Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / 'ଡିଭିଲିୟର୍ସ ଦୟା କରି ମୋତେ ସାହାଯ୍ୟ କର...' ସୂର୍ଯ୍ୟା କାହିଁକି ମାଗିଲେ ସାହାଯ୍ୟ? ଚାଲନ୍ତୁ ଜାଣିବା...

Ritu Das
Browse all articles by Ritu Das
·8 months ago·2 min read
'ଡିଭିଲିୟର୍ସ ଦୟା କରି ମୋତେ ସାହାଯ୍ୟ କର...'  ସୂର୍ଯ୍ୟା କାହିଁକି ମାଗିଲେ ସାହାଯ୍ୟ? ଚାଲନ୍ତୁ ଜାଣିବା...

Key Points

ସୂର୍ଯ୍ୟା ସାଉଥଆଫ୍ରିକାର ପୂର୍ବତନ କ୍ୟାପଟେନ ଏବି ଡିଭିଲିୟର୍ସଙ୍କୁ ସାହାଯ୍ୟ ମାଗିଛନ୍ତି। ହେଲେ କାହିଁକି ସୂର୍ଯ୍ୟଙ୍କର କଣ ଏମିତି ଆବଶ୍ୟକତା ପଡ଼ିଲା ଯେ, ତାହା ପୁଣି କେବଳ ଏବିଙ୍କ ପାଖରେ ଅଛି। ଆପଣଙ୍କ ମନରେ ଏହାକୁ ନିଶ୍ଚିତ ପ୍ରଶ୍ନ ଆସୁଥିବ। ତେବେ ଚାଲନ୍ତୁ ଜାଣିବା।
ଭାରତର ଷ୍ଟାର କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବ ଏବେ ଚର୍ଚ୍ଚାରେ। ଏବେ ଅଷ୍ଟ୍ରେଲିଆ ସହ ଭାରତୀୟ ଟିମର ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି। ଆଉ ଏହା ମଧ୍ୟରେ ସୂର୍ଯ୍ୟା ସାଉଥଆଫ୍ରିକାର ପୂର୍ବତନ କ୍ୟାପଟେନ ଏବି ଡିଭିଲିୟର୍ସଙ୍କୁ ସାହାଯ୍ୟ ମାଗିଛନ୍ତି। ହେଲେ କାହିଁକି ସୂର୍ଯ୍ୟଙ୍କର କଣ ଏମିତି ଆବଶ୍ୟକତା ପଡ଼ିଲା ଯେ, ତାହା ପୁଣି କେବଳ ଏବିଙ୍କ ପାଖରେ ଅଛି। ଆପଣଙ୍କ ମନରେ ଏହାକୁ ନିଶ୍ଚିତ ପ୍ରଶ୍ନ ଆସୁଥିବ। ତେବେ ଚାଲନ୍ତୁ ଜାଣିବା।

ଏହାସହ ପଢ଼ନ୍ତୁ: ସୂର୍ଯ୍ୟକୁମାର ଓ ଟ୍ରାଭିସ୍ ହେଡ୍‌ଙ୍କ ରେକର୍ଡ ଭାଙ୍ଗି ଡେଭିଡ୍‌ଙ୍କ ବିଶ୍ଵ ରେକର୍ଡ

ଭାରତୀୟ ଟି-୨୦ ଟିମ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ସ୍ବୀକାର କରିଛନ୍ତି ଯେ, ସେ ଟି-୨୦ ଏବଂ ଦିନିକିଆ କ୍ରିକେଟ ମଧ୍ୟରେ ଠିକ ଭାବେ ନିୟନ୍ତ୍ରଣ ରଖିପାରିଲେ ନାହିଁ। ଯେଉଁଥିପାଇଁ ତାଙ୍କୁ ଦିନିକିଆ ସିରିଜରୁ ବାଦ ଦିଆଯାଇଛି। ଏବେ ସେ ଦ୍ବିତୀୟ ଦିନିକିଆ ଫର୍ମାଟରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି ଆଉ ଖାସ ସେଥିପାଇଁ ସାଉଥଆଫ୍ରିକାର ଦୁର୍ଦ୍ଦଷ ବ୍ୟାଟର ଏ.ବି ଡିଭିଲିୟର୍ସଙ୍କୁ ସାହାଯ୍ୟ ମାଗିଛନ୍ତି।

ସୂର୍ଯ୍ୟକୁମାର ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ମୁଁ ଡିଭିଲିୟର୍ସଙ୍କ ସହ କେବେ ବେଶୀ ସମୟ କଥା ହୋଇପାରିନି। କିନ୍ତୁ ସୁଯୋଗ ମିଳିଲେ ତାଙ୍କୁ ନିଶ୍ଚୟ ପଚାରିବି ଯେ, ସେ ଟି-୨୦ ଏବଂ ଦିନିକିଆ ମ୍ୟାଚରେ କିଭଳି ସନ୍ତୁଳନ ରଖୁଥିଲେ। ସୂର୍ଯ୍ୟା ଆଉ ମଧ୍ୟ କହିଛନ୍ତି, ଶୀଘ୍ର ଯଦି ଦେଖାହୁଏ ତେବେ ମୁଁ ତାଙ୍କୁ ନିଶ୍ଚିତ ପଚାରିବି ଯେ, କିପରି ଉଭୟ ଫର୍ମାଟରେ ସେ ନିୟନ୍ତ୍ରଣ ରଖନ୍ତି। କାରଣ ମୁଁ ତ ଏଭଳି ନିୟନ୍ତ୍ରଣ ରଖିପାରୁନି। ମୁଁ ସବୁବେଳେ ଭାବୁଥିଲି ଯେ, ଦିନିକିଆ ମ୍ୟାଚରେ ଟି-୨୦ ମ୍ୟାଚ ଭଳି ଖେଳିବା ଉଚିତ। କିନ୍ତୁ ଏବେ ମୁଁ ବୁଝୁଛି ଦୁଇଟା ଯାକ ଫର୍ମାଟ ସମ୍ପୂର୍ଣ୍ଣ ଅଲଗା। ଏ.ବି ଯଦି ମୋ କଥା ଶୁଣିପାରୁଛ ତେବେ "ମୋ ସହ ଖୀଘ୍ର ସମ୍ପର୍କ କର।" କାରଣ ମୋ ପାଇଁ ଆସନ୍ତା ୩/୪ ବର୍ଷ ବହୁ ଗୁରୁତ୍ବପୂର୍ଣ୍ଣ। ମୁଁ ଦିନିକିଆ ସିରିଜ ଖେଳିବାକୁ ଚାହୁଁଛି। "ଦୟା କରି ମୋତେ ସାହାଯ୍ୟ କରନ୍ତୁ।"

ଏହାସହ ପଢ଼ନ୍ତୁ: ୨୦୨୫ ବିଶ୍ବକପ ଜିତିବା ପରେ ଅବସର ନେବେ ଭାରତୀୟ ମହିଳା ଟିମର କ୍ୟାପଟେନ ହରମନପ୍ରୀତ?

ପ୍ରକାଶ ଥାଉ କି, ସୂର୍ଯ୍ୟକୁମାର ୨୦୨୧ ମସିହା ଦିନିକିଆ ସିରିଜରୁ ଡେବ୍ୟୁ କରିଥିଲେ। ସୂର୍ଯ୍ୟା ୨୦୨୩ ମସିହାରେ ବିଶ୍ବକପ ଫାଇନାଲରେ ଶେଷଥର ଭାରତ ବନାମ ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚ ଖେଳିଥିଲେ। ଏହାପରଠୁ ସେ କେବଳ ଟି-୨୦ରେ ନଜର ଆସୁଛନ୍ତି। ଦିନିକିଆ ସିରିଜରେ ସୂର୍ଯ୍ୟାଙ୍କ ପ୍ରଦର୍ଶନ ଜମା ଭଲ ନାହିଁ। ବହୁବାର ମ୍ୟାଚରେ କୌଣସି ରନ ନ କରି ପାଭିଲିୟନକୁ ଫେରିଛନ୍ତି। ସୂର୍ଯ୍ୟା ଜାଣିଛନ୍ତି ଡିଭିଲିୟର୍ସ ଜଣେ ଏମିତି ଖେଳାଳି ସେ ସବୁ ଫର୍ମାଟରେ ସଫଳ ହୋଇଛନ୍ତି। ଆଉ ଡିଭିଲିୟର୍ସଙ୍କ ସେହି ଦକ୍ଷତା ମୋତେ ଦିନିକିଆ ଫର୍ମାଟକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରାଇପାରିବେ। ସୂର୍ଯ୍ୟାଙ୍କ ନିବେଦନ ଦେଖି ଫ୍ୟାନ୍ସ ତାଜୁବ ଫ୍ୟାନ୍ସମାନେ ମଧ୍ୟ ଚାହୁଁଛନ୍ତି ଆମ ସୂର୍ଯ୍ୟା ଭାଇଙ୍କୁ ଭଲ ଭାବେ କୋଚିଙ୍ଗ ଦେଲେ ଆମ ଭାଇ ସବୁ ଫର୍ମାଟରେ ଖେଳିପାରିବେ। ଆମେ ବି ଅପେକ୍ଷା କରିଛୁ କେବେ ତାଙ୍କ ବ୍ୟାଟରୁ ରନ ବର୍ଷା ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Suryakumar Yadav Asked AB de Villiers for Help | Argus News