India Semifinal Race / ମ୍ୟାଚ୍ ଜିତିଲା ଦକ୍ଷିଣ ଆଫ୍ରିକା, ଭାରତର ସେମିଫାଇନାଲ ଯିବା ରାସ୍ତା ହେଲା ସହଜ
·4 months ago·2 min read

Key Points
ନରେନ୍ଦ୍ର ମୋଦି ଷ୍ଟାଡିୟମରେ SAର ଦମଦାର ଶୋ
ମାର୍କରମ-ଡି କକଙ୍କ ଧୁଆଁଧାର ବ୍ୟାଟିଂ
ଓ୍ବେଷ୍ଟଇଣ୍ଡିଜକୁ ହରାଇ ସେମିରେ ଦକ୍ଷିଣ ଆଫ୍ରିକା

ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଜିତିଲା ଦକ୍ଷିଣ ଆଫ୍ରିକା । ଆଉ ସେମିଫାଇନାଲ ଯିବା ପାଇଁ ଟିମ୍ ଇଣ୍ଡିଆର ରାସ୍ତା ହେଲା ସହଜ । ଭାରତ ସୁପର-୮ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୭ ରନ୍ରେ ପରାଜୟ ବରଣ କରିଥିଲା । ଆଉ ଏହି ପରାଜୟ ପରେ ଟିମ୍ ଇଣ୍ଡିଆର ସେମିଫାଇନାଲ ଯିବାକୁ ନେଇ ଅନେକ କଳ୍ପନା ଜଳ୍ପନା ସୃଷ୍ଟି ହୋଇଥିଲା । ଭାରତ ତା’ର ଦୁଇଟି ମ୍ୟାଚ୍ ବିଜୟ ସହ ନେଟ୍ ରନ୍ ରେଟକୁ ମଧ୍ୟ ସୁଧାରିବା ଆବଶ୍ୟକ ଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟଇଣ୍ଡିଜକୁ ୯ ଓ୍ବିକେଟରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ସାମ୍ନାରେ ନେଟ୍ ରନ୍ ରେଟ୍କୁ ନେଇ ଆଉ କୌଣସି ସମସ୍ୟା ନାହିଁ । ଯଦି ଭାରତ ତା’ର ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଜୟ ଲାଭ କରେ ତେବେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବ ।
ଗୁରୁବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା-ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମେ ବ୍ୟାଟିଂ କରି ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ୍ବେଷ୍ଟଇଣ୍ଡିଜ୍ । ମାତ୍ର ୧୦.୨ ଓଭରରେ ୮୩ ରନରେ ୭ ଓ୍ବିକେଟ୍ ହରାଇଥିଲା ଓ୍ବେଷ୍ଟଇଣ୍ଡିଜ୍ । କିନ୍ତୁ ଏହା ପରେ ଜାସୋନ୍ ହୋଲ୍ଡର ଓ ରୋମାରିଓ ସେଫୋର୍ଡଙ୍କ ଦମଦାର ବ୍ୟାଟିଂ ବଳରେ ୧୭୬ ରନ୍ କରିଥିଲା । ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ଜାସୋନ୍ ହୋଲ୍ଡର ୪୯ ରନ୍ କରିଥିବା ବେଳେ ରୋମାରିଓ ସେଫୋର୍ଡ ୫୨ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପତ୍ରରୁ ଲୁଙ୍ଗି ଇଙ୍ଗିଡି ସର୍ବାଧିକ ୩ଟି ଓ୍ବିକେଟ୍ ନେଇଥିଲେ ।
୧୭୭ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ଦୁଇ ଓପନର କ୍ବାଣ୍ଟିନ୍ ଡି କକ୍ ଓ ଏଡେନ୍ ମାର୍କରମ୍ ଉଭୟ ଧୁଆଧାର ବ୍ୟାଟିଂ କରିଥିଲେ । ପ୍ରଥମ ଓ୍ବିକେଟ୍ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ୯୫ ରନ୍ର ପାର୍ଟନରସିପ୍ କରିଥିଲେ । ଡି କକ୍ ଆଉଟ୍ ହେବା ପରେ ମାର୍କରମଙ୍କ ସହ ରିଆଲ ରିକଲଟନ୍ ଦମଦାର ପାର୍ଟନରସିପ୍ କରି ଦକ୍ଷିଣ ଆଫ୍ରିକାକୁ ବଡ଼ ବିଜୟ ଭେଟି ଦେଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କରମ ସର୍ବାଧିକ ୮୬ ରନ୍ କରିଥିବା ବେଳେ ଡି କକ୍ ୪୭ ରନ୍ କରିଥିଲେ ।
ପଢନ୍ତୁ ଏହି ଖବର: ଭାରତ-ଜିମ୍ବାୱେ ମ୍ୟାଚ୍ ଆଲର୍ଟ: 'କର ବା ମର' ମୁକାବିଲା ପୂର୍ବରୁ ଚେପକରେ ହେବ କେମିକାଲ ସ୍ପ୍ରେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories