Virat Kohli Record / ରାଞ୍ଚିର 'ରାଜା' ବିରାଟ କୋହଲି, ୫ ମ୍ୟାଚ୍ରେ କରିଛନ୍ତି ୫୦୦ରୁ ଅଧିକ ରନ୍
·7 months ago·2 min read

Key Points
ରାଞ୍ଚିର ‘ରାଜା’ ବିରାଟ କୋହଲି
ମାତ୍ର ୫ ମ୍ୟାଚ୍ରେ ୫୦୦+ ରନ୍
୫ ମ୍ୟାଚ୍ରେ ୩ ଶତକ
ମାତ୍ର ୫ ମ୍ୟାଚ୍ରେ ୫୦୦+ ରନ୍
୫ ମ୍ୟାଚ୍ରେ ୩ ଶତକ
ରବିବାର ରାଞ୍ଚିର JSCA ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ବିନିମୟରେ ୩୪୯ ରନ୍ କରିଛି । ପ୍ରଥମ ଦିନିକିଆରେ ବିରାଟ କୋହଲି ଦମଦାର ଶତକ ହାସଲ କରିଛନ୍ତି । ବିରାଟ ୧୨୦ ବଲ୍ରେ ୧୧ ଚୌକା ଏବଂ ୭ ଛକା ସହ ୧୩୫ ରନ୍ କରି ଆଉଟ୍ ହୋଇଥିଲେ ।
ଏହା ବିରାଟ କୋହଲିଙ୍କ ଦିନିକିଆରେ ୫୨ତମ ଶତକ ଥିଲା । ସେହିପରି ଏହା କୋହଲିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୮୩ତମ ଶତକ ଥିଲା । କୋହଲି ଟେଷ୍ଟରେ ୩୦ ଶତକ, ଟି-୨୦ରେ ଗୋଟିଏ ଶତକ ହାସଲ କରିଛନ୍ତି ।
ରାଞ୍ଚିରେ କୋହଲିଙ୍କ ରେକର୍ଡ ଦୃଢ଼
ବିରାଟ କୋହଲିଙ୍କ ରାଞ୍ଚିର JSCA ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେକ୍ସରେ ଦମଦାର ରେକର୍ଡ ରହିଛି । ଏହି ଗ୍ରାଉଣ୍ଡରେ ଏହା କୋହଲିଙ୍କ ତୃତୀୟ ODI ଶତକ ଥିଲା । କୋହଲି ରାଞ୍ଚିର ଏହି ଗ୍ରାଉଣ୍ଡରେ ପାଞ୍ଚଟି ଇନିଂସ ଖେଳି ୫୦୦ରୁ ଅଧିକ ରନ୍ କରିଛନ୍ତି । ଏହି ଷ୍ଟାଡିୟମରେ ସେ ତିନୋଟି ଶତକ ସହ ଗୋଟିଏ ଅର୍ଦ୍ଧଶତକୀୟ ଇନିଂସ ମଧ୍ୟ ଖେଳିଛନ୍ତି ।
ସେପଟେ ବିରାଟ କୋହଲି ଏବଂ ରୋହିତ ଶର୍ମା ରାଞ୍ଚି ODIରେ ଦ୍ୱିତୀୟ ୱିକେଟ ପାଇଁ ୧୩୬ ରନର ପାର୍ଟନରସିପ୍ କରିଥିଲେ । ଏହି ମ୍ୟାଚ୍ରେ ରୋହିତ ଶର୍ମା ୫୧ ବଲ୍ରେ ୫୭ ରନ୍ କରିଥିଲେ । ଯେଉଁଥିରେ ପାଞ୍ଚଟି ଚୌକା ଏବଂ ତିନୋଟି ଛକା ସାମିଲ ଥିଲା ।
ସେହିପରି ରାଞ୍ଚି ଦିନିକିଆରେ ବିରାଟ କୋହଲି ଏବଂ ରୋହିତ ଶର୍ମା ପଡ଼ିଆକୁ ଓହ୍ଲାଇବା ମାତ୍ରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ। କୋହଲି-ରୋହିତ ଯୋଡ଼ି ଏକାଠି ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଭାରତୀୟ ଯୋଡ଼ି ହୋଇଥିଲେ । ଏହା ସେମାନଙ୍କର ଏକାଠି ୩୯୨ତମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା । ଏହା ସହିତ କୋହଲି-ରୋହିତ ଯୋଡ଼ି ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡଙ୍କ କିମ୍ବଦନ୍ତୀ ଯୋଡ଼ିକୁ ପଛରେ ପକାଇ ଦେଇଛନ୍ତି ।

5⃣2⃣nd ODI HUNDRED in 📸📸 #TeamIndia | #INDvSA | @IDFCFIRSTBank | @imVkohli pic.twitter.com/l8fcrGm45i
— BCCI (@BCCI) November 30, 2025
ସେପଟେ ବିରାଟ କୋହଲି ଏବଂ ରୋହିତ ଶର୍ମା ରାଞ୍ଚି ODIରେ ଦ୍ୱିତୀୟ ୱିକେଟ ପାଇଁ ୧୩୬ ରନର ପାର୍ଟନରସିପ୍ କରିଥିଲେ । ଏହି ମ୍ୟାଚ୍ରେ ରୋହିତ ଶର୍ମା ୫୧ ବଲ୍ରେ ୫୭ ରନ୍ କରିଥିଲେ । ଯେଉଁଥିରେ ପାଞ୍ଚଟି ଚୌକା ଏବଂ ତିନୋଟି ଛକା ସାମିଲ ଥିଲା ।
ସେହିପରି ରାଞ୍ଚି ଦିନିକିଆରେ ବିରାଟ କୋହଲି ଏବଂ ରୋହିତ ଶର୍ମା ପଡ଼ିଆକୁ ଓହ୍ଲାଇବା ମାତ୍ରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ। କୋହଲି-ରୋହିତ ଯୋଡ଼ି ଏକାଠି ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଭାରତୀୟ ଯୋଡ଼ି ହୋଇଥିଲେ । ଏହା ସେମାନଙ୍କର ଏକାଠି ୩୯୨ତମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା । ଏହା ସହିତ କୋହଲି-ରୋହିତ ଯୋଡ଼ି ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡଙ୍କ କିମ୍ବଦନ୍ତୀ ଯୋଡ଼ିକୁ ପଛରେ ପକାଇ ଦେଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories