Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IND vs WI Match / କାଲି ଭାରତର ବିଶ୍ଵକପ୍ ଭାଗ୍ୟ ପରୀକ୍ଷା; ମ୍ୟାଚ୍ ପୂର୍ବରୁ ଜାଣିନିଅନ୍ତୁ ପିଚ୍ ରିପୋର୍ଟ

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
କାଲି ଭାରତର ବିଶ୍ଵକପ୍ ଭାଗ୍ୟ ପରୀକ୍ଷା; ମ୍ୟାଚ୍ ପୂର୍ବରୁ ଜାଣିନିଅନ୍ତୁ ପିଚ୍ ରିପୋର୍ଟ
IND vs WI Match

Key Points

ସୁପର ସଣ୍ଡେରେ ସୁପର ମ୍ୟାଚ୍
ଭାରତ ବନାମ ୱେଷ୍ଟ ଇଣ୍ଡିଜ୍
ଯିଏ ଜିତିବ ଯିବ ସେମିଫାଇନାଲ
କାହାକୁ ସୁହାଇବ ଇଡେନ ଗାର୍ଡେନ ପିଚ୍ ?
ଟି-୨୦ ବିଶ୍ଵକପ୍ ୨୦୨୬ରେ ଟିମ୍ ଇଣ୍ଡିଆ ସବୁଠୁ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଆସନ୍ତାକାଲି ରବିବାର ହେବାକୁ ଯାଉଛି । କୋଲକାତାର ଇଡେନ୍ ଗାର୍ଡେନରେ ୱେଷ୍ଟଇଣ୍ଡିଜ୍ ଓ ଭାରତର ମହାମୁକାବିଲା ହେବ । ଏହି ମ୍ୟାଚରେ ଯିଏ ବିଜେତା ହେବ ସେ ସିଧାସଳଖ ସେମିଫାଇନାଲରେ ଏଣ୍ଟ୍ରି ମାରିବ । ତେବେ ସୁପର ସଣ୍ଡେର ଏହି ମ୍ୟାଚରେ ପିଚ୍ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିବ । ଇଡେନ୍ ଗାର୍ଡେନରେ ଅନେକ ଥର ବୋଲରଙ୍କୁ ଫାଇଦା ମିଳିଥିବାରୁ କିଛି ମାତ୍ରାରେ ବ୍ୟାଟରଙ୍କୁ ମଧ୍ୟ ଲାଭ ଦିଏ । ଏହି ଗୁରୁତ୍ଵପୂର୍ଣ୍ଣ ମ୍ୟାଚରେ ଭାରତର ରଣନୀତି ପିଚ୍ ଉପରେ ନିର୍ଭର କରିବ ।

  • ଇଡେନ୍ ଗାର୍ଡେନରେ କିପରି ଅଛି ପିଚ୍ ଅବସ୍ଥା ?
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଇଡେନ୍ ଗାର୍ଡେନରେ ହେବାକୁ ଥିବା ମ୍ୟାଚ୍ ଉପରେ ପୁରା ବିଶ୍ଵର ନଜର । ପିଚ୍‌ର ଚିତ୍ର ସାମ୍ନାକୁ ଆସିଛି, ଯାହା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ବ୍ୟାଟ୍ସମ୍ୟାନ ମାନଙ୍କୁ ସହାୟତା ମିଳିବ । କ୍ୟୁରେଟରମାନେ ଏପରି ଏକ ପିଚ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ବଲକୁ ସହଜରେ ବ୍ୟାଟ୍ ଉପରେ ଆସିପାରିବ । ଏହା ଏକ ଉଚ୍ଚ ସ୍କୋର ସୃଷ୍ଟି କରିପାରିବ ।

ପଢନ୍ତୁ ଏହି ଖବର: ଯଦି ଭାରତ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚେ…ତେବେ କାହା ସହିତ ମୁକାବିଲା କରିବ..

ଜିମ୍ବାୱେ ବିପକ୍ଷରେ ପୂର୍ବ ମ୍ୟାଚ୍‌ରେ ମଧ୍ୟ ଭାରତ ରନ୍ ବର୍ଷା କରିଥିଲା । କୋଲକାତାର ଇଡେନ୍ ଗାର୍ଡେନ୍ସରେ ମଧ୍ୟ ସମାନ କିଛି ହୋଇପାରେ ବୋଲି ଆଶା କରାଯାଉଛି । ପ୍ରାରମ୍ଭିକ ଓଭର ଗୁଡ଼ିକରେ ଦ୍ରୁତ ବୋଲରମାନେ ଫାଇଦା ପାଇବେ, କିନ୍ତୁ ସାମଗ୍ରିକ ଭାବରେ ଏହି ପିଚ୍ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଏକ ହିଟ୍ ସାବ୍ୟସ୍ତ ହୋଇପାରେ ।

  • ଟିମ୍ ଇଣ୍ଡିଆର ପ୍ଲେଇଂ-୧୧ରେ ପରିବର୍ତ୍ତନ ହେବ କି?
ଟି-୨୦ ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସୁପର ୮ ମ୍ୟାଚରେ ଟିମ୍ ଇଣ୍ଡିଆ କୌଣସି ପରିବର୍ତ୍ତନ କରିବ ନାହିଁ । ଜିମ୍ବାୱେ ବିପକ୍ଷରେ ସମସ୍ତ ବ୍ୟାଟ୍ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରିଥିଲେ । ଟିମ୍ ଇଣ୍ଡିଆର ବୋଲିଂ ମଧ୍ୟ ବହୁତ ଶକ୍ତିଶାଳୀ ଦେଖାଯାଉଛି । ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ୍ ବ୍ୟାଟିଂ ଆରମ୍ଭ କରିପାରନ୍ତି ବୋଲି ଆଶା କରାଯାଉଛି ।

ମିଡଲ୍ ଏବଂ ଲୋୟର ମିଡଲ୍ ଅର୍ଡରରେ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିବମ ଦୁବେ ପ୍ରମୁଖ ଖେଳାଳି ହେବେ । ସ୍ପିନ୍ ବୋଲିଂ ପାଇଁ ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ଉପରେ ଦାୟିତ୍ଵ ରହିବ । ସେହିପରି ଷ୍ଟାର ବୋଲର୍ ଜସପ୍ରିତ ବୁମରାହ ଏବଂ ଅର୍ଶଦୀପ ସିଂହ ସେମାନଙ୍କର ଦ୍ରୁତ ବୋଲିଂରେ ପ୍ରତିପକ୍ଷଙ୍କୁ ନାକେଦମ କରିପାରନ୍ତି । ତେବେ ଆସନ୍ତାକାଲି ସୁପର ସଣ୍ଡେରେ ଟିମ୍ ଇଣ୍ଡିଆ କିପରି ପ୍ରଦର୍ଶନ କରିବ ତାହା ଦେଖିବାକୁ ବାକି ରହିଲା ।

ଅଧିକ କ୍ରୀଡା ସମ୍ବନ୍ଧୀୟ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
T20 World Cup India vs West Indies Match Eden Garden Pitch report | Argus News