|
logo
Live
Argus News App
GET APP

Argus News - କପିଲଙ୍କ ଶୋ'କୁ ଗଲେନି ସ୍ମୃତି, ଫ୍ୟାନ୍ସ କହିଲେ ସବୁ ପଲାଶଙ୍କ ପାଇଁ...

Sports

Smriti Mandhana skips Kapil Sharma show / କପିଲଙ୍କ ଶୋ'କୁ ଗଲେନି ସ୍ମୃତି, ଫ୍ୟାନ୍ସ କହିଲେ ସବୁ ପଲାଶଙ୍କ ପାଇଁ...

Banajyotshna Ray
Browse all articles by Banajyotshna Ray
·3 months ago·3 min read
କପିଲଙ୍କ ଶୋ'କୁ ଗଲେନି ସ୍ମୃତି, ଫ୍ୟାନ୍ସ କହିଲେ ସବୁ ପଲାଶଙ୍କ ପାଇଁ...
Smriti Mandhana

Key Points

ପଲାଶଙ୍କ ସହ ବିବାହ ଭାଙ୍ଗିବାରୁ କପିଲଙ୍କ ଶୋ’କୁ ଗଲେନି ସ୍ମୃତି
ଭାଇରାଲ ହେଉଛି ପୋଷ୍ଟ, ଫ୍ୟାନ୍ସ କହିଲେ...
ପୁଣି ଚର୍ଚ୍ଚାରେ ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚ୍ଛଲ। ପଲାଶଙ୍କ ପାଇଁ କପିଲଙ୍କ ଶୋ'କୁ ଗଲେନି ସ୍ମୃତି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଶୋ’ର ଏକ ନୂତନ ସିଜିନ୍ ସହିତ ପୁଣି ବ୍ୟାକ କରିଛନ୍ତି । ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ର ଚତୁର୍ଥ ସିଜିନ୍ ଆସିଛି। ଦ୍ୱିତୀୟ ଏପିସୋଡ୍‌ରେ, କପିଲ୍ ଶର୍ମା ଭାରତୀୟ ମହିଳା କ୍ରିକେଟ୍ ଦଳକୁ ହୋଷ୍ଟ କରିବେ। ହରମନପ୍ରୀତ କୌର, ରିଚା ଘୋଷ, ଜେମିମାହ ରଡ୍ରିଗ୍ସ, ଶଫାଲି ବର୍ମା, ଦୀପ୍ତି ଶର୍ମା, ରେଣୁକା ସିଂହ, ହରଲିନ୍ ଦେଓଲ, ରାଧା ଯାଦବ ଏବଂ ପ୍ରତୀକା ରାୱଲ୍ ଶୋ’ରେ ଆସିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ଏମାନଙ୍କ ମଧ୍ୟରେ ସ୍ମୃତି ମନ୍ଧାନାଙ୍କୁ ଦେଖାଯାଇ ନାହାଁନ୍ତି । କୁହାଯାଉଛି ଯେ, ସ୍ମୃତି ତାଙ୍କ ବ୍ୟକ୍ତିଗତ ଜୀବନ ଯୋଗୁଁ ଶୋ’ର ଅଂଶ ଗ୍ରହଣ କରିନଥିଲେ।

ପ୍ରଥମ ଏପିସୋଡ୍‌ରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଦେଖାଯାଇଥିବା ବେଳେ ଖୁବ ଭାଇରାଲ ହେଉଛି ସେହି ଏପିସୋଡ୍‌। ପ୍ରିୟଙ୍କା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କିଛି କହିଥିଲେ କପିଲଙ୍କ ଶୋ'ରେ। ଦ୍ୱିତୀୟ ଏପିସୋଡ୍ ଆସନ୍ତା ଶନିବାର ପ୍ରସାରିତ ହେବ । କିନ୍ତୁ ଏହା ପୂର୍ବରୁ ସ୍ମୃତି ମନ୍ଧାନାଙ୍କୁ ନେଇ ଅନେକ କିଛି କଥା ସାମ୍ନାକୁ ଆସୁଛି। କାହିଁକି କପିଲଙ୍କ ଶୋ'କୁ ଗଲେନାହିଁ ସ୍ମୃତି। କଣ ପଲାଶଙ୍କ ପାଇଁ ଗଲେ ନାହିଁ ସ୍ମୃତି।ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚ୍ଛଲଙ୍କ ବିବାହ ହେବାର ଥିଲା । ବିବାହ କାର୍ଯ୍ୟ ଆରମ୍ଭ ହୋଇସାରିଥିଲା। କିନ୍ତୁ ବିବାହର ଗୋଟିଏ ଦିନ ପୂର୍ବରୁ ସ୍ମୃତିଙ୍କ ବାପା ଅସୁସ୍ଥ ହେବା ପରେ ବିବାହ ସ୍ଥଗିତ ରଖାଯାଇଥିଲା। ଏହି ମାସର ଆରମ୍ଭରେ ସ୍ମୃତି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଘୋଷଣା କରିଥିଲେ ଯେ ତାଙ୍କ ବିବାହ ଭାଙ୍ଗିଯାଇଛି ।

ଶୋ’ର ଏକ ନୂତନ ପ୍ରୋମୋ ସାମ୍ନାକୁ ଆସିଛି, ଯେଉଁଥିରେ କପିଲ ଶର୍ମା ମହିଳା କ୍ରିକେଟ୍ ଦଳ ସହିତ ବହୁତ ମଜା କରୁଥିବାର ଦେଖାଯାଉଛି। ତାଙ୍କ ସହିତ ମୁଖ୍ୟ ପ୍ରଶିକ୍ଷକ ଅମୋଲ ମଜୁମଦାର ମଧ୍ୟ ଦେଖାଯାଉଛନ୍ତି। ଭିଡିଓରେ, କପିଲ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌରଙ୍କୁ ଟ୍ରଫି ଉଠାଇବା ସମୟରେ ତାଙ୍କ ଭାଙ୍ଗଡ଼ା ଚାଳନା ବିଷୟରେ ପଚାରୁଛନ୍ତି।ସ୍ମୃତି କହିବାରୁ କରିଥିଲେ ନୃତ୍ୟ: କଥାବାର୍ତ୍ତା ସମୟରେ ଜେମିମା କହିଥିଲେ ଯେ, ସ୍ମୃତି ମନ୍ଧାନା ତାଙ୍କୁ ନାଚିବାକୁ ଉତ୍ସାହିତ କରିଥିଲେ। ସେ କହିଥିଲେ- ‘ହ୍ୟାରି ଦିଦି ଆମ କଥା ଶୁଣନ୍ତି ନାହିଁ କିନ୍ତୁ ସ୍ମୃତି କହିଥିଲେ ଯେ ଯଦି ତୁମେ ଭାଙ୍ଗଡ଼ା ନ କର, ତେବେ ମୁଁ ଜୀବନସାରା ତୁମ ସହିତ କଥା ହେବି ନାହିଁ।’ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ସ୍ମୃତିଙ୍କୁ ବହୁତ ମିସ୍ କରୁଥିବା ନେଇ କମେଣ୍ଟ ଦେଉଛନ୍ତି ।

ଏଥିସହ ପଢ଼ନ୍ତୁ: ବିଜୟ ହଜାରେ ଟ୍ରଫିରେ 'ବିରାଟଙ୍କ ଶତକ', ଫ୍ୟାନ୍ସ କହିଲେ ଏବେ କୋଚ୍‌ କଣ କରିବେ ?

ଜଣେ ଲେଖିଛନ୍ତି- ‘ସ୍ମୃତି ମ୍ୟାଡାମଙ୍କୁ ମିସ୍ କରୁଛୁ ।’ ସେହିପରି ଆଉ ଜଣେ ଲେଖିଛନ୍ତି- ‘ଏହି ଶୋ’ ମଧ୍ୟ ସ୍ମୃତିଙ୍କୁ ବହୁତ ମିସ୍ କରୁଛି ଯେମିତି କେବିସି କରୁଥିଲା । ଦଳ ସବୁବେଳେ କୌଣସି ନା କୌଣସି ଭାବରେ ତାଙ୍କ ନାମ ନେଇଥାଏ। ସେ ଯେଉଁଠାକୁ ଯାଆନ୍ତି, ଏହି ଜିନିଷଟି ଦଳ ପାଇଁ ବହୁତ ସ୍ୱତନ୍ତ୍ର ମନେହୁଏ।’କଥାରେ ଅଛି ଯେତେବେଳେ ଗୋଟେ ମଣିଷକୁ ଶକ୍ତ ଝଟକା ଲାଗିଥାଏ, ସେଥିରୁ ବାହାରିବାକୁ ତାକୁ ଅଧିକ ଦିନ ସମୟ ଲାଗିଥାଏ। କେହି କେହି ତ ପୁରୁଣା ସ୍ମୃତିରୁ ବାହାରିପାରନ୍ତି ନାହିଁ। କିନ୍ତୁ ସ୍ମୃତି ମନ୍ଧାନା ସବୁ ମହିଳାମାନଙ୍କ ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ବିବାହ ଭାଙ୍ଗିବା ପରେ ବି ତାଙ୍କୁ ପଲାଶ ଧୋକା ଦେବା ପରେ ବି ସେ ପଡିଆକୁ ଓହ୍ଲାଇଛନ୍ତି। ଏହାସହ ବିଶ୍ୱ ରେକର୍ଡ କରିଛନ୍ତି।

ଭାରତ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିଥିଲା । ଏହି ମ୍ୟାଚ୍ ସମୟରେ ସ୍ମୃତି ମନ୍ଧାନା ଏକ ଐତିହାସିକ ସଫଳତା ହାସଲ କରିଥିଲେ ।ଏହି ମ୍ୟାଚ୍‌ରେ ମନ୍ଧାନା ଏକ ବଡ଼ ଇନିଂସ ଖେଳି ପାରିନଥିଲେ, ମାତ୍ର ୨୫ ରନ୍ କରିଥିଲେ କିନ୍ତୁ ସେ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କ ଇନିଂସ ମଧ୍ୟରେ, ସ୍ମୃତି ମନ୍ଧାନା ମହିଳା ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ୪,୦୦୦ ରନ୍ ପୂରଣ କରିଥିବା ପ୍ରଥମ ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ୍ ହୋଇଥିଲେ।

ଅଧିକ ପଢ଼ନ୍ତୁ ଖେଳ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Smriti Mandhana skips Kapil Sharma show: କପିଲଙ୍କ ଶୋ'କୁ ଗଲେନି ସ୍ମୃତି, ଫ୍ୟାନ୍ସ କହିଲେ ସବୁ ପଲାଶଙ୍କ ପାଇଁ... | Argus News