Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସ୍ମୃତି ମନ୍ଧାନା ଭାଙ୍ଗିଲେ ବିରାଟ କୋହଲିଙ୍କ ରେକର୍ଡ, ମାତ୍ର ୫୦ ବଲରେ କଲେ ଶତକ

Sports

Smriti Mandhana / ସ୍ମୃତି ମନ୍ଧାନା ଭାଙ୍ଗିଲେ ବିରାଟ କୋହଲିଙ୍କ ରେକର୍ଡ, ମାତ୍ର ୫୦ ବଲରେ କଲେ ଶତକ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ସ୍ମୃତି ମନ୍ଧାନା ଭାଙ୍ଗିଲେ ବିରାଟ କୋହଲିଙ୍କ ରେକର୍ଡ, ମାତ୍ର ୫୦ ବଲରେ କଲେ ଶତକ

Key Points

ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ସ୍ମୃତି ମନ୍ଧାନା । ମାତ୍ର ୫୦ ବଲରେ ହାସଲ କଲେ ଶତକ । 

ଭାରତୀୟ ମହିଳା ଦଳ ଓପନିଂ ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ନୂଆ ଇତିହାସ ସୃଷ୍ଟି କରିଛନ୍ତି । ସେ ଦିନିକିଆ କ୍ରିକେଟରେ ଟିମ୍ ଇଣ୍ଡିଆ ପାଇଁ ଦ୍ରୁତତମ ଶତକ ହାସଲ କରି ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ମାତ୍ର ୫୦ ବଲ୍‌ରେ ଶତକ ହାସଲ କରିଥିଲେ । ସୂଚନା ଅନୁସାରେ, ଭାରତ ପାଇଁ ପୁରୁଷ ଏବଂ ମହିଳା ଉଭୟ ଦିନିକିଆ ଫର୍ମାଟରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ପୂର୍ବରୁ ବିରାଟ କୋହଲିଙ୍କ ନାମରେ ଥିଲା । ଯିଏ ୨୦୧୩ରେ ମାତ୍ର ୫୨ ବଲ୍‌ରେ ଶତକ ହାସଲ କରିଥିଲେ।
ସ୍ମୃତି ମନ୍ଧାନା ପୁରୁଷ ଏବଂ ମହିଳା କ୍ରିକେଟ୍ ଉଭୟରେ ଭାରତ ପାଇଁ ଶତକ ହାସଲ କରିଥିବା ସବୁଠାରୁ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସେ ୫୨ ବଲ୍‌ରେ ଶତକ ହାସଲ କରିଥିବା ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ସ୍ମୃତି ମନ୍ଧାନା ମହିଳା ଦିନିକିଆ କ୍ରିକେଟ୍‌ରେ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଥିବା କ୍ରିକେଟର୍ ମଧ୍ୟ ହୋଇଛନ୍ତି । ମହିଳା ଦିନିକିଆ କ୍ରିକେଟ୍‌ରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ଅଷ୍ଟ୍ରେଲିଆର ମେଗ୍ ଲାନିଙ୍ଗଙ୍କ ନାମରେ ଅଛି । ଯିଏ ୪୫ ବଲ୍‌ରେ ଶତକ ହାସଲ କରିଥିଲେ ।

ଭାରତ ପାଇଁ ଦିନିକିଆରେ ସବୁଠାରୁ ଦ୍ରୁତତମ ଶତକ (ପୁରୁଷ ଏବଂ ମହିଳା)

୫୦ ବଲ୍ - ସ୍ମୃତି ମନ୍ଧାନା
୫୨ ବଲ୍ - ବିରାଟ କୋହଲି
୬୦ ବଲ୍ - ବୀରେନ୍ଦ୍ର ସେହୱାଗ
୬୧ ବଲ୍ - ବିରାଟ କୋହଲି
୬୨ ବଲ୍ - ମହମ୍ମଦ ଆଝାରୁଦ୍ଦିନ୍
ସ୍ମୃତି ମନ୍ଧାନା ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତିନୋଟି ମ୍ୟାଚରେ ୩୦୦ ରନ୍ କରିଛନ୍ତି। ସେ ପ୍ରଥମ ମ୍ୟାଚରେ ୫୮ ରନ୍ କରିଥିଲେ । ତା’ପରେ ଦ୍ୱିତୀୟ ଦିନିକିଆରେ ୧୧୭ ରନ୍ କରିଥିଲେ । ଏବେ ସେ ଶେଷ ଦିନିକିଆରେ ମଧ୍ୟ ୧୨୫ ରନ୍ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହିଳା ଦିନିକିଆରେ ସର୍ବାଧିକ ଶତକ

ସ୍ମୃତି ମନ୍ଧାନା ମହିଳା ଦିନିକିଆ କ୍ରିକେଟରେ ସର୍ବାଧିକ ଶତକ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଏହା ତାଙ୍କ ଦିନିକିଆ କ୍ୟାରିୟରରେ ୧୩ତମ ଶତକ ଥିଲା । ସେ ସର୍ବାଧିକ ଶତକ ପାଇଁ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସଙ୍କ ସହ ସମକକ୍ଷ ହୋଇଛନ୍ତି। ଏହି ତାଲିକାରେ କେବଳ ଅଷ୍ଟ୍ରେଲିଆର ମେଗ୍ ଲାନିଙ୍ଗ୍, ଯିଏ ତାଙ୍କ ଦିନିକିଆ କ୍ୟାରିୟରରେ ମୋଟ ୧୫ ଶତକ ହାସଲ କରିଛନ୍ତି ।

Related Topics

Explore more stories

Sponsored
Smriti Mandhana Breaks Virat Kohli’s Record with Fastest ODI Century for India | Argus News