Virat Kohli / କୋହଲିଙ୍କ ବ୍ୟାଟ୍ରୁ ଶତକ ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆଉ ୬ ମାସ; ପ୍ରଥମଥର ସିରିଜ୍ ହାତେଇଲା ନ୍ୟୁଜିଲାଣ୍ଡ
·2 months ago·2 min read

Key Points
ବିରାଟ କୋହଲି ୧୦୮ ବଲ୍ରେ ୧୨୪ ରନ୍ ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ ବି ତାହା ବେକାର୍ ଯାଇଛି । ଭାରତ ଜିତି ପାରି ନାହିଁ ।
ଇନ୍ଦୋର: ନ୍ୟୁଜିଲାଣ୍ଡ, ଭାରତରେ ପ୍ରଥମଥର ଦିନିକିଆ ସିରିଜ୍ ଜିତିଛି । ରବିବାର ଇନ୍ଦୋରରେ ଖେଳା ଯାଇଥିବା ତୃତୀୟ ଦିନିକିଆ ବିଜୟ ସହ ନ୍ୟୁଜିଲାଣ୍ଡ ସିରିଜ୍ ହାତେଇଛି । ତୃତୀୟ ଦିନିକିଆରେ ଭାରତ ୪୧ ରନ୍ରେ ହାରିଛି । ହୋଲକର ଷ୍ଟାଡିୟମ୍ରେ ଭାରତ ପ୍ରଥମଥର ପରାଜୟର ସମ୍ମୁଖୀନ ହୋଇଛି ।
ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୩୩୮ ରନ୍ର ଟାର୍ଗେଟ୍ ଦେଇଥିଲା । ଭାରତ ଚେଜ୍ କରି ୪୬ ଓଭରରେ ୨୯୬ ରନ୍ରେ ଅଲଆଉଟ୍ ହୋଇ ଯାଇଛି । ବିରାଟ କୋହଲି ୧୦୮ ବଲ୍ରେ ୧୨୪ ରନ୍ ବିସ୍ଫୋରକ ଶତକୀୟ ପାଳି ଖେଳିଥିଲେ ବି ତାହା ବେକାର୍ ଯାଇଛି । ଭାରତ ଜିତି ପାରି ନାହିଁ ।
ଏଥିସହ ପଢ଼ନ୍ତୁ: ଅରବିନ୍ଦଙ୍କୁ ବିଶ୍ଵାସଘାତକ ପ୍ରମାଣିତ କରିବାକୁ ବିଜେଡିକୁ ଲାଗିଗଲା ୨୨ ମାସ
ବିରାଟ କୋହଲି ୮ ଚଉକା ଓ ୨ ଛକା ସହାୟତାରେ ୧୧୦ ଷ୍ଟ୍ରାଇକ୍ ରେଟ୍ରେ ୯୧ ବଲ୍ରେ ସେଞ୍ଚୁରୀ ମାରିଛନ୍ତି । ବିରାଟ କ୍ରିଜ୍ରେ ଥିବା ବେଳେ ଗୋଟିଏ ପରେ ଗୋଟିଏ ୱିକେଟ୍ ଖସି ଚାଲିଥିଲା । ତଥାପି ୩୧୦ଟି ଦିନିକିଆ ମ୍ୟାଚ୍ ଓ ୧୭ ବର୍ଷର ଅନୁଭବ ବିରାଟଙ୍କୁ ବଳ ଦେଇଥିଲା ।
ଦିନିକିଆରେ ଏହା ବିରାଟ କୋହଲିଙ୍କ ୫୪ତମ ଶତକ, ଅନ୍ତର୍ଜାତୀୟ କ୍ୟାରିଅରରେ ୮୫ତମ ଶତକ । ଇନ୍ଦୋର ମ୍ୟାଚ୍ ପୂର୍ବରୁ ବିରାଟ କୋହଲି ମହାକାଳଙ୍କ ଦର୍ଶନ କରିଥିଲେ । ଯେଉଁ ଫଟୋ ଭାଇରାଲ୍ ହେବା ସହ ସମସ୍ତେ ବିରାଟଙ୍କ ବ୍ୟାଟ୍ରୁ ଆଶା କରିଥିଲେ ଶତକ । ଏହା ପୂର୍ବରୁ ବଡୋଦରାରେ ୯୩ ରନ୍ କରି ଆଉଟ୍ ହୋଇଥିଲେ ବିରାଟ । ଏବେ ଇନ୍ଦୋରରେ ତାହା ପୁରା କରିଛନ୍ତି ।
ଶତକ ପାଇଁ ଆଉ ୬ ମାସ
ଜାନୁଆରୀ ୨୦୨୬ରେ ଇନ୍ଦୋରରେ ବିରାଟଙ୍କ ଇନିଂସ ତାଙ୍କ କ୍ୟାରିଅରର ପ୍ରମୁଖ ପାଳି ହେବ । କାରଣ ବିରାଟ କ୍ରିକେଟର ୫୦ ଓଭର ଦିନିକିଆ ଫର୍ମାଟରେ ୬ ମାସ ପରେ ବ୍ୟାଟିଂ କରିବାକୁ ଆସିବେ ।
ଏଥିସହ ପଢ଼ନ୍ତୁ: କରିପାରିବେନି ରିଲ୍ସ, ବ୍ଲଗ; ମନ୍ଦିର ପରିସରରେ ବ୍ୟାନ୍ ହେଲା ମୋବାଇଲ୍ ଫୋନ ଓ କ୍ୟାମେରା
ଭାରତ ଆଗାମୀ ଦିନିକିଆ ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷରେ ଖେଳିବ । ଭାରତ-ଆଫଗାନିସ୍ତାନ ମଧ୍ୟରେ ଜୁନ୍ରେ ୩ ଟିକିଆ ଦିନିକିଆ ସିରିଜ୍ ଖେଳାଯିବାର ଅଛି । ସେବେ ଯାଏ ବିରାଟଙ୍କ ପ୍ରଶଂସକଙ୍କୁ ତାଙ୍କ ବ୍ୟାଟ୍ରୁ ଶତକ ଦେଖିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories