Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Surya Kumar Statement / ଶ୍ରେୟସ ଆୟରଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍‌ ଦେଲେ ସୂର୍ଯ୍ୟ କୁମାର

Ritu Das
Browse all articles by Ritu Das
·8 months ago·2 min read
ଶ୍ରେୟସ ଆୟରଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ୍‌ ଦେଲେ ସୂର୍ଯ୍ୟ କୁମାର

Key Points

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ସିରିଜ ସିଡନୀ ଗ୍ରାଉଣ୍ଡରେ ହୋଇଥିଲା। ମ୍ୟାଚରେ ଭାରତର ସ୍ଥିତି ଦୃଢ ଥିଲା। ମ୍ୟାଚରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପାର୍ଟନରସିପକୁ ଫ୍ୟାନ୍ସମାନେ ଖୁବ ଏଞ୍ଜୟ କରିଥିଲେ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆ ସିରିଜ ସିଡନୀ ଗ୍ରାଉଣ୍ଡରେ ହୋଇଥିଲା। ମ୍ୟାଚରେ ଭାରତର ସ୍ଥିତି ଦୃଢ ଥିଲା। ମ୍ୟାଚରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପାର୍ଟନରସିପକୁ ଫ୍ୟାନ୍ସମାନେ ଖୁବ ଏଞ୍ଜୟ କରିଥିଲେ। ଏହି ମ୍ୟାଚରେ ପ୍ରଥମେ ଅଷ୍ଟ୍ରଲିଆ ବ୍ୟାଟିଂ କରିଥିଲା ଆଉ ଭାରତୀୟ ଟିମ ବୋଲିଂ କରିଥିଲା। ଆଉ ସେହି ମ୍ୟାଚରେ କ୍ୟାଚ ଧରିବାପାଇଁ ଚେଷ୍ଟା କରିଥିଲେ ଭାରତୀୟ ଟିମର ସରପଞ୍ଚ ବାବୁ ଶ୍ରେୟସ ଆୟର। କ୍ୟାଚ ଧରିବାରେ ସଫଳ ମଧ୍ୟ ହୋଇଥିଲେ କିନ୍ତୁ ଡାଇଭ ମାରି ତଳେ ପଡ଼ିଯାଇଥିଲେ ଆଉ ଆହତ ହୋଇଥିଲେ।

ଅଧିକ ପଢ଼ନ୍ତୁ: କ୍ୟାଚ୍ ପଡ଼ିଲା ଭାରି: ଶ୍ରେୟସ ଆୟରଙ୍କୁ Spleen Laceration....ଚାଲନ୍ତୁ ଜାଣିବା ଏହି ରୋଗ ବିଷୟରେ...

ତାଙ୍କ ପଞ୍ଜରାରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ସିଡନୀର ଏକ ହସ୍ପିଟାଲରେ ତୁରନ୍ତ ଭର୍ତ୍ତି କରାଯାଇଥିଲା। ଏବେ ସେ ଆଇସିୟୁରେ ଅଛନ୍ତି। ଅଧିକ ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ଏହି ଆଘାତକୁ spleen Injury କୁହାଯାଏ। ଏଥିରେ ବ୍ୟକ୍ତିଙ୍କର ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଛି। ଫ୍ୟାନ୍ସମାନେ ମଧ୍ୟ ଆୟରଙ୍କର ଏଭଳି ସ୍ଥିତି ଦେଖି ଚିନ୍ତିତ ହୋଇପଡ଼ିଛନ୍ତି। ଫ୍ୟାନ୍ସ ମାନଙ୍କ ଚିନ୍ତାକୁ ଦେଖି ଭାରତୀୟ ଟିମର ଟି-୨୦ କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବ ଶ୍ରେୟସଙ୍କ ସ୍ବାସ୍ଥ୍ୟକୁ ନେଇ ବଡ଼ ଅପଡେଟ ଦେଇଛନ୍ତି।

ଶ୍ରେୟସଙ୍କ ଆଘାତକୁ ନେଇ ବଡ଼ ଅପଟେଡ ଦେଲେ କ୍ୟାପଟେନ ସୂର୍ଯ୍ୟକୁମାର

ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପରେ ଭାରତୀୟ ଟିମ ୫ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚ ଅକ୍ଟୋବର ୨୯ ତାରିଖରେ କାନବେରାରେ ଖେଳାଯିବ। ମ୍ୟାଚ ହେବା ପୂର୍ବରୁ ପ୍ରେସ କନଫରେନ୍ସରେ ସୂର୍ଯ୍ୟାଙ୍କୁ ଶ୍ରେୟସଙ୍କ ବିଷୟରେ ପଚରାଯାଇଥିଲା। ପ୍ରଶ୍ନର ଉତ୍ତରରେ ସୂର୍ଯ୍ୟା କହିଲେ, "ଶ୍ରେୟସଙ୍କ ସ୍ଥିତି ଏବେ ସୁଧୁରୁଛି, "ଖୁବଶୀଘ୍ର ସେ ରିକଭର କରିବେ।" ସେ ଜଣେ ଫାଇଟର। ଶ୍ରେୟସଙ୍କର ଫିଟନେସ ବି ବହୁତ ଭଲ। "ସେ ଶୀଘ୍ର ଭଲ ହୋଇଯିବେ।" ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି ସୁର୍ଯ୍ୟା କହିଛନ୍ତି।

ଏହାସହ ପଢ଼ନ୍ତୁ: ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ଆଘାତ କାରଣରୁ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍‌

ଫୋନରେ ତାଙ୍କ ସହିତ କଥା ହୋଇଥିଲି। ସେ ଭଲ ଅଛନ୍ତି। ଫ୍ୟାନ୍ସମାନେ ଏହି କଥା ଶୁଣି ଆଶ୍ବସ୍ତି ଲାଭ କରିଛନ୍ତି। ଆୟରଙ୍କ ପ୍ରତି ଏକ ବଡ଼ ବିପଦ ଥିଲା ଟଳିଗଲା ବୋଲି କୁହାଯାଇ ପାରିବ। ଆସ୍ତନ୍ତା କିଛି ସପ୍ତାହ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଆଯିବ। ଡାକ୍ତରମାନେ ତାଙ୍କର ଭଲ ଭାବେ ଯତ୍ନ ନେଉଛନ୍ତି। ଡରିବାର କୌଣସି ଆବଶ୍ୟକତା ନାହିଁ। ଖୁବଶୀଘ୍ର ଭଲ ହୋଇ ସେ ପୁଣି ଟିମରେ ଯୋଗ ଦେବେ ବୋଲି ସୂର୍ଯ୍ୟା କହିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Surya Kumar Gives Big Update on Shreyas Iyer’s Health | Argus News