Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Tim David / ସୂର୍ଯ୍ୟକୁମାର ଓ ଟ୍ରାଭିସ୍ ହେଡ୍‌ଙ୍କ ରେକର୍ଡ ଭାଙ୍ଗି ଡେଭିଡ୍‌ଙ୍କ ବିଶ୍ଵ ରେକର୍ଡ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ସୂର୍ଯ୍ୟକୁମାର ଓ ଟ୍ରାଭିସ୍ ହେଡ୍‌ଙ୍କ ରେକର୍ଡ ଭାଙ୍ଗି ଡେଭିଡ୍‌ଙ୍କ ବିଶ୍ଵ ରେକର୍ଡ

Key Points

ହୋବାର୍ଟ ଟି-ଟ୍ଵେଣ୍ଟି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ଠାରୁ ଭାରତ ଛଡ଼ାଇ ନେଇଥିବା ବେଳେ ଇତିହାସ ରଚିଛନ୍ତି ଟିମ୍ ଡେଭିଡ୍ । ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ମ୍ୟାଚ୍‌ରେ ଗୋଟିଏ ଦେଶ ପକ୍ଷରୁ ଖେଳି ଡେଭିଡ୍ ଦ୍ରୁତତମ ୧୦୦୦ ରନ୍ ସ୍କୋର୍ କରିଥିବା ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି ।
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ହୋବାର୍ଟରେ ଖେଳା ଯାଇଥିବା ତୃତୀୟ ଟି-ଟ୍ଵେଣ୍ଟିକୁ ଭାରତ ୫ ୱିକେଟରେ ଜିତି ନେଇଛି । ପ୍ରଥମ ବିଜୟ ସହ ଭାରତ ସିରିଜକୁ ୧-୧ରେ ବରାବର ସ୍ଥିତିକୁ ଆଣିଛି । ୧୮୭ ରନ୍‌ର ଟାର୍ଗେଟକୁ ଭାରତ ୧୮.୩ ଓଭରରେ ୫ ୱିକେଟ୍ ହରାଇ ହାସଲ କରି ନେଇଛି ।

ହୋବାର୍ଟ ଟି-ଟ୍ଵେଣ୍ଟି ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ଠାରୁ ଭାରତ ଛଡ଼ାଇ ନେଇଥିବା ବେଳେ ଇତିହାସ ରଚିଛନ୍ତି ଟିମ୍ ଡେଭିଡ୍ । ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ମ୍ୟାଚ୍‌ରେ ଗୋଟିଏ ଦେଶ ପକ୍ଷରୁ ଖେଳି ଡେଭିଡ୍ ଦ୍ରୁତତମ ୧୦୦୦ ରନ୍ ସ୍କୋର୍ କରିଥିବା ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆର 'ସୁନ୍ଦର' ବିଜୟ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ଏହା ପୂର୍ବରୁ ଏହି ରେକର୍ଡ ଥିଲା ଭାରତୀୟ ଟି-ଟ୍ଵେଣ୍ଟି ଦଳର ବର୍ତ୍ତମାନର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନାଁରେ । ସୂର୍ଯ୍ୟକୁମାର ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟିରେ ୫୭୩ ବଲ୍‌ରେ ୧ ହଜାର ରନ୍ କରିଥିଲେ । ହୋବାର୍ଟ ମ୍ୟାଚ୍‌ରେ ଡେଭିଡ୍ ୫୬୯ ରନ୍‌ରେ ୧ ହଜାର୍ ରନ୍ ସ୍କୋରରେ ପହଞ୍ଚିବା ସହ ଏହି ବିଶ୍ଵ ରେକର୍ଡ ନିଜ ନାଁରେ କରିଛନ୍ତି ।

ଟି-ଟ୍ଵେଣ୍ଟିରେ ରେକର୍ଡ ୧୦୦୦ ରନ୍

ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଟିମ୍ ଡେଭିଡ୍ ୫୬୯ ବଲ୍‌ରେ ଦ୍ରୁତତମ ୧ ହଜାର ରନ୍ କରି ତାଲିକାର ଶୀର୍ଷରେ ରହିଛନ୍ତି । ଦ୍ଵିତୀୟରେ ଅଛନ୍ତି ଭାରତୀୟ ଖେଳାଳି ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟକୁମାର ୫୭୩ ବଲ୍‌ରେ ୧ ହଜାର ରନ୍ କରିଛନ୍ତି । ତୃତୀୟରେ ଥିବା ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ୍ ୬୦୪ ବଲ୍‌ରେ ଏହି ସଫଳତା ପାଇଥିବା ବେଳେ ନ୍ୟୁଜିଲାଣ୍ଡର ଫିନ୍ ଏଲନଙ୍କୁ ୬୧୧ ବଲ୍‌ରେ ଏହି ସଫଳତା ମିଳିଛି ।

ଏଥିସହ ପଢ଼ନ୍ତୁ: ଆଖି ବୁଜିଲେ ଓଡ଼ିଶାର 'ମସଲା କିଙ୍ଗ୍' ଶରତ ସାହୁ, ୫ ହଜାର ଟଙ୍କା ନିବେଶରୁ ଆରମ୍ଭ କରିଥିଲେ ବ୍ୟବସାୟ

ଭାଙ୍ଗିଲେ ଟ୍ରାଭିସ୍ ହେଡ୍‌ଙ୍କ ରେକର୍ଡ

ଏଥିସହ ଟିମ୍ ଡେଭିଡ୍ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟି-ଟ୍ଵେଣ୍ଟିରେ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ସବୁଠାରୁ ଅଧିକ ଛକ୍କା ମାରିଥିବା ବ୍ଯାଟ୍ସ,ମ୍ୟାନ । ଏହି ମାମଲାରେ ଡେଭିଡ୍‍, ଟ୍ରାଭିସ୍ ହେଡ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି ଡେଭିଡ୍ । ୨୦୨୪ରେ ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭିସ୍ ମୋଟ ୩୩ଟି ଛକ୍କା ମାରିଥିଲେ । ଆଡିର ମୁକାବିଲା ପରେ ଡେଭିଡ୍ ମୋଟ ୩୫ଟି ଛକ୍କା ମାରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India Beats Australia in Hobart T20; Tim David Sets World Record | Argus News | Argus News