Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Team India Squad / ଓ୍ବେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ରବୀନ୍ଦ୍ର ଜାଡେଜା ଉପ-ଅଧିନାୟକ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଓ୍ବେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ରବୀନ୍ଦ୍ର ଜାଡେଜା ଉପ-ଅଧିନାୟକ

Key Points

ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ଆହତ କାରଣରୁ ବାଦ୍ ପଡ଼ିଲେ ଋଷଭ ପନ୍ତ ।

ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଶୁବମନ ଗିଲଙ୍କ ଅଧିନାୟକତ୍ବରେ ଖେଳିବ ଭାରତ । ତେବେ ସିରିଜ୍ ପାଇଁ ଭାରତୀୟ ଦଳରେ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି । ଆହତ କାରଣରୁ ଏହି ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି ଋଷଭ ପନ୍ତ । ପନ୍ତଙ୍କ ଅନୁପସ୍ଥିତିରେ ଷ୍‌ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଉପ-ଅଧିନାୟକ ଦାୟିତ୍ବ ଦିଆଯାଇଛି । ସେହିପରି ଟେଷ୍ଟ ଦଳକୁ ଦେବିଦତ ପାଡିକ୍କଲ୍ ଫେରିଥିବା ବେଳେ ଇଂଲଣ୍ଡ ଗସ୍ତରେ ଖେଳିଥିବା କରୁଣ ନାୟାରଙ୍କୁ ଦଳରୁ ବାଦ ଦିଆଯାଇଛି।


ସୂଚନା ଅନୁସାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ୍ ଅକ୍ଟୋବର ୨ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଟେଷ୍ଟ୍ ଅକ୍ଟୋବର ୧୦ରେ ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଅନୁଷ୍ଠିତ ହେବ ।


କରୁଣ ନାୟାରଙ୍କୁ ଓ୍ବେଷ୍ଟଇଣ୍ଡିଜ ସିରିଜରେ ସାମିଲ କରାଯିବ ନାହିଁ ବୋଲି ପୂର୍ବରୁ କଳ୍ପନାଜଳ୍ପନା କରାଯାଉଥିଲା। ଇଂଲଣ୍ଡ ଗସ୍ତରେ ତାଙ୍କର ପ୍ରଦର୍ଶନ ବିଶେଷ ପ୍ରଭାବଶାଳୀ ନଥିଲା । ଯେଉଁଥି ପାଇଁ ତାଙ୍କୁ ଏହି ସିରିଜରେ ଚୟନ କରାଯାଇନାହିଁ । ଅନ୍ୟପକ୍ଷରେ ଇଂଲଣ୍ଡ ସିରିଜରେ ଦଳରେ ନଥିବା ଅକ୍ଷର ପଟେଲ ଓ ଦେବିଦତ୍ତ ପାଡିକ୍କଲ ପୁଣି ଥରେ ଟିମକୁ ଫେରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ୨ ପାକ୍ କ୍ରିକେଟରଙ୍କ ନାଁରେ BCCIର ଅଭିଯୋଗ, ICC ନେବ କଡ଼ା ଆକ୍ସନ !


ଜସପ୍ରିତ ବୁମରାହ ୱେଷ୍ଟଇଣ୍ଡିଜ୍ ସିରିଜ ପାଇଁ ଉପଲବ୍ଧ ବୋଲି ଘୋଷଣା କରିଥିଲେ । ସମ୍ପ୍ରତି ଇଂଲଣ୍ଡ ଗସ୍ତରେ ବୁମରାହ ପାଞ୍ଚଟି ଟେଷ୍ଟ ମଧ୍ୟରୁ କେବଳ ତିନୋଟି ଖେଳିଥିଲେ। ତଥାପି, ଦୁଇ ଟେଷ୍ଟ ବିଶିଷ୍ଟ ୱେଷ୍ଟଇଣ୍ଡିଜ୍ ସିରିଜ ପାଇଁ ଭାରତର ଟେଷ୍ଟ ଦଳରେ କୌଣସି ବଡ଼ ପରିବର୍ତ୍ତନ ଆଶା କରାଯାଉ ନଥିଲା ।


ମାଞ୍ଚେଷ୍ଟରରେ ଚତୁର୍ଥ ଟେଷ୍ଟରେ ଡାହାଣ ଗୋଡ଼ରେ ଆଘାତ ଯୋଗୁଁ ୱେଷ୍ଟଇଣ୍ଡିଜ୍ ସିରିଜରୁ ବାହାର ହୋଇଛନ୍ତି । ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ ପ୍ରଥମ ପସନ୍ଦ ଭାବରେ ଖେଳିବେ । ଜୁରେଲଙ୍କ ବ୍ୟାକଅପ୍ ଭାବେ ତାମିଲନାଡୁର ଏନ ଜଗଦୀସନ ୧୫ ଜଣିଆ ଦଳରେ ସ୍ଥାନ ଦିଆଯାଇଛି ।


ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ୧୫ ଜଣିଆ ଦଳ: ଶୁବମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକଲ, ଧ୍ରୁବ ଜୁରେଲ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମ୍ରା, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, ଏନ୍ ଜଗଦୀଶନ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣ, କୁଲଦୀପ ଯାଦବ



Related Topics

Explore more stories

Sponsored
Team India Squad Announced for West Indies Tests | Jadeja Vice-Captain | Argus News