Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - T20 ବିଶ୍ଵକପ୍‌ରୁ ବାଂଲାଦେଶ ବିଦା ପରେ ବିଚଳିତ ପାକିସ୍ତାନ; ICCକୁ ଧମକ ଦେଲେ ନକ୍‌ଭୀ

Sports

Cricket / T20 ବିଶ୍ଵକପ୍‌ରୁ ବାଂଲାଦେଶ ବିଦା ପରେ ବିଚଳିତ ପାକିସ୍ତାନ; ICCକୁ ଧମକ ଦେଲେ ନକ୍‌ଭୀ

Sushanta Sahoo
Browse all articles by Sushanta Sahoo
·4 months ago·2 min read
T20 ବିଶ୍ଵକପ୍‌ରୁ ବାଂଲାଦେଶ ବିଦା ପରେ ବିଚଳିତ ପାକିସ୍ତାନ; ICCକୁ ଧମକ ଦେଲେ ନକ୍‌ଭୀ
Pakistan threatens ICC over T20 World Cup

Key Points

ପାକିସ୍ତାନ ଗଣମାଧ୍ୟମରେ ନକ୍‌ଭୀ କହିଛନ୍ତି, "ବାଂଲାଦେଶ ସହ ଅନ୍ୟାୟ ହୋଇଛି । ଆଇସିସି ଦୁଇ ପ୍ରକାର ମାନଦଣ୍ଡ ଆପଣାଇଛି ।
ନୂଆଦିଲ୍ଲୀ: ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରୁ ବାଂଲାଦେଶକୁ ବାହାର କରି ଦିଆଯାଇଛି । ଆଇସିସିର ଏଭଳି କଡ଼ା ନିଷ୍ପତ୍ତି ପାକିସ୍ତାନ ଦେହରେ ନିଆଁ ଲଗାଇ ଦେଇଛି । ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ ମୋହସିନ ନକ୍‌ଭୀ ଅନ୍ତର୍ଜାତୀୟ କ୍ରିକେଟ କ୍ରିକେଟ୍ ପରିଷଦ (ICC)କୁ ଘେରିବାକୁ ପ୍ରୟାସ କରିଛନ୍ତି ।

ପାକିସ୍ତାନ ଗଣମାଧ୍ୟମରେ ନକ୍‌ଭୀ କହିଛନ୍ତି, "ବାଂଲାଦେଶ ସହ ଅନ୍ୟାୟ ହୋଇଛି । ଆଇସିସି ଦୁଇ ପ୍ରକାର ମାନଦଣ୍ଡ ଆପଣାଇଛି । ପ୍ରତିଥର ବାଂଲାଦେଶ ବିଶ୍ଵକପ୍ ଖେଳିବା ଉଚିତ୍ ଏବଂ ପାକିସ୍ତାନ ସରକାର ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।"

ଏଥିସହ ପଢ଼ନ୍ତୁ: ବାଂଲାଦେଶକୁ ଟି-୨୦ ବିଶ୍ବକପ୍‌ରୁ ବିଦା କଲା ICC, ଏହି ଟିମ୍‌କୁ ଖେଳିବାକୁ ମିଳିଲା ସୁଯୋଗ

ମୋହସିନ ନକ୍‌ଭୀ କହିଛନ୍ତି, "ମୁଁ ଏହି ପ୍ରସଙ୍ଗକୁ ଆଇସିସି ବୋର୍ଡ ବୈଠକରେ ଉଠାଇ ଥିଲି । ବୈଠକରେ ସଫା ସଫା କହିଥିଲି ଦୁଇ ପ୍ରକାର ମାନଦଣ୍ଡ ଆପଣା ଯାଇପାରିବ ନାହିଁ । ଗୋଟିଏ ଦେଶ ପାଇଁ ଗୋଟେ ନିଷ୍ପତ୍ତି, ଆଉ ଗୋଟେ ପାଇଁ ଅନ୍ୟ ନିଷ୍ପତ୍ତି ହୋଇପାରିବ ନାହିଁ । ବାଂଲାଦେଶ ଯେ କୌଣସି ପରିସ୍ଥିତିରେ ବିଶ୍ଵକପ୍ ଖେଳିବା ଦରକାର ।"

ପିସିବି ଅଧ୍ୟକ୍ଷ ନକ୍‌ଭୀ କହିଛନ୍ତି, "ବାଂଲାଦେଶ ଓ ପାକିସ୍ତାନ ଉଭୟ ଆଇସିସିର ସଦସ୍ୟ ଅଟନ୍ତି ଏବଂ ଉଭୟଙ୍କୁ ଭିନ୍ନ ଭିନ୍ନ ବ୍ୟବହାର କରାଯାଇ ପାରିବ ନାହିଁ । ପାକିସ୍ତାନ ଭଳି ବାଂଲାଦେଶ ମଧ୍ୟ ଆଇସିସି ସଦସ୍ୟ । ଯଦି ଆପଣ ପାକିସ୍ତାନ ପ୍ରସଙ୍ଗରେ ଭାରତକୁ ପ୍ରାଥମିକତା ଦେଉଛନ୍ତି, ତାହେଲେ ବାଂଲାଦେଶ ମାମଲାରେ ବି ସମାନ ମନୋଭାବ ରଖନ୍ତୁ ।"

ICCକୁ ପାକିସ୍ତାନର ଧମକ

ନକ୍‌ଭୀ କହିଛନ୍ତି, "କୌଣସି ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ନିଜ ନିଷ୍ପତ୍ତି ମାନିବାକୁ ବାଧ୍ୟ କରି ପାରିବ ନାହିଁ ।" ସେ ଚେତାବନୀ ଦେଇ କହିଛନ୍ତି, ଏମିତି ହେଲେ ପାକିସ୍ତାନ ମଧ୍ୟ ନିଷ୍ପତ୍ତିରେ ଅଟଳ ରହିବ ।

ପାକିସ୍ତାନ ସରକାରଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲ କହିଛନ୍ତ ନକ୍‌ଭୀ । ସେ ଆହୁରି କହିଛନ୍ତି, "ଯଦି ପାକିସ୍ତାନ କହିବ ବିଶ୍ଵକପ୍ ଖେଳିବ ନାହିଁ । ତାହେଲେ ଆଇସିସିକୁ ୨୨ତମ ଦଳକୁ ସାମିଲ କରିବା ଲାଗି ବିଚାର କରିବାକୁ ପଡ଼ିବ ।" ତେବେ ଚୂଡ଼ାନ୍ତ ନିଷ୍ପତ୍ତି ପାକିସ୍ତାନ ସରକାରଙ୍କ ହାତରେ ବୋଲି ନକ୍‌ଭୀ କହିଛନ୍ତି ।

ପାକିସ୍ତାନ ଦଳ ବିଶ୍ଵକପ୍‌ ଖେଳିବ କି ନାହିଁ ଚୂଡ଼ାନ୍ତ ନିଷ୍ପତ୍ତି ପାକିସ୍ତାନ ସରକାର ନେବେ । ସେ ଆହୁରି କହିଛନ୍ତି, ପ୍ରତିଟି ପରିସ୍ଥିତିରୁ ବାହାରିବା ଲାଗି ପାକିସ୍ତାନ ପାଖରେ ଅନେକ ବିକଳ୍ପ ଖୋଲା ରହିଛି । ଆମ ପାଖରେ ପ୍ଲାନ୍ ଏ, ପ୍ଲାନ୍ ବି, ପ୍ଲାନ୍ ସି ଓ ପ୍ଲାନ୍ ଡି ରହିଛି । ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ନକ୍‌ଭୀ ।

ଏଥିସହ ପଢ଼ନ୍ତୁ: ୪୬୮ ଦିନ ପରେ ଫର୍ମକୁ ଫେରିଲେ ଅଧିନାୟକ ସୂର୍ଯ୍ୟକୁମାର; ପଡ଼ିଆରେ ଦେଲେ ବଡ଼ ବୟାନ

ଆଇସିସି ଭୂମିକା ଉପରେ ପ୍ରଶ୍ନ ଉଠାଇ ନକ୍‌ଭୀ କହିଛନ୍ତି, "ଆଇସିସି ଅପେକ୍ଷା ଅଧିକ ଭରସା ପାକିସ୍ତାନ ସରକାର ଉପରେ ରହିଛି ।" ନକ୍‌ଭୀଙ୍କ ବୟାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ବାଂଲାଦେଶର ବିଶ୍ଵକପ୍ ଭବିଷ୍ୟତ, ଆଇସିସିର ନରପେକ୍ଷତା ଓ ସଦସ୍ୟ ଦେଶମାନଙ୍କର ଅଧିକାରୀଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ବାଂଲାଦେଶକୁ ଆଇସିସି ବିଶ୍ଵକପ୍‌ରୁ ବାହାର କରି ଦେଇଛି । ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡ ଏବେ ବିଶ୍ଵକପ୍ ଖେଳିବ । ବିଶ୍ଵକପ୍‌ର ନିର୍ଦ୍ଧାରିତ ସୂଚୀ ଓ ସ୍ଥାନ ପରିବର୍ତ୍ତନ ପାଇଁ ଆଇସିସି ମନା କରିବା ପରେ ବାଂଲାଦେଶ ଅଡ଼ି ବସିଥିଲା । ଶେଷରେ ବାଂଲାଦେଶ ବିଦା ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
T20 World Cup: Pakistan Angry After Bangladesh Exit, Threatens ICC | Argus News | Argus News