Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli Fans / କୋହଲିଙ୍କ ପାଇଁ ପାଗଳ ଫ୍ୟାନ୍ସ, ମାନିଲେନି ବନ୍ଧ ବାଡ ଚଢ଼ିଗଲେ ଗଛରେ

Banajyotshna Ray
Browse all articles by Banajyotshna Ray
·6 months ago·2 min read
କୋହଲିଙ୍କ ପାଇଁ ପାଗଳ ଫ୍ୟାନ୍ସ, ମାନିଲେନି ବନ୍ଧ ବାଡ ଚଢ଼ିଗଲେ ଗଛରେ
Virat Kohli Fans

Key Points

କୋହଲିଙ୍କ ପାଇଁ ପାଗଳ ଫ୍ୟାନ୍ସ
ଗଛରେ ଚଢି ବ୍ୟାଟିଂ ଦେଖିଲେ ଫ୍ୟାନ୍ସ
ଭାଇରାଲ ହେଉଛି ଭିଡିଓ


ବିଜୟ ହଜାରେ ଟ୍ରଫିରେ ଚମକିଛନ୍ତି ବିରାଟ କୋହଲି । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିରାଟ କୋହଲି ଖେଳିଛନ୍ତି ଶତକୀୟ ପାଳି । ବୁଧବାର କ୍ରିକେଟର ଏହି ତାରକା ନିଜ ଦଳ ପାଇଁ ଶତକ ମାରିଛନ୍ତି । ହ୍ଵାଇଟ୍ ବଲ୍ କ୍ରିକେଟ୍‌ରେ ବିରାଟ ଆଜି ବି ଆଗରେ ଅଛନ୍ତି ବୋଲି ପ୍ରମାଣିତ କରିଛନ୍ତି । ସେପଟେ କିନ୍ତୁ ରନ୍ ମେସିନ ବିରାଟଙ୍କୁ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ଭିଡ ଦେଖିବାକୁ ମିଳିଥିଲା। ସାରା ବିଶ୍ୱରେ ତାଙ୍କର ଅଗଣିତ ଫ୍ୟାନ୍ସ । ବିରାଟଙ୍କ ଏକ ଝଲକ ପାଇବାକୁ କୌଣସି ସୁଯୋଗ ହତଛଡା କରନ୍ତି ନାହିଁ ପ୍ରଶଂସକ ।

କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ଛାଡିଦିଅନ୍ତି ସବୁ କାମ । ବିଜୟ ହଜାରେ ଟ୍ରଫିର ଟୁର୍ଣ୍ଣାମେଣ୍ଟରେ ଫ୍ୟାନ୍ସ ବିରାଟଙ୍କ ବ୍ୟାଟିଂ ଦେଖିବାକୁ ନିଆରା ଉପାୟ ଅବଲମ୍ବନ କରିଛନ୍ତି । ସେମାନେ ଗଛରେ ଚଢି ବିରାଟଙ୍କ ଝଲକ ପାଇଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ବିରାଟ ମଧ୍ୟ ଫ୍ୟାନଙ୍କୁ ନିରାଶ କରିନଥିଲେ । ସେ ଦମଦାର ବ୍ୟାଟିଂ କରି ଶତକ ହାସଲ କରିଥିଲେ । କିନ୍ତୁ ଏଥର ଶତକ ଥିଲା ଖୁବ୍ ନିଆରା । କାରଣ ଦୀର୍ଘ ୧୭ ବର୍ଷ ପରେ ସେ ବିଜୟ ହଜାରେ ଟ୍ରଫିରେ ନଜର ଆସିଛନ୍ତି । ହେଲେ ଏଥର ସେ କ୍ରିଜକୁ ଯିବା ବେଳେ ବିରାଟ ବିରାଟ ନାରା ଶୁଣିବାକୁ ମିଳିନଥିଲା । ସେ ସଟ୍ ଖେଳିଲେ ବି ଗ୍ୟାଲେରୀରେ ତାଳିମାଡ ହେଉନଥିଲା ।

ଏଥିସହ ପଢ଼ନ୍ତୁ: କାହିଁକି ଏହି ଦେଶରେ ଜାନୁଆରୀ ୭ରେ ହୁଏ ଖ୍ରୀଷ୍ଟମାସ ?

ଚାଲିଛି ବିଜୟ ହଜାରେ ଟ୍ରଫି । ବୁଧବାର ଦିଲ୍ଲୀ ଆନ୍ଧ୍ର ବିପକ୍ଷରେ କର୍ଣ୍ଣାଟକରେ ମୁକାବିଲା ଖେଳିଥିଲା । ମ୍ୟାଚର ଆକର୍ଷଣ ଥିଲେ ବିରାଟ କୋହଲି । ତେବେ ଆଇପିଏଲ ବିଜୟ ଶୋଭାଯାତ୍ରାରେ ଘଟିଥିବା ଦଳାଚକଟା କାରଣରୁ ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଉପରେ ରୋକ୍ ଲାଗିଥିଲା । ଯାହା ଦର୍ଶକଙ୍କୁ ନିରାଶ କରିଥିଲା । ହେଲେ କିଛି ଦର୍ଶକ ଷ୍ଟାଡିୟମ ପାଖରେ ଥିବା ଗଛରେ ଚଢି ବିରାଟହଙ୍କ ବ୍ୟାଟିଂ ଦେଖିଥିଲେ । ଯାହାର ଫଟୋ ଭାଇରାଲ ହେଉଛି । ଏପରିକି ଗଛରେ ପକ୍ଷୀ ବସିବାକୁ ମଧ୍ୟ ଜାଗା ନଥିଲା ।ସୂଚନାଯୋଗ୍ୟ, ବିସିସିଆଇର ନିର୍ଦ୍ଦେଶ କାରଣରୁ ରୋହିତ ଶର୍ମା ଏବଂ ବିରାଟଙ୍କ ଭଳି ବ୍ୟାଟର ଘରୋଇ ମୁକାବିଲା ଖେଳୁଛନ୍ତି । ସେମାନେ ୨୦୨୭ ଦିନିକିଆ ପାଇଁ ଏବେଠୁ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି ।



ଅନ୍ୟପଟେ ରୋହିତ ଶର୍ମା ମଧ୍ୟ ଗତକାଲିର ମ୍ୟାଚରେ ଶତକ ହାସଲ କରିଛନ୍ତି। ଜୟପୁରରେ ରୋହିତ ଶର୍ମା ସିକ୍କିମ ବିପକ୍ଷରେ ୯୪ ବଲ୍‌ରେ ୧୫୫ ରନ୍‌ର ଧୁଆଁଦାର ପାଳି ଖେଳି ମୁମ୍ବାଇକୁ ୨୩୭ ରନ୍‌ର ଲକ୍ଷ୍ୟରେ ସହଜରେ ପହଞ୍ଚାଇଛନ୍ତି । ସେପଟେ ବେଙ୍ଗାଳୁରୁରେ ବିରାଟ କୋହଲି ଆନ୍ଧ୍ରପ୍ରଦେଶ ବିରୋଧରେ ୧୦୧ ବଲ୍‌ରେ ୧୩୧ ରନ୍ କରି ଦିଲ୍ଲୀକୁ ଭେଟି ଦେଇଛନ୍ତି ବିଜୟ । ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂର ଏକତରଫା ବିଜୟ ହୋଇଛି । ଏଥିସହ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡକୁ ଅତିକ୍ରମ କରିଛନ୍ତି ବିରାଟ କୋହଲି । ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଦ୍ରୁତତମ ଭାବେ ୧୬ ହଜାର ରନ୍ କରି ତେନ୍ଦୁଲକଙ୍କୁ ପଛର ପକାଇଛନ୍ତି ବିରାଟ କୋହଲି । ୩୩୦ତମ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ବିରାଟଙ୍କୁ ଏହି ସଫଳତା ମିଳିଛି ।

ଅଧିକ ପଢ଼ନ୍ତୁ ଖେଳ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Virat Kohli Fans | Virat Kohli Fans | Virat Kohli Fans Climb Trees To Witness His Match | Argus News | Argus News