Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅରବିନ୍ଦଙ୍କୁ ବିଶ୍ଵାସଘାତକ ପ୍ରମାଣିତ କରିବାକୁ ବିଜେଡିକୁ ଲାଗିଗଲା ୨୨ ମାସ

Politics

Odisha Politics / ଅରବିନ୍ଦଙ୍କୁ ବିଶ୍ଵାସଘାତକ ପ୍ରମାଣିତ କରିବାକୁ ବିଜେଡିକୁ ଲାଗିଗଲା ୨୨ ମାସ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଅରବିନ୍ଦଙ୍କୁ ବିଶ୍ଵାସଘାତକ ପ୍ରମାଣିତ କରିବାକୁ ବିଜେଡିକୁ ଲାଗିଗଲା ୨୨ ମାସ
Political Storm in BJD Over Arbind Mahapatra Suspension

Key Points

ଅରବିନ୍ଦଙ୍କ କାର୍ଯ୍ୟ ନେଇ ୨୨ ମାସ ହେଲା ଗୁଇନ୍ଦା ରିପୋର୍ଟ ନେଉଥିଲା ବିଜେଡି । ଟିକେଟ ନେବା ପରଦିନରୁ ହିଁ ଦଳ ସହ ବିଶ୍ୱାସଘାତକତା କରୁଥିଲେ ଅରବିନ୍ଦ ।
ଭୁବନେଶ୍ଵର: ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ନିଲମ୍ବନ ପରେ ବି ବିଜେଡିରେ ଥମୁନାହିଁ ବୟାନବାଜି । ଆଜି ପୁଣି ସାମ୍ବାଦିକ ସମ୍ମିଳନୀ କରି ଅରବିନ୍ଦ ଓ ବାପା ବିଜୟ ମହାପାତ୍ରଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରଖିଛି ବିଜେଡି । ଉଭୟଙ୍କ ବିରୋଧରେ ବିଜେଡି ଆଣିଛି ସାଂଘାତିକ ଅଭିଯୋଗ ।

ଅରବିନ୍ଦଙ୍କ କାର୍ଯ୍ୟ ନେଇ ୨୨ ମାସ ହେଲା ଗୁଇନ୍ଦା ରିପୋର୍ଟ ନେଉଥିଲା ଦଳ । ଟିକେଟ ନେବା ପରଦିନରୁ ହିଁ ଦଳ ସହ ବିଶ୍ୱାସଘାତକତା କରୁଥିଲେ ଅରବିନ୍ଦ । ପାଟକୁରାରେ ନବୀନ, ବିଜୁ ଫଟୋ ଏବଂ ଶଙ୍ଖ ଚିହ୍ନ ବିନା କରୁଥିଲେ କାର୍ଯ୍ୟକ୍ରମ । ପାଟକୁରାରେ ବିଜେଡି ନୁହେଁ, ଥିଲା ବାପା-ପୁଅଙ୍କ ଦଳ ।

ଏଥିସହ ପଢ଼ନ୍ତୁ: ୭ ବର୍ଷ ତଳର ଅପହରଣର ସତ; ପ୍ରେମିକ ନିଖୋଜ ମାମଲାରେ ବନ୍ଧାହେଲା ପ୍ରେମିକା

ବାପାଙ୍କ ଭଳି ଦଳକୁ ପଛରୁ ଛୁରା ମାରିଛନ୍ତି ପୁଅ ଅରବିନ୍ଦ । ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ବି ଷଡ଼ଯନ୍ତ୍ରର ମଙ୍ଗ ଧରିଥିଲେ । ପଞ୍ଚାୟତ ସ୍ତରରେ ଦଳୀୟ ଲୋକଙ୍କୁ ହଟାଇ ନିଜ ଲୋକ ରଖୁଥିଲେ । ବିଜେଡି ଅଭିଯୋଗ ଉପରେ କଡ଼ା ଜବାବ ରଖିଛନ୍ତି ଅରବିନ୍ଦ ମହାପାତ୍ର ।

ଅରବିନ୍ଦ କହିଛନ୍ତି, "ନବୀନ ବାବୁଙ୍କ ସହ କଥା ହେବା ପାଇଁ ଚେଷ୍ଟା କରିବି, ତା'ପରେ ଉତ୍ତର ଦେବି ।" ସାଂସଦ ପ୍ରାର୍ଥୀଙ୍କୁ ହରାଇବା ପ୍ରସଙ୍ଗରେ କହିଛନ୍ତି, "ସେମାନେ ଗୁମର ଖୋଲିଲେ ମୁଁ ଚ୍ୟାଲେଞ୍ଜ କରିବି ।"

୨୦୨୪ ନିର୍ବାଚନରେ ଗାଦିଚ୍ୟୁତ ହେଲା ବିଜେଡି । ବିଧାନସଭା ସିଟ୍ ସଂଖ୍ୟା ଏକାଥରେ ଅଧାରୁ ବି କମି ୫୧ରେ ପହଞ୍ଚିଲା । ଆଉ ନୂଆପଡା ଉପନିର୍ବାଚନରେ ପରାଜୟ ପରେ ସଂଖ୍ୟା ହେଲା ୫୦ । ଏବେ ପୁଣି ଦୁଇ ବିଧାୟକଙ୍କୁ ସସପେଣ୍ଡ କରି ଅଙ୍କ ୪୮ରେ ପହଞ୍ଚିଛି । କିନ୍ତୁ ଏ ଦୁହିଁଙ୍କୁ କାହିଁକି ନିଲମ୍ବନ କଲେ ସେ ନେଇ ଆସୁନି ସ୍ପଷ୍ଟ ଚିତ୍ର । ତେଣୁ ତେଜୁଛି ବୟାନବାଜି ।

ଏଥିସହ ପଢ଼ନ୍ତୁ: ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ

ଅନ୍ୟପଟେ ବଢୁଥିବା ବିଦ୍ରୋହ ଭିତରେ ଦୁଇ ବିଧାୟକଙ୍କ ବିରୋଧରେ ଆକ୍ସନ ବିଜେଡି ପାଇଁ ସୃଷ୍ଟି କରିପାରେ ଅଡୁଆ ସ୍ଥିତି । ଆଗକୁ ରାଜ୍ୟସଭା ନିର୍ବାଚନ, ପୁଣି ପଞ୍ଚାୟତ ନିର୍ବାଚନକୁ ଆଉ ବର୍ଷେ ବାକି.. ଏମିତି ସମୟରେ ବିଦ୍ରୋହୀ ଦମନ ନୀତି ଓ ଦଳୀୟ କନ୍ଦଳ ବିଜେଡି ପାଇଁ ପାଲଟିବ କି କାଳ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJD Took 22 Months to Brand Arvind Mohapatra a Betrayer | Argus News | Argus News