରନ୍ କରି ବଡ଼ ରେକର୍ଡ ନିଜ ନାଁରେ କଲେ ରୋହିତ, ସଚିନ୍ଙ୍କୁ ପକାଇଲେ ପଛରେ
ଗତ ରବିବାର ପର୍ଥରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ୍ ମାର୍ଶ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ତେବେ ଏହି ମ୍ୟାଚ୍ରେ ସମସ୍ତଙ୍କ ନଜର ଥିଲା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ । ଉଭୟ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ପରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଜର୍ସିରେ ନଜର ଆସିଥିଲେ । କିନ୍ତୁ କମ୍ବ୍ୟାକ୍ ମ୍ୟାଚ୍ରେ କିଛି ଖାସ୍ କରିପାରିନଥିଲେ ରୋ-କୋ । ବିରାଟ କୋହଲି ଖାତା ଖୋଲିନପାରିଥିବା ବେଳେ ରୋହିତ ମାତ୍ର ୮ ରନ୍ କରି ଆଉଟ ହୋଇଥିଲେ ।
ତେବେ ରୋହିତ ପର୍ଥରେ ୮ ରନ୍ କରି ବି ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ସେ ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ପଞ୍ଚମ ଭାରତୀୟ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ଏମଏସ ଧୋନି ଏବଂ ବିରାଟ କୋହଲିଙ୍କ ନାମରେ ରହିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories