Suryakumar Yadav / ୪୬୮ ଦିନ ପରେ ଫର୍ମକୁ ଫେରିଲେ ଅଧିନାୟକ ସୂର୍ଯ୍ୟକୁମାର; ପଡ଼ିଆରେ ଦେଲେ ବଡ଼ ବୟାନ
·4 months ago·2 min read

Key Points
ରାୟପୁରରେ ଭାରତ-ନ୍ୟୁଜିଲାଣ୍ଡ ଦ୍ଵିତୀୟ ଟି-ଟ୍ଵେଣ୍ଟିରେ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଇନିଂସ ଖେଳିଛନ୍ତି । ସୂର୍ଯ୍ୟଙ୍କ ୮୨ ରନ୍ ଓ ଇଶାନ କିଷନଙ୍କ ୭୬ ରନ୍ ବଳରେ ଭାରତ ଦ୍ଵିତୀୟ ମ୍ୟାଚ୍କୁ ୭ ୱିକେଟ୍ରେ ଜିତି ନେଇଛି ।
ମୁମ୍ବାଇ: ବର୍ଷେ ୩ ମାସ ପରେ ଫର୍ମକୁ ଫେରିଲେ କ୍ୟାପଟେନ୍ । ୩୭ ବଲ୍ରେ ଖେଳିଲେ ୮୨ ରନ୍ର ଅପରାଜିତ ପାଳି । ରାୟପୁରରେ ଭାରତ-ନ୍ୟୁଜିଲାଣ୍ଡ ଦ୍ଵିତୀୟ ଟି-ଟ୍ଵେଣ୍ଟିରେ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଇନିଂସ ଖେଳିଛନ୍ତି । ସୂର୍ଯ୍ୟଙ୍କ ୮୨ ରନ୍ ଓ ଇଶାନ କିଷନଙ୍କ ୭୬ ରନ୍ ବଳରେ ଭାରତ ଦ୍ଵିତୀୟ ମ୍ୟାଚ୍କୁ ୭ ୱିକେଟ୍ରେ ଜିତି ନେଇଛି ।
୩୭ ବଲ୍ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୮୨ ରନ୍ର ବିସ୍ଫୋରକ ପାଳି ଖେଳିଛନ୍ତି । ଯେଉଁଥିରେ ୯ଟି ଚଉକା, ୪ଟି ଛକ୍କା ରହିଛି । ୪୬୮ ଦିନ ପରେ ସୂର୍ଯ୍ୟକୁମାର ଟି-ଟ୍ଵେଣ୍ଟି କ୍ରିକେଟ୍ରେ ଅର୍ଦ୍ଧ ଶତକ ମାରିଛନ୍ତି । ସୂର୍ଯ୍ୟଙ୍କ ୮୨ ରନ୍ ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।
ଏଥିସହ ପଢ଼ନ୍ତୁ: ଥଟ୍ଟା ମଜାରୁ ଭୁବନେଶ୍ଵରରେ ଭଣଜାକୁ ହତ୍ୟା; ବଲାଙ୍ଗିରରେ କୋଦାଳ ଆକ୍ରମଣରେ ମାମୁ ମୃତ
ମ୍ୟାଚ୍ ଆରମ୍ଭରୁ ପ୍ରାରମ୍ଭିକ ଝଟ୍କା ପରେ ମଙ୍ଗ ସମ୍ଭାଳିଥିଲେ ସୂର୍ଯ୍ୟକୁମାର ଓ ଇଶାନ କିଷନ । ଦୁହେଁ ମିଳିତ ଭାବେ ୧୨୨ ରନ୍ର ପାର୍ଟନରସିପ୍ କରିଛନ୍ତି । ଦ୍ଵିତୀୟ ଟି-ଟ୍ଵେଣ୍ଟିରେ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା ପରେ ଇଶାନ କିଷନଙ୍କ କଥା ହୋଇଥିଲେ । ଏହାର ଭିଡିଓ ସେୟାର୍ କରିଛି ବିସିସିଆଇ ।
ଭିଡିଓରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କ ଫର୍ମକୁ ନେଇ କହିଛନ୍ତି, "କେବେ କେବେ ଏମିତି ହୁଏ, ଯେତେବେଳେ ମୁଁ ଘରକୁ ଯାଏ । ସେତେବେଳେ ଘରେ ବି ଜଣେ କୋଚ୍ ବସିଥାନ୍ତି, ଯାହାଙ୍କୁ ମୁଁ ବିବାହ କରିଛି । ସେ ମୋତେ କୁହନ୍ତି ଟିକିଏ ସମୟ ନିଅ ।"
ଏଥିସହ ପଢ଼ନ୍ତୁ: ବୁଲେଟ୍ରେ ଯାଉଥିବା ବେଳେ ନିଛାଟିଆ ରାସ୍ତାରେ ଗୁଳିମାଡ଼; ଗଡ଼ିଲା ମୁଣ୍ଡ
ସେ ଆହୁରି କହିଛନ୍ତି, "ସେ ମୋତେ ବହୁ ନିକଟରୁ ଜାଣିଛନ୍ତି, ସେଥିପାଇଁ ମୋ ମୁଣ୍ଡରେ କ'ଣ ଚାଲିଛି ଜାଣିପାରନ୍ତି । ତେଣୁ ମୁଁ ତାଙ୍କ ପରାମର୍ଶ ମାନିଲି ଓ ଧ୍ୟାନର ସହ ଖେଳିଲି । ଇନିଂସରେ ଅଳ୍ପ ସମୟ ନେବା ପାଇଁ ଭାବିଲି । ମୁଁ ଗତ ମ୍ୟାଚ୍ରେ ଏମିତି କରିଥିଲି, ଏଥର ବି ସମାନ କଲି ।"
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣି କହିଛନ୍ତି, "ମୁଁ ଲୋକଙ୍କୁ କହୁଥିଲି ଯେ ନେଟ୍ସରେ ଭଲ ବ୍ୟାଟିଂ କରୁଛି । କିନ୍ତୁ ଯେବେ ଯାଏ ଆପଣ ମ୍ୟାଚ୍ରେ ଭଲ ସ୍କୋର୍ କରନ୍ତି ନାହିଁ ତ ଆତ୍ମବିଶ୍ଵାସ ଆସେ ନାହିଁ । ମୋତେ ୨ରୁ ୩ ଦିନ ପର୍ଯ୍ୟାପ୍ତ ବିଶ୍ରାମ ମିଳିଲା, ଘରକୁ ଗଲି, ସୋସିଆଲ୍ ମିଡିଆରୁ ଦୂରେଇ ରହିଲି । ବିଗତ ୩ ସପ୍ତାହ ଧରି ଭଲ ଅଭ୍ୟାସ କଲି, ତେଣୁ ସଠିକ୍ ମାନସିକ ସ୍ଥିତିକୁ ଆସି ପାରିଲି ।"

Fearless intent 💪
— BCCI (@BCCI) January 24, 2026
Clarity of mind 😇
Flawless execution 👌
Reflecting on a commanding partnership ft. Captain Surya Kumar Yadav & Ishan Kishan 🤝 - By @RajalArora #TeamIndia | #INDvNZ | @IDFCFIRSTBank | @surya_14kumar | @ishankishan51 https://t.co/UkajUNlFHG
ଭିଡିଓରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କ ଫର୍ମକୁ ନେଇ କହିଛନ୍ତି, "କେବେ କେବେ ଏମିତି ହୁଏ, ଯେତେବେଳେ ମୁଁ ଘରକୁ ଯାଏ । ସେତେବେଳେ ଘରେ ବି ଜଣେ କୋଚ୍ ବସିଥାନ୍ତି, ଯାହାଙ୍କୁ ମୁଁ ବିବାହ କରିଛି । ସେ ମୋତେ କୁହନ୍ତି ଟିକିଏ ସମୟ ନିଅ ।"
ଏଥିସହ ପଢ଼ନ୍ତୁ: ବୁଲେଟ୍ରେ ଯାଉଥିବା ବେଳେ ନିଛାଟିଆ ରାସ୍ତାରେ ଗୁଳିମାଡ଼; ଗଡ଼ିଲା ମୁଣ୍ଡ
ସେ ଆହୁରି କହିଛନ୍ତି, "ସେ ମୋତେ ବହୁ ନିକଟରୁ ଜାଣିଛନ୍ତି, ସେଥିପାଇଁ ମୋ ମୁଣ୍ଡରେ କ'ଣ ଚାଲିଛି ଜାଣିପାରନ୍ତି । ତେଣୁ ମୁଁ ତାଙ୍କ ପରାମର୍ଶ ମାନିଲି ଓ ଧ୍ୟାନର ସହ ଖେଳିଲି । ଇନିଂସରେ ଅଳ୍ପ ସମୟ ନେବା ପାଇଁ ଭାବିଲି । ମୁଁ ଗତ ମ୍ୟାଚ୍ରେ ଏମିତି କରିଥିଲି, ଏଥର ବି ସମାନ କଲି ।"
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣି କହିଛନ୍ତି, "ମୁଁ ଲୋକଙ୍କୁ କହୁଥିଲି ଯେ ନେଟ୍ସରେ ଭଲ ବ୍ୟାଟିଂ କରୁଛି । କିନ୍ତୁ ଯେବେ ଯାଏ ଆପଣ ମ୍ୟାଚ୍ରେ ଭଲ ସ୍କୋର୍ କରନ୍ତି ନାହିଁ ତ ଆତ୍ମବିଶ୍ଵାସ ଆସେ ନାହିଁ । ମୋତେ ୨ରୁ ୩ ଦିନ ପର୍ଯ୍ୟାପ୍ତ ବିଶ୍ରାମ ମିଳିଲା, ଘରକୁ ଗଲି, ସୋସିଆଲ୍ ମିଡିଆରୁ ଦୂରେଇ ରହିଲି । ବିଗତ ୩ ସପ୍ତାହ ଧରି ଭଲ ଅଭ୍ୟାସ କଲି, ତେଣୁ ସଠିକ୍ ମାନସିକ ସ୍ଥିତିକୁ ଆସି ପାରିଲି ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories